ଓଡିଶା

odisha

By

Published : Oct 29, 2020, 10:43 PM IST

ETV Bharat / state

ଖୋର୍ଦ୍ଧାରେ କୋଭିଡ କିଓସ୍କ ଉଦଘାଟିତ

ଓରମାସ ଓ ଓଡିଶା ଜୀବିକା ମିଶନ ଜିଲ୍ଲା କାର୍ଯ୍ୟାଳୟ ଖୋର୍ଦ୍ଧା ଠାରେ କୋଭିଡ୍ କିଓସ୍କ ଉଦ୍‌ଘାଟିତ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଖୋର୍ଦ୍ଧାରେ କୋଭିଡ କିଓସ୍କ ଉଦଘାଟିତ
ଖୋର୍ଦ୍ଧାରେ କୋଭିଡ କିଓସ୍କ ଉଦଘାଟିତ

ଖୋର୍ଦ୍ଧା: ଓରମାସ ଓ ଓଡିଶା ଜୀବିକା ମିଶନ ଜିଲ୍ଲା କାର୍ଯ୍ୟାଳୟ ଖୋର୍ଦ୍ଧା ଠାରେ ଆଜି (ଗୁରୁବାର) କୋଭିଡ୍ କିଓସ୍କ ଉଦ୍‌ଘାଟିତ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ ଏହି କିଓସ୍କ ଭଦ୍‌ଘାଟନ କରିଛନ୍ତି । ଏହି କିଓସ୍କରେ ଗୋଟିଏ ଜାଗାରେ ମାସ୍କ, ହ୍ୟାଣ୍ଡୱାସ, ସାନିଟାଇଜର, ଫିନାଇଲ, ଗ୍ଲୋବସ ଏବଂ କାଢା ସୁଲଭ ମୂଲ୍ୟରେ ମିଳିବ ।

ଖୋର୍ଦ୍ଧାରେ କୋଭିଡ କିଓସ୍କ ଉଦଘାଟିତ

ଆଇଟିସିର ଏହି ସାମଗ୍ରୀ ଗୁଡିକ ସୁଲଭ ମୂଲ୍ୟରେ ମହିଳା ସ୍ଵୟଂସହାୟକ ଗୋଷ୍ଠୀ ଦ୍ବାରା ବିକ୍ରି କରିବା ପାଇଁ ବ୍ୟବସ୍ଥା ହୋଇଛି । ଲୋକମାନଙ୍କୁ କୋଭିଡ଼ ସଂପର୍କରେ ସଚେତନ କରିବା ମଧ୍ୟ ଏହି କିଓସ୍କର ଉଦ୍ଦେଶ୍ୟ । କୋଭିଡ଼ କିଓସ୍କ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଡେପୁଟି ସିଇଓ ଓରମାସ ଗୁଣ୍ଡିଚା ବେହେରା, କାର୍ଯ୍ୟାଳୟର କର୍ମଚାରୀ ଏବଂ ସୟଂସହାୟକ ଗୋଷ୍ଠୀର ସଭ୍ୟମାନେ ଯୋଗ ଦେଇଥିଲେ ।

ଖୋର୍ଦ୍ଧାରେ କୋଭିଡ କିଓସ୍କ ଉଦଘାଟିତ
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details