ଖୋର୍ଦ୍ଧା : ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାକୁ ରେଡ଼ ଜୋନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଥି ପାଇଁ କରୋନା ସଂକ୍ରମଣ ଗ୍ରାଫକୁ ନିମ୍ନଗାମୀ କରିବା ପାଇଁ ଆଜି ଖୋର୍ଦ୍ଧା ଟ୍ରାଫିକ ଛକ ସମେତ ସହରର ବିଭିନ୍ନ ଛକରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ କଡା ଚେକିଂ କରାଯାଇଥିଲା । ସେହିଭଳି ଆଜି ସନ୍ଧ୍ୟା ସମୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ, ତହସିଲଦାର ଏବଂ ଖୋର୍ଦ୍ଧା ଟାଉନ ଥାନାଧିକାରୀ ଉପସ୍ଥିତ ରହି ଅମାନିଆଙ୍କୁ ତାଗିଦ କରିବା ସହିତ ଜୋରିମାନା ଆଦାୟ କରିଛନ୍ତି ।
ଖୋର୍ଦ୍ଧାରେ କରୋନା ଗ୍ରାଫ ଉପରମୁଁହା: ଅମାନିଆଙ୍କୁ ସାବାଡ଼ କରିବାକୁ ବାହାରିଲେ ଜିଲ୍ଲାପାଳ - Khurdha district news
ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାକୁ ରେଡ଼ ଜୋନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ....
ଖୋର୍ଦ୍ଧାରେ କରୋନା ଗ୍ରାଫ ଉପରମୁଁହା; ଅମାନିଆଙ୍କୁ ସାବାଡ଼ କରିବାକୁଖୋର୍ଦ୍ଧାରେ କରୋନା ଗ୍ରାଫ ଉପରମୁଁହା; ଅମାନିଆଙ୍କୁ ସାବାଡ଼ କରିବାକୁ ବାହାରିଲେ ଜିଲ୍ଲାପାଳ ବାହାରିଲେ ଜିଲ୍ଲାପାଳ
ଯେଉଁ ଅମାନିଆମାନେ ସଠିକ କାରଣ ଦର୍ଶାଇ ପାରୁନାହାଁନ୍ତି, ସେମାନଙ୍କ ଗାଡ଼ି ଗୁଡିକୁ ଜବତ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି । ଏହିପରି ପ୍ରତ୍ୟେକ ଦିନ ସହରର ସମସ୍ତ ସ୍ଥାନରେ ଚେକିଂ ଓ ବ୍ଲକିଙ୍ଗକୁ କଡ଼ାକଡ଼ି କରାଯାଇ ଆମାନିଆଙ୍କୁ ସାବାଡ଼ କାରାଯାଉଛି । ସେହିପରି ଆଜି ସୁଦ୍ଧା ଖୋର୍ଦ୍ଧା ଉପଖଣ୍ଡରେ 70 ପ୍ରତିଶତ ଗ୍ରାମ କରୋନା ମୁକ୍ତଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ