ଓଡିଶା

odisha

ETV Bharat / state

ଖୋର୍ଦ୍ଧାରେ ବଢୁଛି ସଂକ୍ରମଣ ହାର, ତତ୍ପର ହେଲା ଜିଲ୍ଲା ପ୍ରଶାସନ - khurda district news

ଖୋର୍ଦ୍ଧା ଜିଲ୍ଲାରେ ବଢୁଛି ସଂକ୍ରମଣ , ବାହାର ରାଜ୍ୟରୁ ଫେରୁଥିବା ବ୍ୟକ୍ତିଙ୍କ ଉପରେ ପ୍ରଶାସନର ନଜର । ଆରମ୍ଭ ହେଲା ସ୍ବତନ୍ତ୍ର ଡ୍ରାଇଭ । ଅଧିକ ପଢନ୍ତୁ...

ଖୋର୍ଦ୍ଧାରେ ବଢୁଛି ସଂକ୍ରମଣ ହାର , ତତ୍ପର ଜିଲ୍ଲା ପ୍ରାଶାସନ
ଖୋର୍ଦ୍ଧାରେ ବଢୁଛି ସଂକ୍ରମଣ ହାର , ତତ୍ପର ଜିଲ୍ଲା ପ୍ରାଶାସନ

By

Published : Apr 8, 2021, 4:11 PM IST

ଖୋର୍ଦ୍ଧା: ସାରା ଦେଶରେ କୋରୋନାର ଦ୍ବିତୀୟ ଲହର ଆରମ୍ଭ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ସଂକ୍ରମଣ ହାର ବଢିବାରେ ଲାଗିିଛି । ଜିଲ୍ଲାର ସହରାଞ୍ଚଳରେ ସଂକ୍ରମଣ ହାର ଗ୍ରାମାଞ୍ଚଳ ଅପେକ୍ଷା ଅଧିକ ରହିଛି । ତେବେ ପ୍ରଶାସନ ପକ୍ଷରୁ ଜିଲ୍ଲାରେ କୋଭିଡ ସ୍ଥିତି ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି । ମୁଖ୍ୟତଃ ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ ରହିଛି ସ୍ବତନ୍ତ୍ର ନଜର । ବାହାର ରାଜ୍ୟରୁ ଖୋର୍ଦ୍ଧା ଜିଲ୍ଲାକୁ ଫେରୁଥିବା ବ୍ୟକ୍ତି ବିଶେଷଙ୍କୁ ଆରଟିପିସିଆର ପରୀକ୍ଷା କରିବା ସହ ହୋମ ଆଇସୋଲେସନରେ ରହିବା ବାଧ୍ୟତାମୂଳକ କରାଯାଇଛି ।

ଖୋର୍ଦ୍ଧାରେ ବଢୁଛି ସଂକ୍ରମଣ ହାର , ତତ୍ପର ହେଲା ଜିଲ୍ଲା ପ୍ରାଶାସନ

ସେହିପରି କୋଭିଡ ଗାଇଡଲାଇନ କଡାକଡି ଅନୁଧ୍ୟାନ କରିବା ପାଇଁ ସମସ୍ତ ଅଧିକାରୀ ଓ ସରପଞ୍ଚମାନଙ୍କୁ ସତର୍କ ଏବଂ ସଜାଗ କରିଛନ୍ତି ଜିଲ୍ଲାପାଳ । ସେହିପରି ଆବଶ୍ୟକ ପଡିଲେ କୋଭିଡ କେୟାର ସେଣ୍ଟର ଚାଲୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ପନିପରିବା ଓ ମାଛ ବ୍ୟବସାୟୀଙ୍କୁ ଖୋଲା ଆକାଶ ତଳେ ଏବଂ ଫାଙ୍କା ସ୍ଥାନରେ ବ୍ୟବସାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଉକ୍ତ ସ୍ଥାନରେ କିପରି ଗହଳି ନହେବ ତାକୁ ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶ ମଧ୍ୟ ରହିଛି । ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପକ୍ଷରୁ ସର୍ବସାଧାରଣ ସ୍ଥାନରେ ପ୍ରତିଦିନ ମାସ୍କ ଚେକିଂକୁ ମଧ୍ୟ କଡାକଡି କରାଯିବା ସହ ଖିଲାପକାରୀଙ୍କ ଠାରୁ ଫାଇନ ଆଦାୟ କରାଯାଉଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details