ଓଡିଶା

odisha

ETV Bharat / state

ନିୟମକୁ ବେଖାତିର, 24800 ଟଙ୍କା ଫାଇନ ଗଣିଲେ ଅମାନିଆ - corona news

ଲୋକଙ୍କୁ ସଚେତନ ଓ ସଜାଗ କାରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଆଜି ବାଘମାରି ପୋଲିସ ପକ୍ଷରୁ ମାସ୍କ ଚେକିଂ ଓ ଏମଭି ଚେକିଂକୁ କଡାକଡି କରାଯାଇଛି । ଅଧିକ ପଢନ୍ତୁ...

ନିୟମକୁ ବେଖାତିର, 24 ହଜାର 8ଶହ ଫାଇନ ଗଣିଲେ ଅମାନିଆ
ନିୟମକୁ ବେଖାତିର, 24 ହଜାର 8ଶହ ଫାଇନ ଗଣିଲେ ଅମାନିଆ

By

Published : Apr 20, 2021, 7:14 AM IST

ଖୋର୍ଦ୍ଧା: କୋରୋନାର ନୂଆ ଷ୍ଟ୍ରେନ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ହେଲେ ଏବେବି ଏହାକୁ ଅଣଦେଖା କରୁଛନ୍ତି ଲୋକେ । ଏହି ମହାମାରୀ ସାଙ୍ଘାତିକ ରୂପରେ ଜନ ମାନସକୁ ଆକ୍ରାନ୍ତ କରୁଥିବା ଦେଖାଯିବା ପରେ ସବୁଠି ସତର୍କ ଓ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି ।

ନିୟମକୁ ବେଖାତିର, 24 ହଜାର 8ଶହ ଫାଇନ ଗଣିଲେ ଅମାନିଆ

ସେହିପରି ରାଜ୍ୟ ସରକାର ଜିଲ୍ଲାର ସବୁ ସହରାଞ୍ଚଳକୁ ରାତ୍ରି କର୍ଫ୍ୟୁ ଘୋଷଣା କରିଥିଲେ ମଧ୍ୟ ଗ୍ରାମାଞ୍ଚଳ ମୁକୁଳା ରହିଛି । ଲୋକଙ୍କୁ ସଚେତନ ଓ ସଜାଗ କାରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ବାଘମାରି ପୋଲିସ ପକ୍ଷରୁ ମାସ୍କ ଚେକିଂ ଓ ଏମଭି ଚେକିଂକୁ କଡାକଡି କରାଯାଇଛି ।

ବାଘମାରି ପୋଲିସ ସୋମବାର ବିନା ମାସ୍କରେ ବୁଲୁଥିବା ଅମାନିଆଙ୍କ ଠାରୁ 18ଶହ ଟଙ୍କା ଫାଇନ ଆଦାୟ କରିଛନ୍ତି। ଏହାସହ ବିନା ହେଲମେଟରେ ଯାତ୍ରା କରୁଥିବା ଚାଳକଙ୍କ ଠାରୁ 23 ହଜାର ଟଙ୍କା ଚାଲାଣ କଟିଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା ,ଇଟିଭି ଭାରତ

ABOUT THE AUTHOR

...view details