ଓଡିଶା

odisha

By

Published : Mar 24, 2023, 6:42 PM IST

ETV Bharat / state

୧୩୪ ଦିନର ରାଜ୍ୟରେ ସର୍ବାଧିକ ସଂକ୍ରମଣ, ଜିନୋମ୍ ସିକ୍ୱେନ୍ସିଂ ବଢାଇବାକୁ କେନ୍ଦ୍ରର ନିର୍ଦ୍ଦେଶ

ପୁଣି ବଢୁଛି କରୋନା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭ ନୂଆ କୋଭିଡ ପଜିଟିଭ ଚିହ୍ନଟ । ସଂକ୍ରମଣକୁ ଦୃଷ୍ଟିରେ ରଖି ସର୍ଭେଲାନ୍ସ, ଟ୍ରାକିଂ, ଟେଷ୍ଟିଂ ଜୋରସୋର କରିଛନ୍ତି ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢ଼ନ୍ତୁ

୧୩୪ ଦିନର ରାଜ୍ୟରେ ସର୍ବାଧିକ ସଂକ୍ରମଣ
୧୩୪ ଦିନର ରାଜ୍ୟରେ ସର୍ବାଧିକ ସଂକ୍ରମଣ

ରାଜ୍ୟରେ ବଢୁଛି କରୋନା ସଂକ୍ରମଣ, ସତର୍କ ରୁହନ୍ତୁ ଜନସାଧାରଣ

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ଘଟିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସକ୍ରିୟ ରୋଗି ସଂଖ୍ୟା ୭୩ ଛୁଇଁଛି । ୧୩୪ ଦିନ ମଧ୍ୟରେ ଦୈନିକ ସଂକ୍ରମଣ ୧୭ ରହିଥିବା ବେଳେ ରାଜ୍ୟରେ ଚିନ୍ତି ଜନକ ପରିସ୍ଥିତି ନଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ।

ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ସୂଚନା ଆନୁଯାୟୀ,‘‘ଗତକାଲି(ଗୁରୁବାର) ରାଜ୍ୟରେ ୫୬୪୭ ଜଣଙ୍କର କୋଭିଡ ପରୀକ୍ଷା ହୋଇଥିଲା । ଟେଷ୍ଟିଂ ବଢ଼ିଥିବାରୁ ପଜିଟିଭ ସଂଖ୍ୟା ସାମାନ୍ୟ ବଢ଼ିଛି । ତେବେ ଚିନ୍ତାଜନକ ସ୍ଥିତି ନାହିଁ । ସବୁ କୋଭିଡ ପଜିଟିଭ ନମୁନାକୁ ଜିନମ ସିକ୍ୱେନ୍ସିଂ ପାଇଁ ପଠାଇବାକୁ ସମସ୍ତ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ସର୍ଭେଲାନ୍ସ ବଢ଼ାଇବାକୁ ମଧ୍ୟ କୁହାଯାଇଛି । ମୋଟ ସକ୍ରିୟ ରୋଗୀଙ୍କ ମଧ୍ୟରୁ ଜଣେ ମାତ୍ର ହସ୍ପିଟାଲରେ ଅଛନ୍ତି । ତେଣୁ ଲୋକମାନେ ଆତଙ୍କିତ ହେବାର କୌଣସି କାରଣ ନାହିଁ । ଲୋକମାନେ ସଚେତନ ରୁହନ୍ତୁ ଓ କୋଭିଡ ନିୟମ ଅନୁପାଳନ କରନ୍ତୁ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।’’

ଏହାସହ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ‘‘ଦେଶରେ କୋଭିଡ ସଂକ୍ରମିତ ସଂଖ୍ୟା ଉପର ମୁହାଁ ହେଉଛି । ଯାହାକୁ ନେଇ ଗତ ବୁଧବାର ପ୍ରଧାନମନ୍ତ୍ରୀ ସ୍ଥିତି ସମୀକ୍ଷା କରିଥିଲେ । ଆସନ୍ତା ସୋମବାର ଦିନ କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ସହ କୋଭିଡ ସ୍ଥିତି ନେଇ ସମୀକ୍ଷା କରିବେ । କୋଭିଡ ନେଇ ଯଦି କୌଣସି ନିର୍ଦ୍ଦେଶାବଳୀ ଆସେ ତାକୁ ପୁଣି କାର୍ଯ୍ୟକାରୀ କରାଯିବ । ରାଜ୍ୟରେ ବର୍ତ୍ତମାନ ଉଦବେଗଜନକ ସ୍ଥିତି ନାହିଁ । ସର୍ଭେଲାନ୍ସ, ଟ୍ରାକିଂ, ଟେଷ୍ଟିଂ ଚାଲିଛି ଜୋରସୋରରେ ଚାଲିଛି । ସବୁ ଡାକ୍ତରଖାନାରେ ଆଇସୋଲେସନ, ଆଇ ସି ୟୁ ବେଡ୍ ମହଜୁଦ ରହିଛି । ରୋଗୀ ଆସିଲେ ଅସୁବିଧା ହେବନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।’’

ସୂଚନା ଅନୁଯାୟୀ, ରାଜ୍ୟ ତଥା ଦେଶରେ କୋଭିଡ ସଂକ୍ରମଣ ବଢ଼ିବାରେ ଲାଗିଛି । ଏନେଇ ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦେଇଛି କେନ୍ଦ୍ର । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂକ୍ରମଣ ମୁକାବିଲା ଦିଗରେ କେଉଁ ପଦକ୍ଷେପ ଗ୍ରହଣ ହୋଇଛି ସେନେଇ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ । ବୈଠକରେ ବିଶେଷ ଭାବରେ ଟେଷ୍ଟିଂ, ଟ୍ରାକିଂ, ଚିକିତ୍ସା ଏବଂ ଟିକା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି । ନମୁନାର ଜିନୋମ୍ ସିକ୍ୱେନ୍ସିଂ ବଢାଇବାକୁ ମଧ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହା ଦ୍ୱାରା ନୂଆ ଭାରିଆଣ୍ଟଟିକୁ ଖୁବ ଶୀଘ୍ର ଚିହ୍ନଟ କରାଯାଇପାରିବ । ଏହାକୁ ରୋକିବାକୁ ଆଗୁଆ ପଦକ୍ଷେପ ନିଆଯାଇ ପାରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details