ଓଡିଶା

odisha

ETV Bharat / state

OHRDC ଦୁର୍ନୀତି ମାମଲା: IAS ବିନୋଦ କୁମାରଙ୍କ ସହ ୫ ଦୋଷୀ ସାବ୍ୟସ୍ତ

ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟର ଗୁରୁତ୍ଵପୂର୍ଣ୍ଣ ରାୟ । OHRDC (Odisha Rural Housing Development Corporation) ଦୁର୍ନୀତି ମାମଲାରେ IAS ବିନୋଦ କୁମାରଙ୍କ ସହ ୫ ଜଣ ଦୋଷୀ ସାବ୍ୟସ୍ତ । ଅଧିକ ପଢ଼ନ୍ତୁ

OHRDC ଦୁର୍ନୀତି ମାମଲା: IAS ବିନୋଦ କୁମାରଙ୍କ ସହ ୫ ଦୋଷୀ ସାବସ୍ତ୍ୟ
OHRDC ଦୁର୍ନୀତି ମାମଲା: IAS ବିନୋଦ କୁମାରଙ୍କ ସହ ୫ ଦୋଷୀ ସାବସ୍ତ୍ୟ

By

Published : Dec 1, 2022, 7:00 AM IST

ଭୁବନେଶ୍ବର: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟର ଗୁରୁତ୍ଵପୂର୍ଣ୍ଣ ରାୟ । OHRDC (Odisha Rural Housing Development Corporation) ଦୁର୍ନୀତି ମାମଲାରେ ପୁଣି ଥରେ ଦୋଷୀ ସାବସ୍ତ୍ୟ ହେଲେ IAS ବିନୋଦ କୁମାର । ଭୂମିକା ବିଲଡର ପ୍ରାଇଭେଟ୍ ଲିମିଟେଡ ବିରୋଧରେ କରିଥିବା ଭିଜିଲାନ୍ସ କେସ ଆଧାରରେ ରାୟ ପ୍ରକାଶିତ । ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମ (OHRDC) ଦୁର୍ନୀତି ମାମଲାରେ IAS ବିନୋଦ କୁମାରଙ୍କ ସହ ୫ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

IAS ବିନୋଦ କୁମାର ସହ OHRDCର ତତ୍କାଳୀନ କମ୍ପାନୀ ସଚିବ ସ୍ବସ୍ତି ରଞ୍ଜନ ମହାପାତ୍ର, ଜୁନିୟର ଫୋନ ଅଫିସର ସତ୍ୟପ୍ରକାଶ ବେହେରା, ସହ ସିଷ୍ଟମ ଆନାଲିଷ୍ଟ ଗାନେନ୍ଦ୍ର ସ୍ବାଇଁଙ୍କ ସହ କମ୍ପାନୀର ଏମ୍‌ଡି ଦେବଦତ୍ତ ରାୟ ଏବଂ ସହଯୋଗୀ ପାର୍ଟନର ବିଭୁତି ଭୂଷଣ ସ୍ବାଇଁଙ୍କୁ ୩ ବର୍ଷ ଲେଖାଏଁ କାରାଦଣ୍ଡ ନିର୍ଦ୍ଦେଶ । ଏହାସହ ୫୦ ହଜାର‌ ଟଙ୍କା ଜୋରିମାନା ଦଣ୍ଡ ଶୁଣାଇଛନ୍ତି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ । ତେବେ ପୂର୍ବରୁ ମେଟ୍ରୋ‌ ବିଲଡରର ଜାଲିଆତି ମାମଲାରେ ମଧ୍ୟ ଗତ ୨୯ ସେପ୍ଟେମ୍ବରରେ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ସହ ମେଟ୍ରୋ ବିଲଡରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ସେତେବେଳେ ମଧ୍ୟ IAS ବିନୋଦ କୁମାର ଦୋଷୀ ସାବ୍ୟସ୍ତ ହୋଇଥିଲେ ‌।

OHRDC ଦୁର୍ନୀତି ମାମଲା: IAS ବିନୋଦ କୁମାରଙ୍କ ସହ ୫ ଦୋଷୀ ସାବସ୍ତ୍ୟ

୨୦୦୦ରୁ ୨୦୦୧ ମସିହାରେ ତତ୍କାଳୀନ OHRDC ଏମ୍‌ଡି ଭାବେ IAS ବିନୋଦ କୁମାର କାର୍ଯ୍ୟ କରୁଥିଲେ । ସେହି ସମୟରେ ଅନେକ ବିଲଡରଙ୍କୁ ଗ୍ରାମ୍ୟ ଗୃହ ନିର୍ମାଣରେ ଋଣ ମଞ୍ଜୁରୀ ପାଇଁ ଉପଯୁକ୍ତ କାଗଜ ଯେପରିକି ବିଡିଏ ଆପ୍ରୁଭାଲ, ପ୍ରୋଜେକ୍ଟ ଏଷ୍ଟିମେଟ ଲେଟର, ଫାୟାର ଲାଇସେନ୍ସ ସାର୍ଟିଫିକେଟ ଆଦିକୁ ସଠିକ ଯାଞ୍ଚ ନକରି ଅନେକ ବିଲଡରଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ପ୍ରସ୍ତାବିତ କାଗଜ ପତ୍ରରେ ଦସ୍ତଖତ କରି ଋଣ ମଞ୍ଜୁର କରାଇଥିଲେ । ପରବର୍ତ୍ତୀ ସମୟରେ ବିଭିନ୍ନ ପର୍ଯ୍ୟାୟରେ ଲୋନ ପାଇଥିଲେ ମେଟ୍ରୋ ବିଲଡର, ଭୂମିକା ବିଲଡର ଭଳି ଅନେକ ବିଲଡର କମ୍ପାନୀ । ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଜଣାପଡିଥିଲା ଯେ ଜଲ କାଗଜ ପତ୍ର ଜରିଆରେ ଏଭଳି ଜାଲିଆତି କାରବାର ହୋଇଥିଲା ।

ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଥିବା ସମୟରେ ମହାବାତ୍ୟା ପରେ ପରେ ବିଭିନ୍ନ ନକଲି ଫାର୍ମ ତଥା ବ୍ୟକ୍ତିଙ୍କ ପ୍ରତି ଅନୁଚିତ୍ ଅନୁଗ୍ରହ ପ୍ରଦାନ କରି ୩୩ କୋଟି ୩୪ ଲକ୍ଷ ଟଙ୍କା ବେଆଇନ ଭାବେ ମଞ୍ଜୁର କରିଥିଲେ । ଯାହାଦ୍ବାରା ରାଜ୍ୟ ସରକାରଙ୍କ ବିପୁଳ ଆର୍ଥିକ କ୍ଷତି ହୋଇଥିଲା । ଏନେଇ ତାଙ୍କ ବିରୋଧରେ ଓଡିଶା ସରକାର ୨୭ଟି ଭିଜିଲାନ୍ସ କେସ୍‌ ଦାୟର କରିଥିଲେ । ସେହି ମଧ୍ୟରୁ ୫ଟି କେସ୍‌ରେ ବିନୋଦ କୁମାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏନେଇ ସରକାରୀ ଓକିଲ ହେମନ୍ତ କୁମାର ସ୍ବାଇଁ କହିଛନ୍ତି, "ଦୁର୍ନୀତି କରିଥିବା ବ୍ୟକ୍ତିମାନେ ଯେତେ ଉଚ୍ଚ ପଦ ପଦବୀରେ ଥାଆନ୍ତୁ ନା କାହିଁକି ରାଜ୍ୟ ସରକାର ସବୁବେଳେ ଦୁର୍ନୀତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଆସିଛନ୍ତି । ଯାହାର‌ ଆଧାରରେ ଗତ ୨ ଫେବୃଆରୀରୁ ଚାକିରିରୁ ବିଦା କରିଥିଲେ ରାଜ୍ୟ ସରକାର । ଏନେଇ ତାଙ୍କୁ ଚାକିରିରୁ ବହିଷ୍କୃତ ହେବାକୁ ପଡ଼ିଥିଲା ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details