ଖୋର୍ଦ୍ଧା: ପୌର ପରିଷଦ ଗେଟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କଲେ କାଉନସିଲର । ସ୍ଥାୟୀ ଅଧିକାରୀ ନିଯୁକ୍ତି ଦାବିରେ କାଉନସିଲରମାନେ ଏଭଳି ବିକ୍ଷୋଭ ପ୍ରଦର୍ଶନ କରିଥିବା କହିଛନ୍ତି । ଗୁରୁତ୍ବପୂର୍ଣ୍ଣ ବୈଠକକୁ ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଅଣଦେଖା କରିବା ନେଇ ଅସନ୍ତୋଷ ଦେଖା ଦେଇଛି ।
ସୂଚନା ଅନୁସାରେ ଆଜି (ବୁଧବାର) ଦିନ ୧୧ଟା ସମୟରେ ପୌର ପରିଷଦ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହେବା ପାଇଁ ନିଷ୍ପତ୍ତି ହେଇଥିଲା । ଏଥିପାଇଁ ସ୍ଥାନୀୟ ବିଧାୟକ ଓ ସମସ୍ତ କାଉନସିଲମାନେ ସଠିକ ସମୟରେ ଉପସ୍ଥିତ ହେଇଥଲେ । ବିଧାୟକ ଜିତୁ ମିତ୍ର ଓ କାଉନସିଲରମାନେ ଦେଢ଼ ଘଣ୍ଟା ଅପେକ୍ଷା କରିବା ସତ୍ତ୍ବେ ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ତଥା ତହସିଲଦାର ଆସିନଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରି କାଉନସିଲରମାନେ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖ ଗେଟ୍ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିବା କହିଛନ୍ତି ।