ଭୁବନେଶ୍ବର:ରାଜ୍ୟରେ ଦୁର୍ନୀତି ମୁକ୍ତ ଓଡିଶା ଗଠନ କରିବା କଂଗ୍ରେସର ଲକ୍ଷ୍ୟ । ଦୁର୍ନୀତି ବିରୁଦ୍ଧରେ ଲଢ଼ିବ ରାଜ୍ୟ କଂଗ୍ରେସ । ସବୁ କ୍ଷେତ୍ରରେ ଦୁର୍ନୀତିରେ ବୁଡିଛନ୍ତି ସରକାର । ସେ ଖଣି ହେଉ, ବାଲି ହେଉ ବା ଅନ୍ୟ କ୍ଷେତ୍ର ସବୁଠାରେ ଦୁର୍ନୀତି ବ୍ୟାପକ ଭାବେ ଚାଲିଛି । ଆଗକୁ ସାରା ରାଜ୍ୟରେ ଦୁର୍ନୀତି ବିରୋଧରେ ସଂଗ୍ରାମ କରିବ କଂଗ୍ରେସ ।
କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ରାଜ୍ୟରେ ଦୁର୍ନୀତି ତଳ ଠାରୁ ଉପର ପର୍ଯ୍ୟନ୍ତ ଲମ୍ବିଛି । ସବୁ କ୍ଷେତ୍ରରେ ଦୁର୍ନୀତିରେ ବୁଡିଛନ୍ତି ସରକାର । ଦୁର୍ନୀତିର ମୂଳପୋଛ ଲାଗି ଲଢ଼େଇ କରିବ ରାଜ୍ୟ କଂଗ୍ରେସ । ଆଗକୁ ସାରା ରାଜ୍ୟରେ ଦୁର୍ନୀତି ବିରୋଧୀ ଲଢ଼େଇକୁ ଶାଣିତ କରିବ କଂଗ୍ରେସ । ରାଜ୍ୟରୁ ଦୁର୍ନୀତି ରୋକିବା ପାଇଁ ରାଜ୍ୟ କଂଗ୍ରେସ ବିଧାୟକ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ଶୂନ୍ୟ ସହିଷ୍ଣୁତା ନୀତି ଅବଲମ୍ବନ କରୁଛନ୍ତି । ରାଜ୍ୟ ଭିଜିଲାନ୍ସ ଦ୍ୱାରା ସରକାରୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏମିତିକି ଦୁର୍ନୀତି ଖୋର ଅଧିକାରୀ, କର୍ମଚାରୀଙ୍କୁ ଚାକିରିରୁ ବିଦା କରୁଛନ୍ତି ସରକାର । ଏହା କେବଳ ଲୋକ ଦେଖାଣିଆ, କେବଳ ତଳ ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ସରକାର କିନ୍ତୁ ଯେଉଁ ବଡ଼ ବଡ଼ ଅଧିକାରୀମାନେ ଦୁର୍ନୀତିରେ ବୁଡି ରହିଛନ୍ତି ସେମାନଙ୍କ ଉପରେ ସରକାର ନଜର ନାହିଁ । ଓଡିଶାକୁ ଏକ ଦୁର୍ନୀତି ମୁକ୍ତ ରାଜ୍ୟ ଗଠନ କରିବା ପାଇଁ କଂଗ୍ରେସ ଦଳ ସଂକଳ୍ପ ବଦ୍ଧ । ଦୁର୍ନୀତିର ଚେର ସବୁ ଜାଗାରେ ଲମ୍ବିଛି । ସେ ଖଣି ହେଉ, ବାଲି ହେଉ ବା ଅନ୍ୟ କ୍ଷେତ୍ର ସବୁଠାରେ ଦୁର୍ନୀତି ବ୍ୟାପକ ଭାବେ ଚାଲିଛି । ଏହାର ପ୍ରତିବାଦ କରିବ କଂଗ୍ରେସ । ଖୁବଶୀଘ୍ର ଆନ୍ଦୋଳନ କରିବ କଂଗ୍ରେସ ।"