ଓଡିଶା

odisha

ETV Bharat / state

କେବେ ସରିବ 3199 ସ୍କୁଲରେ ସ୍ମାର୍ଟବୋର୍ଡ ଇନଷ୍ଟଲେସନ ? 2 ବର୍ଷରେ କାମ ସରିନି, ମେଣ୍ଟେନାନ୍ସରେ ବି ଲୁଟ୍‌ ! - Smart board Corruption

Corruption in Smart board installation: ସ୍ମାର୍ଟ କ୍ଲାସରୁମରେ ସ୍ମାର୍ଟ ବୋର୍ଡ ଇନଷ୍ଟଲେସନରେ ଦୁର୍ନୀତି ଅଭିଯୋଗ । 3199 ସ୍କୁଲରେ ଶେଷ ହୋଇନି ଇନଷ୍ଟଲଲେସନ କାମ । ସୂଚନା ଅଧିକାର ଆଇନ ବଳରେ ମିଳିଲା ଚାଞ୍ଚଲ୍ୟକର ତଥ୍ୟ । ସ୍ମାର୍ଟ ବୋର୍ଡ ମେଣ୍ଟେନାନ୍ସରେ ଅର୍ଥ ହେରଫେର ଅଭିଯୋଗ । ଅଧିକ ପଢନ୍ତୁ

ସ୍ମାର୍ଟ କ୍ଲାସରୁମରେ ସ୍ମାର୍ଟ ବୋର୍ଡ ଇନଷ୍ଟଲେସନରେ ଦୁର୍ନୀତି
ସ୍ମାର୍ଟ କ୍ଲାସରୁମରେ ସ୍ମାର୍ଟ ବୋର୍ଡ ଇନଷ୍ଟଲେସନରେ ଦୁର୍ନୀତି

By ETV Bharat Odisha Team

Published : Jan 3, 2024, 7:28 PM IST

ସ୍ମାର୍ଟ କ୍ଲାସରୁମରେ ସ୍ମାର୍ଟ ବୋର୍ଡ ଇନଷ୍ଟଲେସନରେ ଦୁର୍ନୀତି

ଭୁବନେଶ୍ବର: ସମସ୍ତ ସରକାରର ପ୍ରାଥମିକ ଦାୟିତ୍ବ ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ । କୋଭିଡ ସମୟରେ ରାଜ୍ୟ ସରକାର ରାଜ୍ୟର ସମସ୍ତ ସ୍କୁଲକୁ ଡିଜିଟାଲାଇଜେସନ କରିବା ପାଇଁ ଚିନ୍ତା କଲେ । ଏହି କ୍ରମରେ ରାଜ୍ୟ ସରକାର 4 ଜିଲ୍ଲାରେ 3199 ସ୍ମାର୍ଟ କ୍ଲାସରୁମ ପ୍ରତିଷ୍ଠା ପାଇଁ ଯୋଜନା କଲେ । ଯାହାର 5 ବର୍ଷିୟା ମେଣ୍ଟେନାନ୍ସ କଥା ମଧ୍ୟ ଯୋଜନାରେ ସାମିଲ ଥିଲା । 5T ଅନ୍ତର୍ଗତ ଓସେପା (ଓଡିଶା ସ୍କୁଲ ଏଜୁକେସନ ପ୍ରୋଗ୍ରାମ ଅଥରିଟି) ଏହି କାମ ହାତକୁ ନେଲା । ବିଡମ୍ବନାର କଥା ହେଲା, କିଛି ସରକାରୀ ଏଜେନ୍ସି 5T ନିୟମକୁ ହେୟଜ୍ଞାନ କରି ଭିତ୍ତିଭୂମିରେ ନିବେଶ କଲେ । ପ୍ରକୃତ ଲାଭ ପାଇବା ପାଇଁ କିନ୍ତୁ ସଠିକ ପ୍ଲାନ ନଥିଲା । ଯାହା ଫଳରେ ଟେଣ୍ଡରକୁ 2 ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ 3199 ସ୍କୁଲରେ ଶେଷ ହୋଇନି ଇନଷ୍ଟଲଲେସନ କାମ । ସ୍ମାର୍ଟ କ୍ଲାସରୁମରେ ସ୍ମାର୍ଟ ବୋର୍ଡ ଇନଷ୍ଟଲେସନରେ ହୋଇଛି ଦୁର୍ନୀତି ଅଭିଯୋଗ ।

ଉଲ୍ଲଙ୍ଘନ ହୋଇଛି ଟେଣ୍ଡରରେ ଥିବା ଗାଇଡ୍‌ଲାଇନ: ଏହି ସ୍ମାର୍ଟ କ୍ଲାସରୁମରେ କେଉଁ ଏଜେନ୍ସି ସ୍ମାର୍ଟ ବୋର୍ଡ ଲଗାଇବ, ତାହାକୁ ଚୟନ କରିବା ପାଇଁ ଓଡ଼ିଶା କମ୍ପ୍ୟୁଟର ଏକାଡେମୀ ସେଣ୍ଟର (ଓକାକ)କୁ ଦାୟିତ୍ବ ଦିଆଯାଇଥିଲା । ଟେଣ୍ଡର ହେଲା । 2021 ନଭେମ୍ବର 18 ତାରିଖରେ ଓକାକ୍‌ ନୂଆଦିଲ୍ଲୀର ସଂସ୍ଥା ୟୁନିକପସ୍‌ ଟେକ୍ନୋଲଜିକୁ ପ୍ରାୟ 98 କୋଟି 59 ଲକ୍ଷ 19 ହଜାର 984 ଟଙ୍କାରେ ଏହିସବୁ ସ୍ମାର୍ଟ ବୋର୍ଡ ଲଗାଇବାର ଦାୟିତ୍ବ ଦେଇଥିଲା । ହେଲେ ୟୁନିକପସ୍‌କୁ ଚୟନ ପଛରେ ଟେଣ୍ଡର ନର୍ମ୍‌ ଭାଓଲେଟ୍‌ ହୋଇଥିବା ଅଭିଯୋଗ ହୋଇଛି । ଏହି ଘରୋଇ ସଂସ୍ଥାକୁ କାମ ଦିଆଯିବା ପଛରେ ରାଜ୍ୟ ସରକାରଙ୍କ ଅଧିକାରୀ ସହିତ ଓକାକ୍‌ର ଉଚ୍ଚ କର୍ତ୍ତୃପକ୍ଷ ସଂଶ୍ଳିଷ୍ଟ ଥିବା ଅଭିଯୋଗ ହୋଇଛି । ବଡ଼ କଥା ହେଲା, ଏହି ସ୍ମାର୍ଟ ବୋର୍ଡକୁ ପରିଚାଳନା ପାଇଁ ବୈଷୟିକ ଜ୍ଞାନ କୌଶଳ ଜାଣିଥିବା ବ୍ୟକ୍ତି ବିଶେଷ ନଥିବା ଜଣାପଡିଛି । ଏପରିକି ମେଣ୍ଟେନାନ୍ସ ପାଇଁ କୌଣସି ଟୋଲ୍‌ ଫ୍ରି ନମ୍ବର ଜାରି କରାଯାଇନାହିଁ । ଯାହାକି ଟେଣ୍ଡରରେ ଥିବା ଗାଇଡ୍‌ଲାଇନର ଉଲ୍ଲଙ୍ଘନ ବୋଲି । ଏନେଇ ଆମେ ଓକାକ୍‌ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କ୍ୟାମେରା ଆଗରେ କିଛି କହିବାକୁ ପ୍ରସ୍ତୁତ ନାହାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...5T School: ଦୟନୀୟ ଅବସ୍ଥାରେ ସ୍ମାର୍ଟ ସ୍କୁଲ, ରୂପାନ୍ତରଣର ୨ ବର୍ଷ ପୂରୁଣୁ କାନ୍ଥ ଫାଟି ଆଁ

କିଛି ସ୍କୁଲରେ ଠିକଠାକ୍‌ ଚାଲିଛି ସ୍ମାର୍ଟବୋର୍ଡ: ପ୍ରଥମ ପର୍ଯ୍ୟାୟରେ ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର ଏବଂ ଝାରସୁଗୁଡାରେ ଏହି ସ୍ମାର୍ଟ ବୋର୍ଡ ଲାଗିବାର ଯୋଜନା ଥିଲା । କେନ୍ଦୁଝରର କିଛି ବିଦ୍ୟାଳୟର ଦୃଶ୍ୟ ଆପଣ ଏହି ଖବର ସହିତ ପ୍ରକାଶିତ ଭିଡିଓରେ ଦେଖିପାରିବେ । ସ୍ମାର୍ଟ କ୍ଲାସରୁମରେ ସ୍ମାର୍ଟ ବୋର୍ଡରେ ଚାଲିଛି ପାଠ ପଢା । ସ୍ମାର୍ଟ ବୋର୍ଡରେ ପାଠପଢାକୁ ନେଇ ପିଲାମାନେ ଯେତିକି ଖୁସି, ଶିକ୍ଷକମାନେ ମଧ୍ୟ ସେତିକି ଖୁସି । ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା ଝାରସୁଗୁଡାରେ । ତେବେ ସେଠାରେ କେବଳ ଏସି ଖରାପ ନେଇ ପିଲାମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ବାକି ସ୍ମାର୍ଟ ବୋର୍ଡ ଠିକ୍‌ ଥିଲା ।

କିନ୍ତୁ ରାଜ୍ୟର ଅନ୍ୟ ସ୍କୁଲର ଖବର କଣ ? କଣ ସେଠାରେ ଠିକ ଭାବେ ଇନଷ୍ଟଲ ହୋଇଛି ସ୍ମାର୍ଟ ବୋର୍ଡ ? ମେଣ୍ଟେନାନ୍ସ ଦାୟିତ୍ବରେ ଥିବା ଅଧିକାରୀ ଆସୁଛନ୍ତି ନା ନାହିଁ ? ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ମେଣ୍ଟେନାନ୍ସ ପାଇଁ ଅଛନ୍ତି 153 ଜଣ ଅଧିକାରୀ । ସେମାନଙ୍କର ଆଟେଣ୍ଡାସ୍‌ ମଧ୍ୟ ରହିଛି । ଛୁଟିଦିନକୁ ଛାଡିଦେଲେ ବାକି ସବୁଦିନ ସେମାନେ ଉପସ୍ଥିତ ଅଛନ୍ତି । ତାହାର ଦସ୍ତାବିଜ ମଧ୍ୟ ହସ୍ତଗତ ହୋଇଛି । ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ମେଣ୍ଟେନାନ୍ସ ନାଁରେ ଅର୍ଥ ହେରଫେର ହୋଇନାହିଁ ତ ? ଏନେଇ ସୁନ୍ଦରଗଡ଼ ଡିଇଓ କହିଛନ୍ତି, "ମେଣ୍ଟେନାନ୍ସ ପାଇଁ ସବୁବେଳେ ଆସୁନାହାନ୍ତି । ଖବର ଦେଲେ ଆସୁଛନ୍ତି । ଯଦି କୌଣସି ଯାଗାରେ ଅସୁବିଧା ଅଛି, ତେବେ କୁହନ୍ତୁ ଆମେ ଜଣାଇଦେବୁ ।"

ଏହା ମଧ୍ୟ ପଢ଼ନ୍ତୁ...ମଧ୍ୟାହ୍ନ ଭୋଜନ ଚାଉଳ ହେରଫେର ମାମଲା: ଦୁଇ ଶିକ୍ଷକଙ୍କ ସମ୍ପୃକ୍ତି ସନ୍ଦେହ, ତଦନ୍ତ କରୁଛି ପୋଲିସ

କେବେ ଶେଷ ହେବ ଇନଷ୍ଟଲେସନ ?: ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ 18 ସେପ୍ଟେମ୍ବର 2021ରେ ହୋଇଥିଲା ଟେଣ୍ଡର । ଏବେକାର ଷ୍ଟାଟସ ହେଉଛି ସବୁ ସ୍ଥାନରେ ଡେଲିଭରି ଶେଷ ହୋଇଛି । କିନ୍ତୁ ଇନଷ୍ଟଲେସନ୍‌ ଏବେ ମଧ୍ୟ 184 ଲୋକେସନରେ ପେଣ୍ଡିଂ ଅଛି । ସାଇଟ୍‌ ପ୍ରସ୍ତୁତ ନଥିବା କାରଣରୁ ଇନଷ୍ଟଲେସନ୍‌ ହୋଇପାରିନାହିଁ । ଏବେ ସବୁଠୁ ବଡ଼ ପ୍ରଶ୍ନ ହେଲା, କେବେ ଶେଷ ହେବ ଇନଷ୍ଟଲେସନ ? କେବେ କାମ କରିବ ସ୍ମାର୍ଟ ବୋର୍ଡ ? ଏନେଇ ଆମେ ଓସେପା କର୍ତ୍ତୃପକ୍ଷଙ୍କୁ ଭେଟିଥିଲୁ । କିନ୍ତୁ ତାଙ୍କ ପାଖରେ କୌଣସି ତଥ୍ୟ ନଥିବା କହିଥିଲେ ଓସେପା କର୍ତ୍ତୃପକ୍ଷ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details