ଓଡିଶା

odisha

ETV Bharat / state

80 ବର୍ଷର ପୁରୁଣା କୋଠ ଘରକୁ ନଭାଙ୍ଗି ତା ଉପରେ ପଡୁଛି ଛାତ, ଏମିତି ଚାଲିଛି ଆମ ଓଡ଼ିଶା ନବୀନ ଓଡ଼ିଶା ନିର୍ମାଣ କାର୍ଯ୍ୟ - Rural Development

Corruption Allegation in Ama Odisha Nabin Odisha Scheme: ରାଜ୍ୟ ସରକାରଙ୍କ 'ଆମ ଓଡିଶା ନବୀନ ଓଡିଶା' ଯୋଜନା ଅନ୍ତର୍ଗତ ଧାର୍ମିକ ସ୍ଥଳୀ ବିକାଶରେ ଦୁର୍ନୀତିର ଛିଟା । ୮୦ ବର୍ଷର ପୁରୁଣା ଛାତ ଉପରେ ନୂଆ ଛାତ ନିର୍ମାଣ ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ଖାରଡପଲ୍ଲୀ ଗ୍ରାମରୁ । ଅଧିକ ପଢନ୍ତୁ

ଆମ ଓଡ଼ିଶା ନବୀନ ଓଡ଼ିଶା ନିର୍ମାଣ କାର୍ଯ୍ୟରେ ଦୁର୍ନୀତି , ଜିଲ୍ଲା ପ୍ରଶାସନକୁ ଅଭିଯୋଗ କଲେ ଗ୍ରାମବାସୀ
ଆମ ଓଡ଼ିଶା ନବୀନ ଓଡ଼ିଶା ନିର୍ମାଣ କାର୍ଯ୍ୟରେ ଦୁର୍ନୀତି , ଜିଲ୍ଲା ପ୍ରଶାସନକୁ ଅଭିଯୋଗ କଲେ ଗ୍ରାମବାସୀ

By ETV Bharat Odisha Team

Published : Jan 13, 2024, 5:25 PM IST

ଆମ ଓଡ଼ିଶା ନବୀନ ଓଡ଼ିଶା ନିର୍ମାଣ କାର୍ଯ୍ୟରେ ଦୁର୍ନୀତି , ଜିଲ୍ଲା ପ୍ରଶାସନକୁ ଅଭିଯୋଗ କଲେ ଗ୍ରାମବାସୀ

ଖୋର୍ଦ୍ଧା: ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କର ମହତ୍ବକାଂକ୍ଷୀ ଯୋଜନା ଆମ ଓଡିଶା ନବୀନ ଓଡିଶା । ପ୍ରତି ପଞ୍ଚାୟତ ସହ ପ୍ରତି ଗାଁର ବିକାଶକୁ ଫୋକସ୍‌ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ସେଥିପାଇଁ ଗାଁ ଗାଁରେ ଓଡିଆ ତଥା ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସହ ବିଭିନ୍ନ ଧାର୍ମିକ ସ୍ଥଳୀରେ ମୂଳଭିତ୍ତିକୁ ସୁଦୁଢ କରିବା ସହ ଡିଜିଟାଲ ଭିତ୍ତିଭୂମିର ବିକାଶ ପାଇଁ ଏହି ଯୋଜନା ମାଧ୍ୟମରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । କିନ୍ତୁ ବାସ୍ତବରେ ଏହି ଅର୍ଥ କିଭଳି ବିନିଯୋଗ ହେଉଛି ଏବଂ ଏହା କିଭଳି ଜନସାଧାରଣଙ୍କ କାର୍ଯ୍ୟରେ ଲାଗୁଛି ତାହା ଦେଖିବା ପାଇଁ ବ୍ଲକ ପ୍ରଶାସନର ଆନ୍ତରିକତା ନଥିବା ଭଳି ମନେ ହେଉଛି ।

ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଧାର୍ମିକ ପୀଠର ଘର କାର୍ଯ୍ୟରେ ଅନିୟମିତତା ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଭଳି ସଂଗୀନ ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ପାଟପୁର ଶାସନ ପଞ୍ଚାୟତର ଖାରଡପଲ୍ଲୀ ଗ୍ରାମରୁ । ଗ୍ରାମରେ ନବୀନ ଓଡିଶା ଆମ ଓଡିଶା ଯୋଜନାରେ ରଘୁନାଥ ଦେବ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ନାମରେ ୨୦୨୩-୨୪ ଆର୍ଥିକ ବର୍ଷରେ ୨ ଲକ୍ଷ ୫୦ ହଜାର ଟଙ୍କା ଅନୁଦାନ ଆସିଛି । କିନ୍ତୁ ସେଠାରେ ଥିବା ଦୀର୍ଘ ୮୦ ବର୍ଷ ତଳର କୋଠ ଘରକୁ ନ ଭାଙ୍ଗି ଘରର ପୁରୁଣା ଇଟା କାନ୍ଥ ଉପରେ ଛାତ ପକାଇବାକୁ କିଛି ସ୍ବାର୍ଥନ୍ବେଷୀ ଲୋକ ମସୁଧା ଚଳାଇଛନ୍ତି । ଯାହାକୁ ଗ୍ରାମବାସୀ ଘୋର ବିରୋଧ କରି ପିଲର ଉଠାଇ ବିମ୍ ଦେଇ ନୂତନ ଭାବେ ଛାତ ପକାଇବାକୁ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ...ନୂଆ-ଓ ଡିଜିଟାଲ ପ୍ରତିଯୋଗିତା, ରିଲ୍ସ ଓ ଭିଡ଼ିଓ କଲେ ମିଳିବ ପୁରସ୍କାର

ଏହି କାମର କାର୍ଯ୍ୟାଦେଶ ବୋଲଗଡ଼ ପଞ୍ଚାୟତ ସମିତି ନାମରେ ଥିବା ବେଳେ ଯନ୍ତ୍ରୀ ଓ ଠିକାଦାରଙ୍କୁ ଗ୍ରାମବାସୀ ନୂତନ ଘର ନିର୍ମାଣ ପାଇଁ କହିଥିଲେ ମଧ୍ୟ କେହି ଶୁଣି ନ ଥିଲେ । ଶେଷରେ ବାଧ୍ୟ ହୋଇ ବୋଲଗଡ଼ ବିଡ଼ିଓ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଲଗାଯାଇଥିବା ଫଳକରେ ନୂତନ ଘର ପାଇଁ ଅନୁଦାନ ଆସିଥିବା ବେଳେ କାହା ସ୍ବାର୍ଥରେ ୮୦ ବର୍ଷର ପୁରୁଣା ଘରର ଦୁର୍ବଳ କାନ୍ଥ ଉପରେ ଛାତ ପକାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ । ସେହିପରି ଏହି କାମକୁ ଆମେ ବିରୋଧ କରୁନୁ ବରଂ ସରକାର ଦେଇଥିବା ଅର୍ଥ କିପରି ସଠିକ ଢଙ୍ଗରେ ବିନିଯୋଗ ହେବ ଏବଂ ଏହାଦ୍ବାରା ସମସ୍ତ ଗ୍ରାମ ଉପକୃତ ହେବ ତାହା ଦାବି କରୁଛୁ ବୋଲି ଗ୍ରାମବାସୀ କହିଛନ୍ତି । ସେପଟେ ଘଟଣା ସମ୍ପର୍କରେ ବୋଲଗଡ଼ ବିଡ଼ିଓଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details