ଓଡିଶା

odisha

ETV Bharat / state

ଜାଗା ମିଶନ ଯୋଜନାରେ ଅନିୟମିତତା - khurda

ଜଟଣୀ ସହରରେ ସମୁଦାୟ 21ଟି ବସ୍ତି ଥିବାବେଳେ ସେଥିମଧ୍ୟରୁ 13ଟି ବସ୍ତିର 1089 ଜଣଙ୍କୁ ଜମିପଟ୍ଟା ପ୍ରଦାନ ପାଇଁ ପ୍ରଶାସନ ତରଫରୁ ଚିହ୍ନଟ କରାଯାଇଥିଲା । ସେଥିମଧ୍ୟରୁ 200ରୁ ଊର୍ଦ୍ଧ୍ବ ହିତାଧିକାରୀ ଜମିପଟ୍ଟା ପାଇବାରୁ ବଞ୍ଚିତ ଅଛନ୍ତି ।

ଫଟୋ ସୌଜନ୍ୟ:ପ୍ରତିନିଧି, ଖୋର୍ଦ୍ଧା

By

Published : Feb 27, 2019, 7:05 PM IST

ଖୋର୍ଦ୍ଧା: ଜମିପଟ୍ଟା ପ୍ରଦାନ କ୍ଷେତ୍ରରେ ବ୍ୟାପକ ଅନିୟମିତତା ଅଭିଯୋଗ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୌରପରିଷଦରେ ଜାଗା ମିଶନ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଥିବା ଜଣାପଡିଛି । ଏନେଇ ଆଜି ଜଟଣୀ ଅଞ୍ଚଳର ବହୁ ବସ୍ତିବାସିନ୍ଦା ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ସୁଚନା ଅନୁସାର, ଜଟଣୀ ସହରରେ ସମୁଦାୟ 21ଟି ବସ୍ତି ଥିବାବେଳେ ସେଥିମଧ୍ୟରୁ 13ଟି ବସ୍ତିର 1089 ଜଣଙ୍କୁ ଜମିପଟ୍ଟା ପ୍ରଦାନ ପାଇଁ ପ୍ରଶାସନ ତରଫରୁ ଚିହ୍ନଟ କରାଯାଇଥିଲା । ସେଥିମଧ୍ୟରୁ 200ରୁ ଊର୍ଦ୍ଧ୍ବ ହିତାଧିକାରୀ ଜମିପଟ୍ଟା ପାଇବାରୁ ବଞ୍ଚିତ ଅଛନ୍ତି । ଏହାସହ ଜଟଣୀ ପୌରପରିଷଦ ଅନ୍ତର୍ଗତ ଥିବା 12ନଂ ୱାର୍ଡ ଧର୍ମସଗାର ହରିଜନ ବସ୍ତିବାସିନ୍ଦାଙ୍କ କ୍ଷେତ୍ରରେ ଜମିପଟ୍ଟା ପ୍ରଦାନ ପାଇଁ ହୋଇଥିବା ହିତାଧିକାରୀ ଚୟନ ପ୍ରକ୍ରିୟା ଦଳୀୟ ଭିତ୍ତିରେ ହୋଇଥିବା ଅଭିଯୋଗ କରାଯାଇଛି ।

ତେଣୁ ତୁରନ୍ତ ଏହାର ସମାଧାନ କରାନଗଲେ ରାଜରାସ୍ତାକୁ ଓହ୍ଲାଇବାକୁ ଧମକ ମଧ୍ୟ ଦେଇଛନ୍ତି ଧର୍ମସଗାର ହରିଜନ ବସ୍ତିବାସିନ୍ଦା । ଅନ୍ୟପଟେ ଜଟଣୀ ପୌରାଞ୍ଚଳ ସହକାରୀ ନିର୍ବାହୀ ଅଧିକାରୀ ଏହି ଘଟଣାକୁ ଖଣ୍ଡନ କରିବା ସହ ଜମିବାଡ଼ି କିସମର ସମସ୍ୟା ଥିବାରୁ ଏଭଳି ସମସ୍ୟା ଉପୁଜିଥିବା କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details