ଓଡିଶା

odisha

ETV Bharat / state

ରାସ୍ତା ଉପରେ କୋରୋନା ସଚେତନତା ବାର୍ତ୍ତା - Corona warning message on the road

କୋରୋନା କବଳରେ ସାରା ବିଶ୍ୱ ଫସି ରହିଥିବା ବେଳେ ରାସ୍ତା ଉପରେ ଚିତ୍ରକଳା ମାଧ୍ୟମରେ ସଚେତନତାର ବାର୍ତ୍ତା ବାଣ୍ଟୁଛି ଖୋର୍ଦ୍ଧା ପୌର ପରିଷଦ । ଅଧିକ ପଢନ୍ତୁ...

Corona warning message on the road
ରାସ୍ତା ଉପରେ କୋରୋନା ସଚେତନତା ବାର୍ତ୍ତା

By

Published : Apr 22, 2020, 12:54 AM IST

ଖୋର୍ଦ୍ଧା: କୋରୋନା କବଳରେ ସାରା ବିଶ୍ୱ ଫସି ରହିଥିବା ବେଳେ ରାସ୍ତା ଉପରେ ଚିତ୍ରକଳା ମାଧ୍ୟମରେ ସଚେତନତାର ବାର୍ତ୍ତା ବାଣ୍ଟୁଛି ଖୋର୍ଦ୍ଧା ପୌର ପରିଷଦ । ଖୋର୍ଦ୍ଧା ସହରର ବିଭିନ୍ନ ଛକ ଯଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା, ବ୍ୟାଙ୍କ ଛକ, ପେଟ୍ରୋଲ ପମ୍ପ ଛକ ଆଦି ରାସ୍ତା ଉପରେ ଚିତ୍ରକଳା ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି ।

ରାସ୍ତା ଉପରେ କୋରୋନା ସଚେତନତା ବାର୍ତ୍ତା

କୋଭିଡ -19 ପାଇଁ ସାରା ରାଜ୍ୟରେ ଲକଡାଉନ ଜାରି ରହିଥିବା ବେଳେ ଜରୁରୀ କାମ ନଥିଲେ ଘରୁ ବହାରନ୍ତୁ ନାହିଁ, ମାସ୍କ ପିନ୍ଧିବା ଓ ବାରମ୍ବାର ହାତ ଧୋଇବାର ବାର୍ତ୍ତା ରାସ୍ତା ଉପରେ ଚିତ୍ରକଳା ମାଧ୍ୟମରେ ଦର୍ଶାଯାଇଛି । ତେବେ ପୌର ପରିଷଦର ଏଭଳି ପଦକ୍ଷେପକୁ ସହରବାସୀ ସ୍ୱାଗତ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details