ଓଡିଶା

odisha

ETV Bharat / state

ଘଣ୍ଟାଏରେ ମିଳିବ କୋରୋନା ରିପୋର୍ଟ, ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ରାପିଡ ଟେଷ୍ଟ - ରାପିଡ୍ ଟେଷ୍ଟ

ଖୋର୍ଦ୍ଧାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରବିବାରଠୁ ରାପିଡ୍ ଟେଷ୍ଟ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

Rapid test start at the khordha district hospital
ଏକ ଘଣ୍ଟାରେ ମିଳିବ କୋରୋନା ରିପୋର୍ଟ: ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ରାପିଡ ଟେଷ୍ଟ

By

Published : Jul 12, 2020, 3:44 PM IST

ଖୋର୍ଦ୍ଧା: ଜିଲ୍ଲାରେ ଦିନକୁ ଦିନ ବଢୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ରବିବାରଠୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହୋଇଛି ରାପିଡ୍ ଟେଷ୍ଟ । ଏହି ଟେଷ୍ଟ ଦ୍ବାରା ସଂକ୍ରମିତ ଲୋକଙ୍କ ସମ୍ପର୍କରେ ଖୁବ୍ ଶୀଘ୍ର ଜଣାପଡିବ । ଏଥିସହ ସେମାନଙ୍କୁ ଅଲଗା ରଖି ଚିକିତ୍ସା ଆରମ୍ଭ କରାଯିବ ।

ପ୍ରାଥମିକ ପର୍ଯ୍ୟାୟରେ 150 କିଟ୍ ହସ୍ପିଟାଲକୁ ଆସିଥିବା ବେଳେ ଆଗାମୀ ଦିନରେ ଅଧିକ କିଟ୍ ଅଣାଯିବ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ଯେ ମାତ୍ର ଏକ ଘଣ୍ଟା ମଧ୍ୟରେ ଏହି କିଟ୍ ସହାୟତାରେ କୋରୋନା ରିପୋର୍ଟ ଆସିବ । ଏହାସହ ହସ୍ପିଟାଲକୁ ଆସୁଥିବା ରୋଗୀଙ୍କ ଠାରେ କୋରୋନା ଆଶଙ୍କା କରାଗଲେ ସେମାନଙ୍କର ମଧ୍ୟ ତୁରନ୍ତ ଟେଷ୍ଟ କରାଯାଇଛି ।

ଏକ ଘଣ୍ଟାରେ ମିଳିବ କୋରୋନା ରିପୋର୍ଟ: ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ରାପିଡ ଟେଷ୍ଟ

ସେହିପରି ମେଡିକାଲକୁ ଚିକିତ୍ସା ପାଇଁ ଆସୁଥିବା ଯକ୍ଷ୍ମା, କ୍ୟାନସର ଓ ଡାଇଲିସିସ ଭଳି ରୋଗୀଙ୍କ ଟେଷ୍ଟ କରାଯାଇ ଚିକିତ୍ସା କରାଯିବ । ଫଳରେ ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତର ସଂକ୍ରମଣ ହେବାର ଆଶଙ୍କା କମିବ ।

ପ୍ରକାଶ ଥାଉ କି, ରବିବାର ଖୋର୍ଦ୍ଧାରେ 76 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details