ଖୋର୍ଦ୍ଧା: କୋରୋନା ପାଇଁ ସାରା ବିଶ୍ବ ଚିନ୍ତିତ । ଏହାର କ୍ରମବିକାଶକୁ ଦେଖି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କୋରୋନାକୁ ମହାମାରୀ ଘୋଷଣା କଲାପରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହାକୁ କିଭଳି ମୁକାବିଲା କରାଯିବ ନେଇ ଏକ ବୈଠକ ଖୋର୍ଦ୍ଧାରେ ହୋଇଛି ।
କୋରୋନାର ଭୟାବହତାକୁ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କରୋନାକୁ ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ବିଷୟରେ ଆଲୋଚନା କରାଯାଇଛି। ଜିଲ୍ଲାପାଳ ଜିଲ୍ଲାର ସବୁ ବିଭାଗକୁ କୋରୋନା ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି । କେବଳ ପ୍ରତିଷେଧାତ୍ମକ ଉପାୟରେ ଲୋକଙ୍କୁ ସଂକ୍ରମଣରୁ ରକ୍ଷା ପାଇଁ ସଚେତନତା କରାଯିବାର ଆବଶ୍ୟକତା ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି ।