ଖୋର୍ଦ୍ଧା : ବିଶ୍ବରେ କୋରୋନା ମହାମାରୀର ରୂପ ନେଇଥିବାବେଳେ ଦେଶ ଏବଂ ରାଜ୍ୟରେ ଏହାର ମୁକାବିଲା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି । ଏହି ରୋଗ ଦାଉରୁ ରକ୍ଷା ପାଇବା ପାଇଁ ଖୋର୍ଦ୍ଧା ଜିଲ୍ଲାକୁ ସରକାର ଲକ୍ଡାଉନ୍ ଘୋଷଣା କରିଛନ୍ତି ।
ଫଳରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ଏନେଇ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ବାଦ ଦେଲେ ଅନ୍ୟାନ୍ୟ ଦୋକାନ ବଜାର ବନ୍ଦ ରହିଛି । ଏହାଦ୍ବାରା ଜନଜୀବନ ପ୍ରଭାବିତ ହୋଇଛି । ଖୋର୍ଦ୍ଧା ସହର ଏବଂ ଜିଲ୍ଲାର ପ୍ରତ୍ୟେକ ସ୍ଥାନରେ ପୋଲିସ ପକ୍ଷରୁ ବ୍ଲକିଂ, ଚେକିଂ କରାଯାଇ ଲୋକଙ୍କୁ ସଚେତନ କରାଯାଉଛି ।