ଖୋର୍ଦ୍ଧା:କୋରୋନାର ଦ୍ବିତୀୟ ଲହର ସାରା ଦେଶରେ ଆତଙ୍କ ଖେଳାଇଥିବା ବେଳେ ରାଜ୍ୟରେ ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମୁଛି । ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲା ରେଡ଼ ଜୋନ ପାଲଟିଥିବା ବେଳେ ଏବେ ସଂକ୍ରମଣରେ ସୁଧାର ଆସିବାରେ ଲାଗିଛି । କୋରୋନା ଚେନରେ ରୋକ ଲଗାଇବା ପାଇଁ ଖୋର୍ଦ୍ଧା ଉପଖଣ୍ଡର ଟେଷ୍ଟିଂ ଓ ଟୀକାକରଣ ଉପରେ ଗୁରୁତ୍ୱ ଦିଆଯାଇଛି ।
ଉପଖଣ୍ଡର ବିଭିନ୍ନ ବ୍ଲକର 22ଟି ସ୍ଥାନରେ ଆଜି 45ବର୍ଷରୁ ଉର୍ଦ୍ଧ୍ବ ଜନସାଧାରଣଙ୍କୁ ଟୀକାକରଣ କରାଯାଉଥିବା ବେଳେ 14ଟି ସ୍ଥାନରେ କୋରୋନା ଟେଷ୍ଟିଂ କରାଯାଇଛି । ସେହିପରି ଗତକାଲି ସୁଦ୍ଧା ଖୋର୍ଦ୍ଧା ଉପଖଣ୍ଡରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 5442 ଥିବା ବେଳେ କୋରୋନାରୁ 4537 ଆରୋଗ୍ୟ ଲାଭ କରିଛନ୍ତି ।