ଖୋର୍ଦ୍ଧା: ଜିଲ୍ଲାରେ କୋରୋନାର ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାର ଲାଗିଛି । କୋରୋନା ସଂକ୍ରମଣରେ ରୋକ ଲଗେଇବା ପାଇଁ ସରକାରଙ୍କର ନିର୍ଦ୍ଦେଶ କ୍ରମେ ପ୍ରଶାସନ ବିଭିନ୍ନ ପନ୍ଥା ଅପଣାଉଛି । ଏହି ପରିପ୍ରେକ୍ଷୀରେ ଟାଙ୍ଗି ଓ ଏହାର ଆଖପାଖ ତହସିଲ ପକ୍ଷରୁ ଏକ ଗଣଦୌଡ଼ କାର୍ଯ୍ୟକ୍ରମ କରାଯାଇ ନିଜକୁ କିଭଳି ସୁସ୍ଥ ରଖାଯାଇ ପାରିବ ସେନେଇ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।
ତହସିଲ କର୍ମଚାରୀ ଓ ଆଇନଜୀବୀ ବାଣ୍ଟିଲେ କୋରୋନା ସଚେତନତା ବାର୍ତ୍ତା
ଖୋର୍ଦ୍ଧା ଜିଲ୍ଲାରେ କୋରୋନାର ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାର ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଏକ ଗଣ ଦୌଡ଼ି କାର୍ଯ୍ୟକ୍ରମ କରାଯାଇ ନିଜକୁ କିଭଳି ସୁସ୍ଥ ରଖାଯାଇ ପାରିବ ସେନେଇ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ତହସିଲ କର୍ମଚାରୀ ଓ ଆଇନଜୀବୀ ବାଣ୍ଟିଲେ କୋରୋନା ସଚେତନତା ବାର୍ତ୍ତା
ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ମତେ ତହସିଲଦାରଙ୍କ ନେତୃତ୍ୱରେ ତହସିଲର ସମସ୍ତ କର୍ମଚାରୀ ଏବଂ ଆଇନଜୀବୀମାନେ ଏହି ଗଣଦୌଡ଼ କରି ଜନ ସଚେତନତା ସୃଷ୍ଟି କରିଛନ୍ତି । ପ୍ରଶାସନର ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ