ଓଡିଶା

odisha

ETV Bharat / state

Coromandel Express Mishap Update: ଘଟଣାସ୍ଥଳକୁ ଗଲେ ରାଜସ୍ବ ମନ୍ତ୍ରୀ, ଏସଆରସି ଓ ଅଗ୍ନିଶମ ଡିଜି

ବାଲେଶ୍ବର ଜିଲ୍ଲା ବାହାନାଗା ରେଳ ଷ୍ଟେସନରେ ଆଜି ସନ୍ଧ୍ୟାରେ ଘଟିଛି ଭୟଙ୍କର ରେଳ ଦୁର୍ଘଟଣା । ବାହାନାଗା ରେଳ ଷ୍ଟେସନରେ ଠିଆ ହୋଇଥିବା ମାଲବାହୀ ଟ୍ରେନ ଉପରେ ଚଢ଼ିଗଲା କରମଣ୍ଡଳ ଏକ୍ପପ୍ରେସ । ଦୁର୍ଘଟଣାରେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଖବର ଲେଖିବା ସମୟରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ୪୭ ଜଣ ଆହତ ଭର୍ତ୍ତି ହୋଇଥିବା ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ

:ଘଟଣାସ୍ଥଳକୁ ଗଲେ ରାଜସ୍ବ ମନ୍ତ୍ରୀ, ଏସଆରସି ଓ ଅଗ୍ନିଶମ ଡିଜି
:ଘଟଣାସ୍ଥଳକୁ ଗଲେ ରାଜସ୍ବ ମନ୍ତ୍ରୀ, ଏସଆରସି ଓ ଅଗ୍ନିଶମ ଡିଜି

By

Published : Jun 2, 2023, 9:30 PM IST

Updated : Jun 2, 2023, 9:41 PM IST

ଘଟଣାସ୍ଥଳକୁ ଗଲେ ରାଜସ୍ବ ମନ୍ତ୍ରୀ, ଏସଆରସି ଓ ଅଗ୍ନିଶମ ଡିଜି

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ବାହାନାଗା ରେଳ ଷ୍ଟେସନରେ ବଡ ଧରଣର ଦୁର୍ଘଟଣା ପରେ ଆକ୍ସନକୁ ଆସିଛନ୍ତି ରାଜ୍ୟ ସରକାର । ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବାକୁ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଏସଆରସି ସତ୍ୟବ୍ରତ ସାହୁ, ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀଙ୍କୁ ନିର୍ଦ୍ଦେଶ । ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ରାଜସ୍ବ ମନ୍ତ୍ରୀ, ଏସଆରସି ଓ ଅଗ୍ନିଶମ ଡିଜି ଦୁର୍ଘଟଣାସ୍ଥଳ ଅଭିମୁଖେ ଯାଉଛନ୍ତି ।

ଏହାବି ପଢନ୍ତୁ- Coromandel Express Derailed: ମାଲବାହୀ ଟ୍ରେନକୁ ପିଟିଲା ଏକ୍ସପ୍ରେସ ଟ୍ରେନ; 4 ବଗି ଲାଇନଚ୍ୟୁତ୍, ଅନେକ ଆହତ

ବାଲେଶ୍ବର ଜିଲ୍ଲା ବାହାନାଗା ରେଳ ଷ୍ଟେସନରେ ଆଜି ସନ୍ଧ୍ୟାରେ ଘଟିଛି ଭୟଙ୍କର ରେଳ ଦୁର୍ଘଟଣା । ବାହାନାଗା ରେଳ ଷ୍ଟେସନରେ ଠିଆ ହୋଇଥିବା ମାଲବାହୀ ଟ୍ରେନ ଉପରେ ଚଢ଼ିଗଲା କରମଣ୍ଡଳ ଏକ୍ପପ୍ରେସ । ଦୁର୍ଘଟଣାରେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଖବର ଲେଖିବା ସମୟରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ୪୭ ଜଣ ଆହତ ଭର୍ତ୍ତି ହୋଇଥିବା ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଘଟଣାସ୍ଥଳରେ ଅଗ୍ନିଶମ, ଓଡ୍ରାଫ ଓ ସ୍ଥାନୀୟ ପୁଲିସ ପହଁଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ଏସଆରସିଙ୍କ ନିର୍ଦ୍ଦେଶରେ ବାଲେଶ୍ଵରରେ ଥିବା ଓଡ୍ରାଫ ଟିମ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରୁଛି । ହେଲ୍ପ ଲାଇନ ନମ୍ବର ଜାରୀ କରାଯାଇଛି । ଏସଆରସିଙ୍କ ପକ୍ଷରୁ ଜାରୀ ଏମର୍ଜେନ୍ସି ନମ୍ବର ହେଉଛି ୬୭୮୨୨୬୨୨୮୬ । ଭଦ୍ରକରୁ ୫ ଆମ୍ବୁଲାନ୍ସ, ୨ ଅଗ୍ନିଶମ ଟିମ ପହଞ୍ଚିଛନ୍ତି । ବାଲେଶ୍ଵର ଓ ଆଖପାଖ ଅଞ୍ଚଳରେ ଥିବା ଡାକ୍ତର ଟିମଙ୍କୁ ନିୟୋଜିତ କରାଯାଇଛି । ଏହା ସହ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ୨ ଅଧିକାରୀଙ୍କୁ ପଠାଯାଇଛି । ଶିଳ୍ପ ସଚିବ ହେମନ୍ତ ଶର୍ମା, ଓଏମସି ଏମଡି ବଲବନ୍ତ ସିଂ ମଧ୍ୟ ଘଟଣାସ୍ଥଳକୁ ଯାଇଛନ୍ତି । ସେମାନେ ଉଦ୍ଧାର କାର୍ଯ୍ୟ ସହ ବାଲେଶ୍ଵର, କଟକକୁ ଆହତଙ୍କୁ ପଠାଇବା ଲାଗି ବ୍ୟବସ୍ଥା କରିବେ ।

୨୦ ଜଣ ଟ୍ରେନି ଡାକ୍ତର, ୨୪ ଅନ୍ୟାନ୍ୟ ଡାକ୍ତରଙ୍କୁ ଜିଲ୍ଲା ମୁଖ୍ୟାଳୟ ଓ ଆହତ ଭର୍ତ୍ତି ହୋଇଥିବା ହସ୍ପିଟାଲକୁ ପଠା ଯାଇଛି । ବାଲେଶ୍ବର ଜିଲ୍ଲାପାଳ ଦତ୍ତାତ୍ରେୟ, ଏସପି ସାଗରିକା ନାଥ, ବାହାନଗା ତହସିଲଦାର ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଆମ୍ବୁଲାନ୍ସ ଦ୍ବାରା ଆହତ ଓ ଗୁରୁତରଙ୍କୁ ଉଦ୍ଧାର କରାଯାଉଛି । ଘଟଣାସ୍ଥଳରେ ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

ଅନ୍ୟପଟେ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଯୋରଦାର କରାଯାଇଛି । ଆଖପାଖ ଜିଲ୍ଲାର ମେଡିକାଲ ଟିମଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ଯାତ୍ରୀଙ୍କ ଉଦ୍ଧାର ପାଇଁ ପୁରା ପ୍ରଶାସନ ସମସ୍ତ ପଦକ୍ଷେପ ନେଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 2, 2023, 9:41 PM IST

ABOUT THE AUTHOR

...view details