ଖୋର୍ଦ୍ଧା :କେନ୍ଦ୍ର ସମବାୟ ବ୍ୟାଙ୍କର ରାଉତପଡା ଶାଖାରେ ଗରିବ ଜମାକାରୀଙ୍କ ଦେଢ କୋଟି ଟଙ୍କା ହେରଫେର ଘଟଣା । ଜମା ଅର୍ଥ ଫେରିପାଇବା ଓ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକରି ବେଗୁନିଆ ଥାନା ସମ୍ମୁଖରେ ଧାରଣା ଦେଲେ ଜମାକାରୀ । ସୂଚନା ଅନୁଯାୟୀ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ରାଉତପଡା ଶାଖାରେ ଗରିବ ଜମାକାରୀଙ୍କ ଦେଢ଼ କୋଟି ଟଙ୍କା ତତ୍କାଳୀନ ତିନି କର୍ମଚାରୀ ହେରଫେର କରିଥିବା ଅଭିଯୋଗ ହୋଇଥିଲା ।
ଜମା ଅର୍ଥ ଫେରିପାଇବା ଦାବିରେ ବେଗୁନିଆ ଥାନା ଘେରିଲେ ଜମାକାରୀ - କେନ୍ଦ୍ର ସମବାୟ ବ୍ୟାଙ୍କର ରାଉତପଡା ଶାଖା
କେନ୍ଦ୍ର ସମବାୟ ବ୍ୟାଙ୍କର ରାଉତପଡା ଶାଖାରେ ଗରିବ ଜମାକାରୀଙ୍କ ଦେଢ କୋଟି ଟଙ୍କା ହେରଫେର ଘଟଣା ।କାର୍ଯ୍ୟାନୁଷ୍ଠାନ ଦାବିକରି ବେଗୁନିଆ ଥାନା ସମ୍ମୁଖରେ ଧାରଣା ଦେଲେ ଜମାକାରୀ । ଅଧିକ ପଢନ୍ତୁ
ଜମା ଅର୍ଥ ଫେରିପାଇବା ଦାବିରେ ବେଗୁନିଆ ଥାନା ଘେରିଲେ ଜମାକାରୀ
ଏହି କର୍ମଚାରୀଙ୍କ ବିରୁଦ୍ଧରେ ବେଗୁନିଆ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆନଯିବାରୁଆଜି ଧାରଣା ଦେଇଛନ୍ତି କ୍ଷତିଗ୍ରସ୍ତ ଜମାକାରୀ । ସେପଟେ ଦେଢ଼ କୋଟି ଟଙ୍କାର ହେରଫେର ହୋଇଥିବାରୁ ଏହା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା ଦ୍ୱାରା ତଦନ୍ତ କରାଯିବ ବୋଲି ବେଗୁନିଆ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ