ଓଡିଶା

odisha

ETV Bharat / state

ଚିନ୍ତା ବଢାଉଛନ୍ତି ପଡୋଶୀ ରାଜ୍ୟର ବେପାରୀ; ଚେକିଂ କଡ଼ାକଡ଼ି କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ - ଚେକିଂ କଡ଼ାକଡ଼ି କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

Eye on Interstate Brokers during paddy procurement: ସମବାୟ ବିଭାଗର ଚିନ୍ତା ବଢାଇଛନ୍ତି ରାଜ୍ୟ ବାହାର ବେପାରୀ । ଚେକିଂ କଡ଼ାକଡ଼ି କରିବାକୁ ବିଭାଗୀୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

Cooperation Minister Atanu Nayak
Cooperation Minister Atanu Nayak

By ETV Bharat Odisha Team

Published : Dec 25, 2023, 7:45 PM IST

Updated : Dec 25, 2023, 8:04 PM IST

ଚିନ୍ତା ବଢାଉଛନ୍ତି ପଡୋଶୀ ରାଜ୍ୟର ବେପାରୀ; ଚେକିଂ କଡ଼ାକଡ଼ି କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର:ସମବାୟ ବିଭାଗର ଚିନ୍ତା ବଢାଇଛନ୍ତି ରାଜ୍ୟ ବାହାର ବେପାରୀ । ବାହାର ରାଜ୍ୟର ଧାନ ବେପାରୀ ଓ ଦଲାଲଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ସମବାୟ ବିଭାଗର ନିର୍ଦ୍ଦେଶ । ଚେକ ପଏଣ୍ଟଗୁଡିକରେ ଚେକିଂକୁ ଆହୁରି କଡ଼ାକଡ଼ି କରିବାକୁ ବିଭାଗ ଦେଇଛି ପରାମର୍ଶ । ଛତିଶଗଡ଼ ସୀମାକୁ ଲାଗିଥିବା ନୂଆପଡା ଜିଲ୍ଲା, ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ବାଲେଶ୍ଵର ଜିଲ୍ଲା, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ସୀମାକୁ ଲାଗିଥିବା ପାରଳାଖେମୁଣ୍ଡି, ଗଜପତି, ବ୍ରହ୍ମପୁର ଭଳି ଜାଗାରେ ସିଲ ପଏଣ୍ଟ କରି ଚେକିଂ କଡାକଡ଼ି କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି ସମବାୟ ବିଭାଗ । ଏନେଇ ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।

ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, "ବର୍ତ୍ତମାନ ପର୍ଯ୍ୟନ୍ତ କଟନୀ ଛଟନୀ ଓ ଧାନ କିଣା ନେଇ ଅବ୍ୟବସ୍ଥା ନେଇ ଅଭିଯୋଗ ଆସିନାହିଁ । ଯେଉଁ ତାରିଖ ଯେଉଁ ଜିଲ୍ଲା ପାଇଁ ଦିନ ଧାର୍ଯ୍ୟ ହୋଇଛି, ସେହି ତାରିଖ ଆଧାରରେ ଧାନ ସଂଗ୍ରହ ହେଉଛି । ପଶ୍ଚିମ ଓଡିଶାରେ ଆଗୁଆ ଧାନ ସଂଗ୍ରହ ହୁଏ, ତାରିଖ ସେହି ଅନୁସାରେ ହୋଇଛି । ପ୍ରାୟ ସବୁଠି ସୁରୁଖୁରୁରେ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ମଝିରେ ଯେଉଁ କେତୋଟି ଜିଲ୍ଲାରେ ବର୍ଷା ହୋଇଥିଲା, ସେଠାରେ ଆମେ ସତର୍କ ଥିଲୁ । ଚାଷୀଙ୍କୁ ସାହାଯ୍ୟ କରିବା ପାଇଁ ଧାନ ସଂଗ୍ରହ ୨ ଦିନ ବନ୍ଦ ଥିଲା । ତାପରେ ମଧ୍ୟ ଧାନ ସଂଗ୍ରହ କାର୍ଯ୍ୟ ସୁରୁଖୁରୁରେ ଚାଲିଛି । ଯଦି କେଉଁଠି ଅଭିଯୋଗ ଆସେ ସେ ଦିଗରେ ପଦକ୍ଷେପ ନିଆଯିବ ।"

ଏହା ବି ପଢନ୍ତୁ- ଧାନ ବିକ୍ରୟ ପଞ୍ଜିକରଣ ଲିଷ୍ଟରେ ନାହିଁ ନାମ, ପ୍ରତିବାଦରେ ଚାଷୀଙ୍କ ଧାରଣା

ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ସେମିତି ଅଭିଯୋଗ କୌଣସି ସ୍ଥାନରୁ ଆସିନି । ଠିକ ଭାବେ ଧାନ ସଂଗ୍ରହ କାର୍ଯ୍ୟକ୍ରମ ଚାଲିଛି । ବାହାର ରାଜ୍ୟର ଧାନ ବେପାରୀ ଓ ଦଲାଲଙ୍କ ଉପରେ ତୀକ୍ଷଣ ନଜର ରଖିବା ପାଇଁ ସମବାୟ ବିଭାଗର ନିର୍ଦ୍ଦେଶ ଦେଇଛି । ଚେକ ପଏଣ୍ଟ ଗୁଡିକରେ ଚେକିଂକୁ ଆହୁରି କଡ଼ାକଡ଼ି କରିବାକୁ ବିଭାଗ ଦେଇଛି ପରାମର୍ଶ । ଛତିଶଗଡ଼ ସୀମାକୁ ଲାଗିଥିବା ନୂଆପଡା ଜିଲ୍ଲା, ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ବାଲେଶ୍ଵର ଜିଲ୍ଲା, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ସୀମାକୁ ଲାଗିଥିବା ପାରଳାଖେମୁଣ୍ଡି, ଗଜପତି, ବ୍ରହ୍ମପୁର ଭଳି ଜାଗାରେ ସିଲ ପଏଣ୍ଟ କରି ଚେକିଂ କଡାକଡ଼ି କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି ସମବାୟ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 25, 2023, 8:04 PM IST

ABOUT THE AUTHOR

...view details