ଓଡିଶା

odisha

ETV Bharat / state

ଚର୍ମବିଣ୍ଡି ପାଇଁ ଜିଲ୍ଲାସ୍ତରରେ ଖୋଲିବ କଣ୍ଟ୍ରୋଲ ରୁମ୍‌: ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ

ରାଜ୍ୟରେ ଗୋମହିଷାଦିଙ୍କଠାରେ ଦେଖା ଦେଇଥିବା ଚର୍ମବିଣ୍ଡି ରୋଗ ନିୟନ୍ତ୍ରଣାଧୀନ ରହିଛି । ଚର୍ମବିଣ୍ଡି ପାଇଁ ଜିଲ୍ଲାସ୍ତରରେ ଖୋଲିବ କଣ୍ଟ୍ରୋଲ ରୁମ୍‌। ଅଧିକ ପଢନ୍ତୁ

By

Published : Dec 10, 2022, 1:28 PM IST

ଚର୍ମବିଣ୍ଡି ପାଇଁ ଜିଲ୍ଲାସ୍ତରରେ ଖୋଲିବ କଣ୍ଟ୍ରୋଲ ରୁମ୍‌
ଚର୍ମବିଣ୍ଡି ପାଇଁ ଜିଲ୍ଲାସ୍ତରରେ ଖୋଲିବ କଣ୍ଟ୍ରୋଲ ରୁମ୍‌

ଭୁବନେଶ୍ବର: କୃଷି ଭବନରେ ଗୋମହିଷାଦିଙ୍କ ଠାରେ ଦେଖା ଦେଇଥିବା ଚର୍ମବିଣ୍ଡି ରୋଗର ସ୍ଥିତି ସଂପର୍କରେ ସମୀକ୍ଷା । ଚର୍ମବିଣ୍ଡି ପାଇଁ ଜିଲ୍ଲାସ୍ତରରେ ଖୋଲିବ କଣ୍ଟ୍ରୋଲ ରୁମ୍‌, ପ୍ରସ୍ତୁତ ହେବ ଆକ୍ସନ ପ୍ଲାନ । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ଚର୍ମବିଣ୍ଡି ପାଇଁ ଜିଲ୍ଲାସ୍ତରରେ ଖୋଲିବ କଣ୍ଟ୍ରୋଲ ରୁମ୍‌

ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ,''ରାଜ୍ୟରେ ଗୋମହିଷାଦିଙ୍କଠାରେ ଦେଖା ଦେଇଥିବା ଚର୍ମବିଣ୍ଡି ରୋଗ ନିୟନ୍ତ୍ରଣାଧୀନ ରହିଛି । ଏହା ଯେପରି ବ୍ୟାପି ନପାରେ ସେଥିପ୍ରତି ସମସ୍ତ ପ୍ରକାର ପ୍ରତିଷେଧକମୂଳକ ପଦକ୍ଷେପ ଓ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗୋମହିଷାଦିଙ୍କ ଟୀକାକରଣକୁ ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଚର୍ମବିଣ୍ଡି ଯେପରି ବ୍ୟାପି ନପାରେ ସେଥିପାଇଁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ପ୍ରତି ଜିଲ୍ଲା ସଦର ମହକୁମାରେ କଣ୍ଟ୍ରୋଲ ରୁମ୍‌ ଖୋଲାଯିବା ସହ ଚର୍ମବିଣ୍ଡି ରୋଗ ସଂପର୍କିତ ସମସ୍ତ ତଥ୍ୟ ସଂଗ୍ରହ କରି ବିଭାଗକୁ ନିୟମିତ ପ୍ରେରଣ କରିବା ପାଇଁ ମନ୍ତ୍ରୀ କହିଛନ୍ତି'' ।

ପ୍ରତ୍ୟେକ ଜିଲ୍ଲାରେ ସ୍ଥାନୀୟ ସ୍ଥିତିକୁ ନିରୀକ୍ଷଣ କରି ଆବଶ୍ୟକ ପ୍ରତିଷେଧକ ଓ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ମନ୍ତ୍ରୀ ମୁଖ୍ୟ ଜିଲ୍ଲା ପ୍ରାଣୀଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଚର୍ମବିଣ୍ଡି ରୋଗ ଓ ଏହାର ନିରାକରଣ ସଂପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ଦିଗରେ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମର ବହୁଳ ବ୍ୟବହାର ସହିତ ସ୍ଥାନୀୟ ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ସାମିଲ କରିବା ପାଇଁ ମନ୍ତ୍ରୀ କହିଛନ୍ତି । ଚର୍ମବିଣ୍ଡିରେ ପୀଡ଼ିତ ଗାଈଗୋରୁଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ‘ଆନିମଲ ହେଲ୍‌ପ ଲାଇନ୍‌’କୁ ନିର୍ଦ୍ଦେଶ ଦେବା ପାଇଁ ମଧ୍ୟ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଯୁକ୍ତ ଦୁଇ ପରୀକ୍ଷା ପ୍ରସ୍ତୁତି: ୩୦ ସୁଦ୍ଧା CCTV ସ୍ଥିତି ଜଣାଇବାକୁ ଚିଠି

ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ସୁରେଶ କୁମାର ବଶିଷ୍ଠ କହିଛନ୍ତି ଯେ, ''କ୍ଷେତ୍ର ଅଧିକାରୀମାନେ ନିୟମିତ କ୍ଷେତ୍ର ପରିଦର୍ଶନ କରିବେ । ରୋଗର ଗତିବିଧି ସଂପର୍କରେ ସତର୍କ ଦୃଷ୍ଟି ରଖି ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି, ଯେପରି ଏହା ଅନ୍ୟ ଅଞ୍ଚଳକୁ ବ୍ୟାପି ନପାରେ । ‘ଆମ କୃଷି’ ମାଧ୍ୟମରେ ଚାଷୀମାନଙ୍କୁ ଚର୍ମବିଣ୍ଡିର ଲକ୍ଷଣ ଓ ନିରାକରଣ ସଂପର୍କରେ ସଚେତନ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ବୈଠକରେ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟ ଚର୍ମବିଣ୍ଡି ରୋଗର ସଦ୍ୟତମ ସ୍ଥିତି ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ମନ୍ତ୍ରୀ ଭିସିରେ ଯୋଗଦେଇଥିବା ମୁଖ୍ୟ ଜିଲ୍ଲା ପ୍ରାଣୀଚିକିତ୍ସା ଅଧିକାରୀଙ୍କୁ ଜିଲ୍ଲାର ସ୍ଥିତି ଏବଂ ରୋଗ ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଇଥିବା ବ୍ୟବସ୍ଥା ସଂପର୍କରେ ଆଲୋଚନା ହୋଇଛି । ପ୍ରତିଷେଧକ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ''।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details