ଓଡିଶା

odisha

ETV Bharat / state

Archana nag case: ଗଣମାଧ୍ୟମକୁ ଲୁଚାଇଲେ EDକୁ ସବୁ କହିଲେ ଅର୍ଚ୍ଚନାଙ୍କ କଣ୍ଟ୍ରାକ୍ଟର - କଣ୍ଟ୍ରାକ୍ଟର ପବିତ୍ର ପାତ୍ର

ଦ୍ବିତୀୟ ଥର ପାଇଁ ଇଡିରେ ହାଜର ହେଲେ ଅର୍ଚ୍ଚନା ନାଗଙ୍କ କଣ୍ଟ୍ରାକ୍ଟର ପବିତ୍ର ପାତ୍ର । ଅଧିକ ପଢ଼ନ୍ତୁ

contractor pabitra patra appeared in ed on archana nag case
Archana nag case: ଦ୍ବିତୀୟ ଥର ପାଇଁ ଇଡିରେ ହାଜର ହେଲେ ପବିତ୍ର

By

Published : Dec 8, 2022, 2:13 PM IST

Updated : Dec 8, 2022, 4:59 PM IST

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଆଜି (ଗୁରୁବାର) ଦ୍ବିତୀୟ ଥର ପାଇଁ ଇଡିରେ ହାଜର ହେଲେ ପବିତ୍ର ପାତ୍ର । ଇଡିରେ ହାଜର ହୋଇ ତଥ୍ୟ ରଖିଛନ୍ତି ଅର୍ଚ୍ଚନାଙ୍କ କଣ୍ଟ୍ରାକ୍ଟର । ଆକାଉଣ୍ଟରେ ହୋଇଥିବା କାରବାର ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇ ତଥ୍ୟ ରଖିଛନ୍ତି ।

ଦ୍ବିତୀୟ ଥର ପାଇଁ ଇଡିରେ ହାଜର ହେଲେ ପବିତ୍ର

କ୍ୟାସ ଓ ଆକାଉଣ୍ଟରେ ହୋଇଥିବାର ତଥ୍ୟ ମଧ୍ୟ ଦେଇଛନ୍ତି ପବିତ୍ର ପାତ୍ର । ୪୦ଲକ୍ଷ ଟଙ୍କାର ଟ୍ରାଞ୍ଜାକ୍ସନ ହୋଇଥିବା ସେ ମାନିଛନ୍ତି । କ୍ୟାସ ଓ ଆକାଉଣ୍ଟରେ‌ କାରବାର ହୋଇଛି । ଅର୍ଚ୍ଚନାଙ୍କ କୋର ହାଉସର କାମ ପବିତ୍ର କରିଥିବାରୁ ଟଙ୍କା କାରବାର ହୋଇଥିଲା‌ । ପବିତ୍ରଙ୍କ ତଥ୍ୟ ଅନୁସାରେ ଇଡି ଖୋଳତାଡ଼ କରୁଛି । ପୂର୍ବରୁ ପବିତ୍ରଙ୍କୁ ୧୨ଘଣ୍ଟା ଧରି ଜେରା‌ ହୋଇଥିଲେ । ୨ୟ ଥର ହାଜର ପରେ କିଛି ଟଙ୍କା ନେଣଦେଣର କାରବାର ସମ୍ପର୍କରେ ସୂଚନା ଦେଇଛନ୍ତି ପବିତ୍ର । ତେବେ ଘର କାମରେ ହୋଇଥିବା ମ୍ୟାଟେରିଆଲ ପେମେଣ୍ଟ ସହ ଅର୍ଚ୍ଚନାଙ୍କ ସହ ହୋଇଥିବା କାରବାରର ତଥ୍ୟ ଦେଇଛନ୍ତି । ଏପରିକି ଘରେ ବ୍ୟବହାର ହୋଇଥିବା ସିମେଣ୍ଟ ରଡ଼, ବାଲି ଓ ଅନ୍ୟାନ୍ୟ ସାମଗ୍ରୀ ପାଇଁ ପେମେଣ୍ଟ କରାଯାଇଥିବା ଦୋକାନର ମଧ୍ୟ ତଥ୍ୟ ଦେଇଛନ୍ତି । ତେବେ କେତେ ଟଙ୍କା କାରବାର ହୋଇଛି କିଭଳି ସବୁ ପେମେଣ୍ଟ ହୋଇଛି ସେସବୁ ଇଡି ଆଗରେ କହିଛନ୍ତି । ଯାହାକୁ ନେଇ ଇଡି ତନାଘନା ଚଳାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 8, 2022, 4:59 PM IST

ABOUT THE AUTHOR

...view details