ଓଡିଶା

odisha

ETV Bharat / state

ବେଗୁନିଆର ବରସାହି ହେଲା କଣ୍ଟେନମେଣ୍ଟ ଜୋନ - khurdha latest news

ବେଗୁନିଆ ପୋଡାଡିହ ଗ୍ରାମର ବରସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ । ଶନିବାର ସନ୍ଧ୍ୟା 7ଟା ଠାରୁ ଆସନ୍ତା 30 ତାରିଖ ରାତି 9ଟା 7ଦିନ ପାଇଁ ବଳବତ୍ତର ରହିବ । ଅଧିକ ପଢନ୍ତୁ...

contaniment zone in begunia block
ବେଗୁନିଆ ପୋଡାଡିହ ଗ୍ରାମର ବରସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ

By

Published : Apr 25, 2021, 7:39 AM IST

ଖୋର୍ଦ୍ଧା:ଜିଲ୍ଲାରେ କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖୋର୍ଦ୍ଧା ଜିଲ୍ଲାକୁ ରେଡ ଜୋନ ଘୋଷଣା କରିଛନ୍ତି । ଏହି ଜିଲ୍ଲାର ବିଭିନ୍ନ ବ୍ଲକରେ କୋରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି ।

ବେଗୁନିଆ ପୋଡାଡିହ ଗ୍ରାମର ବରସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ
ବେଗୁନିଆ ପୋଡାଡିହ ଗ୍ରାମର ବରସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ

କୋରୋନାର ଏହି ଚେନକୁ ଭାଙ୍ଗିବା ପାଇଁ ରାଜ୍ୟସରକାର ସହ ସ୍ଥାନୀୟ ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଶନିବାର ଏକାଧିକ ସଂକ୍ରମଣ ବେଗୁନିଆ ବ୍ଳକର ପୋଡାଡିହ ଗ୍ରାମରେ ଦେଖିବାକୁ ମିଳିଛି । ଯାହାକୁ ନେଇ ଖୋର୍ଦ୍ଧା ଉପଜିଲ୍ଲାପାଳ ପୋଡାଡିହ ଗ୍ରାମର ବରସାହିକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିବା ସହ ସ୍ଥାନୀୟ ବିଡିଓ କିପରି ସାନିଟାଇଜ ସହ ଅବରୋଧ ଅଞ୍ଚଳକୁ ଯାତ୍ରାୟତରେ ଉପରେ କଡା ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେପରି ବାହାର ଲୋକ ଭିତକୁ ଓ ଅବରୋଧ ଅଞ୍ଚଳରୁ ବାହାରକୁ ଲୋକେ ନଯିବେ ସେଥିପ୍ରତି ଧ୍ୟାନ ଦେବାକୁ ବ୍ଳକ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯିବା ସହ ଏହି ଅଂଚଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନକୁ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି ।

କଣ୍ଟେନମେଣ୍ଟ ଜୋନ ଶନିବାର ସନ୍ଧ୍ୟା 7ଟା ଠାରୁ ଆସନ୍ତା 30 ତାରିଖ ରାତି 9ଟା 7ଦିନ ପାଇଁ ବଳବତ୍ତର ରହିବ ବୋଲି ନିର୍ଦେଶନାମା ଜାରି ହୋଇଛି । ସେହିପରି ଅବରୋଧ ଅଞ୍ଚଳକୁ ସାନିଟାଇଜ ପାଇଁ ବେଗୁନିଆ ଅଗ୍ନିଶମ ବହିନୀକୁ ନିର୍ଦେଶ ଦିଆଯାଇଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details