ଖୋର୍ଦ୍ଧା: ସଦର ଥାନା ଦଳେଇପୁଟ ପେଟ୍ରୋଲ ପମ୍ପ ନିକଟରେ ଗୋରୁ ବୋଝେଇ କଣ୍ଟେନର ଜବତ ହୋଇଛି । ରାତିରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଏହି କଣ୍ଟେନରକୁ ଜବତ କରିଛି । ଗୋରୁଙ୍କୁ ଗାଡିରୁ ଓହ୍ଲାଇ ଦିଆଯାଇଛି ।
ଗାଡିରେ ଅତି ଅମାନୁଷିକ ଭାବେ ଗୋରୁ ଚାଲାଣ ହେଉଥିବା ଦେଖିବାକୁ ମିଳିଛି । ଫଳରେ ଏଥିରେ 40ରୁ ଅଧିକ ଗୋରୁ ଥିବାବେଳେ 6 ଗୋରୁଙ୍କର ମୃତ୍ୟୁ ଘଟିଛି । ଅନେକ ଗୋରୁ ଆହତ ମଧ୍ୟ ହୋଇଛନ୍ତି ।