ଖୋର୍ଦ୍ଧା: ବେଗୁନିଆରୁ ଆନ୍ଧ୍ରପ୍ରଦେଶକୁ ଚୋରା ମଇଁଷି ଚାଲାଣ ବେଧଡକ ଭାବରେ ଚାଲିଛି । ଲୋକେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପୋଲିସ ନିରବଦ୍ରଷ୍ଟା ସାଜିଛି । ରବିବାର ରାତିରେ ମଇଁଷି ବୋଝେଇ କଣ୍ଟେନର ଜବତ ଘଟଣାରୁ ଏହା ପୁଣିଥରେ ପ୍ରମାଣିତ ହୋଇଯାଇଛି ।
ସୂଚନାଯୋଗ୍ୟ, ରବିବାର ବିଳମ୍ବିତ ରାତିରେ ବେଗୁନିଆ ଥାନା ପୋଲିସ ପେଟ୍ରୋଲିଂ କରୁଥିବାବେଳେ ବିଶେଷ ସୁତ୍ରରୁ ଖବର ପାଇଁ ଏକ କଣ୍ଟେନର ମଇଁଷି ନେଇ ଆନ୍ଧ୍ରପ୍ରଦେଶ ଯାଉଥିବାବେଳେ ଅଟକ ରଖାଯାଇଥିଲା । କଣ୍ଟେନର ଭିତରେ 48ଟି ମଇଁଷି ଥିଲେ ।