ଭୁବନେଶ୍ବର: ୧ ମାସର ବିଦ୍ୟୁତ ବିଲ ୭ କୋଟି । ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ରାଜଧାନୀର ଜଣେ ବିଦ୍ୟୁତ୍ ଉପଭୋକ୍ତାଙ୍କ ମେ ମାସରେ ୭ କୋଟି ୯୦ ଲକ୍ଷ ୩୫୪ ଟଙ୍କା ୫୬ ପଇସାର ବିଲ ଆସିଥିବା ଅଭିଯୋଗ କରିଛନ୍ତି । ଏତେ ଟଙ୍କାର ବିଲକୁ ନେଇ ଚିନ୍ତାରେ ବିଦ୍ୟୁତ ଉପଭୋକ୍ତା । ବିଦ୍ୟୁତ କମ୍ପାନୀ ତୁରନ୍ତ ଏହାର ସଂଶୋଧନ କରିବାକୁ ସେ ଦାବି କରିଛନ୍ତି ।
ଯଦି ଆପଣ ଡିଜିଟାଲ ମିଟର ବ୍ୟବହାର କରିଛନ୍ତି ତେବେ ହୋଇଯାନ୍ତୁ ସାବଧାନ ! ଆପଣଙ୍କର କଟିଯାଇପାରେ କୋଟି କୋଟି ଟଙ୍କାର ବିଦ୍ୟୁତ୍ ବିଲ । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ନୀଳାଦ୍ରୀ ବିହାରରରେ । ଦୁର୍ଗା ପ୍ରସାଦ ପଟ୍ଟନାୟକ ରହୁଥିବା ଭଡ଼ାଘରେ ମେ ମାସରେ ବିଦ୍ୟୁତ ବିଲ ଆସିଛି ୭ କୋଟି ୯୦ ଲକ୍ଷ ୩୫୪ ଟଙ୍କା ୫୬ ପଇସା । ଏହି ମୋଟା ଅଙ୍କର ବିଦ୍ୟୁତ ବିଲକୁ ନେଇ ଏବେ ରାଜଧାନୀରେ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଲୋକଙ୍କ ଭିତରେ ଛନକା ପଶିଛି । ବିଶେଷ ଭାବେ ବିଦ୍ୟୁତ ବିଲରେ ସ୍ୱଚ୍ଛତା ଆଣିବାକୁ ଯାଇ ଯେଉଁମାନେ ଘରେ ଡିଜିଟାଲ ବା ଆଉଟମେଟିକ ମିଟର ଲଗାଇଛନ୍ତି ସେମାନେ ଡରିବାରେ ଲାଗିଲେଣି ।
ହୋସ ଉଡାଇଲା ବିଜୁଳି ବିଲ, ଗୋଟିଏ ମାସରେ ଆସିଲା ୭ କୋଟି - ଗୋଟିଏ ମାସରେ ୭ କୋଟି ବିଦ୍ୟୁତ ବିଲ
ଡିଜିଟାଲ ମିଟରରେ ବଡ଼ ତ୍ରୁଟି । ଗୋଟିଏ ମାସରେ ୭ କୋଟି ଆସିଲା ବିଦ୍ୟୁତ ବିଲ । ବିଦ୍ୟୁତ କମ୍ପାନୀ ତୁରନ୍ତ ଏହାର ସଂଶୋଧନ କରିବାକୁ ଉପଭୋକ୍ତାଙ୍କ ଦାବି । ଅଧିକ ପଢ଼ନ୍ତୁ
ଏନେଇ ଦୁର୍ଗା ପ୍ରସାଦ ପଟ୍ଟନାୟକ କହିଛନ୍ତି ଯେ, ଘରେ ଏକ ମାସରେ ସାଧାରଣତଃ ୭୦୦ ରୁ ୧୫୦୦ ବିଲ ହୋଇଥାଏ । ପ୍ରଥମେ ମାର୍ଚ୍ଚ ମାସରେ ଯେତେବେଳେ ଡିଜିଟାଲ ବିଲ ବସାଇଲି ସେତେବେଳେ ୬୦୦୦ ବିଲ ଆସିଲା । ଖରାଦିନେ ବିଜୁଳିର ବହୁଳ ବ୍ୟବହାରକୁ ନେଇ ଅଧିକ ବିଲ ଆସିଥିବା ଭାବେ ଭରି ଦେଇଥିଲି । ସବୁମାସରେ ଯେଭଳି ଅନଲାଇନରେ ବିଲ ସେଭଳି ବିଲ କାଟିବାକୁ ଗଲା ବେଳକୁ ଏକ ଅଦ୍ଭୁତପୂର୍ବ ବିଲ ଦେଖିଲି । ମେ ମାସର ବିଲକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲି । ଏହା କୌଣସି ଟେକ୍ନିକାଲ ଭୁଲ ବୋଲି ଭାବି ବିଦ୍ୟୁତ ବିଭାଗକୁ ଟ୍ୱିଟ କରିବା ସହ ଅନଲାଇନ ମାଧ୍ୟମରେ ଭିଯୋଗ କରିଛି । କିନ୍ତୁ ଏପର୍ଯ୍ୟନ୍ତ ବିଭାଗ ପକ୍ଷରୁ କୌଣସି ଉତ୍ତର ଆସିନାହିଁ ।
ଅନ୍ୟପଟେ ଡିଜିଟାଲ ମିଟରକୁ ନେଇ କହିଛନ୍ତି ଯେ, ବିଦ୍ୟୁତ ବିଭାଗ ସହ ବିଦ୍ୟୁତ କମ୍ପାନୀ ଏହି ନୂଆ ଟେକ୍ନୋଲୋଜିକୁ ନେଇ ଲୋକଙ୍କୁ ସଚେତନ କରିବା ସହ ଏହାର ବ୍ୟବହାର ପାଇଁ କିଛି ଭିଡିଓ ଜାରି କରନ୍ତୁ । ଯାହାଦ୍ୱାରା ଲୋକମାନେ ଠକାମିର ଶିକାର ହେବାରୁ ବଞ୍ଚିତ ହେବେ । ଏଥିପାଇଁ ବିତରଣ କମ୍ପାନୀକୁ ଏଥିପ୍ରତି ଧ୍ୟାନ ଦେବା ଉଚିତ ଏବଂ ଉପଯୁକ୍ତ ଓ ସ୍ବଚ୍ଛତାର ସହ ସେବା ଯୋଗାଇବା ପାଇଁ ଅନୁରୋଧ କରିଛନ୍ତି ।
ଇଟିିଭି ଭାରତ, ଭୁବନେଶ୍ବର