ଓଡିଶା

odisha

ETV Bharat / state

ସାମାଜିକ ଦୂରତା ରଖି କୁମାରୀ ପାଳିଲେ ଖୁଦୁରୁକୁଣୀ ଓଷା - ସାମାଜିକ ଦୂରତା ରଖି କୁମାରୀମାନେ ପାଳିଲେ ଖୁଦୁରୁକୁଣୀ ଓଷା

ଭାଇର ମଙ୍ଗଳ ମନାସୀ ମା' ଖୁଦୁରୁକୁଣୀ ଓଷା କରି ମଙ୍ଗଳା ମାଆଙ୍କୁ ପୂଜା କରିଥାନ୍ତି କୁମାରୀ ଭଉଣୀ ମାନେ। ହେଲେ ଚଳିତବର୍ଷ କୋରୋନା କାରଣରୁ ଏହି ପୂଜା ପୂର୍ବ ପରି ଅତି ଆଡମ୍ବର ସହକାରେ ପାଳନ ହୋଇ ପାରିନାହିଁ । ଅଧିକ ପଢନ୍ତୁ...

ସାମାଜିକ ଦୂରତା ରଖି କୁମାରୀମାନେ ପାଳିଲେ ଖୁଦୁରୁକୁଣୀ ଓଷା
ସାମାଜିକ ଦୂରତା ରଖି କୁମାରୀମାନେ ପାଳିଲେ ଖୁଦୁରୁକୁଣୀ ଓଷା

By

Published : Aug 9, 2020, 3:19 PM IST

ଖୋର୍ଦ୍ଧା: ବାର ମାସରେ ତେର ପର୍ବ ଆମ ସଂସ୍କୃତି ଓ ପରମ୍ପରା । ଏହାରି ଭିତରେ କୁମାରୀ ମାନଙ୍କ ବଡ଼ ପର୍ବ ଖୁଦୁରୁକୁଣୀ ଓଷା । ଭାଇର ମଙ୍ଗଳ ମନାସି ଭଉଣୀ ମାନେ ଭାଦ୍ରବ ମାସର ପ୍ରତି ରବିବାର ଦିନ ଏହି ବ୍ରତ ପାଳନ କରିଥାନ୍ତି । ଏହି ବ୍ରତରେ ମା' ମଙ୍ଗଳାଙ୍କୁ ପୂଜା କରିଥାନ୍ତି କୁମାରୀ ମାନେ।

ସାମାଜିକ ଦୂରତା ରଖି କୁମାରୀମାନେ ପାଳିଲେ ଖୁଦୁରୁକୁଣୀ ଓଷା

ବଡିଭୋରରୁ ସାହି ସାହି ବୁଲି ଫୁଲ ସଂଗ୍ରହ କରି ଅତି ଯତ୍ନରେ ମାଳ ଗୁନ୍ଥି ମଙ୍ଗଳା ମା' ଙ୍କ ନିକଟରେ ସମର୍ପଣ କରିଥାନ୍ତି କୁମାରୀ ମାନେ। ସନ୍ଧ୍ୟାରେ ଦୁହୁଡ଼ି ଲଗାଇ ଭାଇର ଥିବା ସବୁ କଷ୍ଟକୁ ନିଆଁରେ ଝୁଣା ମାରି ଦୂର କରିଥାଏ ଭଉଣୀ । କିନ୍ତୁ ଚଳିତବର୍ଷ କୋରୋନା କଟକଣା କିଛି ମାତ୍ରାରେ କୁମାରୀ ମାନଙ୍କ ପୂଜାରେ ପ୍ରତିବନ୍ଧକ ସାଜିଛି ।

ଏହା ସତ୍ୱେ ଖୋର୍ଦ୍ଧା ଜିଲ୍ଲାରେ ସରକାରଙ୍କ ନିୟମ ମାନି ସାମାଜିକ ଦୂରତା ରକ୍ଷାକରି ଏହି ପୂଜା ବେଶ ଆନନ୍ଦର ସହ ପାଳନ କରୁଥିବା ଦେଖିବାକୁ ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details