ଭୁବନେଶ୍ବର :ରାଜ୍ୟରେସମାପନ ହୋଇଛି ଭାରତ ଯୋଡ଼ା ଯାତ୍ରା । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆରମ୍ଭ ହୋଇଥିବା ଭାରତଯୋଡ ଓଡିଶା ପରିବର୍ତ୍ତନ ଯାତ୍ରାର ସମାପ୍ତ ହୋଇଛି । ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ କଂଗ୍ରେସସ ବିଧାୟକ ସୁର ରାଉତରାୟ ବହୁ ବରିଷ୍ଠ ନେତା ଭୁବନେଶ୍ୱରରେ ହୋଇଥିବା ପଦଯାତ୍ରାରେ ସାମିଲ ହୋଇଥିଲେ । ପ୍ରଥମେ ନେତା ବିଧାୟକ ଓ କର୍ମୀ ଖୋର୍ଦ୍ଧାରୁ ଏହି ଯାତ୍ରା ଆରମ୍ଭ କରି ଶିଶୁ ଭବନଠାରେ ପହଞ୍ଚିଥିଲେ । ପରେ ଶିଶୁ ଭବନଠାରେ ଜିଲ୍ଲା କଂଗ୍ରେସ ଛାତ୍ର କଂଗ୍ରେସ ଯୁବ କଂଗ୍ରେସର ସଦସ୍ୟଙ୍କ ସହ ବରିଷ୍ଠ ନେତୃବୃନ୍ଦମାନେ ସାମିଲ ହୋଇ ଚାଲିଚାଲି କଂଗ୍ରେସ ଭବନଠାରେ ପଦଯାତ୍ରା ସମାପ୍ତ କରିଛନ୍ତି ।
ସେଠାରେ ଏକ ସଭା ଅର୍ଥାତ ଭାରତ ଯୋଡ଼ ଓଡିଶା ପରିବର୍ତ୍ତନ ଯାତ୍ରାର ସମାପନ ଉତ୍ସବ କରାଯାଇଥିଲା । ଯେଉଁଥିରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରସାଦ ହରିଚନ୍ଦନ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ । ଏଥିରେ କଂଗ୍ରେସର ଭାରତ ଯୋଡ଼ା ଯାତ୍ରାର ସଫଳତା କଥା କୁହାଯାଇଥିବା ବେଳେ ୯ରୁ ୯୦ ମିଶନକୁ ଏହି ଅଭିଯାନ ଦ୍ବାରା ସଫଳ କରିବା ପାଇଁ ସହାୟକ ହେବ ବୋଲି କହିଛନ୍ତି ଶରତ ପଟ୍ଟନାୟକ । ଏହାସହ ଲୋକମାନେ ରାଜ୍ୟର ୨୫ବର୍ଷ ଶାସନର ସରକାରଙ୍କ ଚଞ୍ଚକତା ଓ କେନ୍ଦ୍ର ମିଥ୍ୟା ପ୍ରତିଶୃତିକୁ ବୁଝି ସାରିଛନ୍ତି ବୋଲି କହିଛନ୍ତି କଂଗ୍ରେସ ନେତାଏ ।
ଦେଶର ଓ ରାଜନୀତିର ବିକଳ୍ପ କଂଗ୍ରେସ ବୋଲି ବୁଝିସାରିଲେଣି । ଏହାହିଁ ରାଜ୍ୟ ଓ ଦେଶରେ ପୁଣି ଥରେ କଂଗ୍ରେସକୁ ସରକାର ଗଠନ ଦିଗରେ ସହାୟକ ହେବ । ବା ୨୦୨୪ରେ ଓଡ଼ିଶାରେ ବିଜେଡି ସହ ଟକ୍କର ଦେଇ କଂଗ୍ରେସ ସରକାର ଗଢିବ ବୋଲି କହିଛନ୍ତି ପିସିସି ସଭପତି । ଖାଲି ସେତିକି ନୁହେଁ ଏହି ପଦଯାତ୍ରା ମାଧ୍ୟମରେ ରାଜ୍ୟର କୋଣ ଅନୁକୋଣରେ ବୁଲିବା ସହ ପ୍ରତିଟି ଗ୍ରାମ ଓ ବ୍ଲକର ଲୋକଙ୍କ ସହ କଂଗ୍ରେସ ଯୋଡି ହୋଇଛି । ଆଉ ସେମାନଙ୍କ ସମସ୍ୟା ସମ୍ବନ୍ଧରେ ଜାଣିଛୁ । ତେଣୁ ଏହା ଆଗାମୀ ଦିନରେ ଆମକୁ ନିର୍ବାଚନ ଲଢ଼ିବାରେ ସହାୟକ ହେବ ।