ଭୁବନେଶ୍ବର: 31ରୁ ଓଡିଶାରେ ଭାରତ ଯୋଡ ଯାତ୍ରା । ଆସନ୍ତା 31 ତାରିଖରୁ କଂଗ୍ରେସ ଓଡିଶାରେ ଭାରତ ଯୋଡ ଯାତ୍ରା(Bharat Jodo Yatra) ଆରମ୍ଭ କରିବ । ଏଥିପାଇଁ ପୋଷ୍ଟର ରିଲିଜ କରିଛି ଦଳ । ଏହି ଯାତ୍ରା ଆଇଜି ପାର୍କରୁ ଆରମ୍ଭ ହୋଇ ନଖରାର ଲୋକେଶ୍ବର ମନ୍ଦିର ପର୍ଯ୍ୟନ୍ତ ଚାଲିବ । ଦିନକୁ 20 କିମି ଚାଲିବ କଂଗ୍ରେସର ପଦଯାତ୍ରା । ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି ।
Bharat Jodo Yatra: ୩୧ରୁ ଓଡିଶାରେ କଂଗ୍ରେସର ଭାରତ ଯୋଡ ଯାତ୍ରା - ଭାରତ ଯୋଡ ଯାତ୍ରା
ଆସନ୍ତା ୩୧ରୁ ଓଡିଶାରେ କଂଗ୍ରେସର ଭାରତ ଯୋଡ ଯାତ୍ରା । ସାମିଲ ହେବେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର । ଅଧିକ ପଢନ୍ତୁ

୩୧ରୁ ଓଡିଶାରେ ଭାରତ ଯୋଡ ଯାତ୍ରା
Bharat Jodo Yatra: ୩୧ରୁ ଓଡିଶାରେ କଂଗ୍ରେସର ଭାରତ ଯୋଡ ଯାତ୍ରା
ରାଜ୍ୟର 27ଟି ଜିଲ୍ଲାରେ କଂଗ୍ରେସ ପଦଯାତ୍ରା କରିବ । ଧାମନଗର ଉପନିର୍ବାଚନ(Dhamnagar by-election) ପାଇଁ 2 ଓ 3 ତାରିଖ ଦିନ ଯାତ୍ରା ବନ୍ଦ ରହିବ । ଭାରତରେ ଯୋଡ ଯାତ୍ରାରେ ସାମିଲ ନେତାଙ୍କ ପାଇଁ 20 କିମି ଟେଣ୍ଟର ବ୍ୟବସ୍ଥା କରାଯିବ । ସେଥିରେ ନେତାଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରାଯିବ । ଯାତ୍ରା ସମୟରେ କଂଗ୍ରେସର ବିଭିନ୍ନ ସେଲ ସହ ଏସଏଚଜି ମହିଳା, ବୁଦ୍ଧିଜୀବୀ ଓ କ୍ରୀଡାବିତଙ୍କୁ ଭେଟିବେ କଂଗ୍ରେସ ନେତା । ଚାଷୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ । ଏହି ପଦଯାତ୍ରାରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଯୋଗ ଦେବେ ।
ଇଟିଭ ଭାରତ, ଭୁବନେଶ୍ବର
Last Updated : Oct 28, 2022, 2:22 PM IST