ଓଡିଶା

odisha

ETV Bharat / state

Congress plenary session: ଯୁବବର୍ଗଙ୍କ ପାଇଁ 50 ପ୍ରତିଶତ ସ୍ଥାନ ସଂରକ୍ଷଣ, ସ୍ବାଗତ କଲେ ସୁର - MLA Sura Routray

ଅଖିଳ ଭାରତୀୟ କଂଗ୍ରେସ କମିଟିର 85ତମ ଜାତୀୟ କାର୍ଯ୍ୟକାରିଣୀ ଅଧିବେଶନ ଶେଷ ହୋଇଛି । ଯୁବବର୍ଗଙ୍କୁ ଅଧିକ ପ୍ରାଧାନ୍ୟ ଦେବ କଂଗ୍ରେସ । ଅଧିକ ପଢନ୍ତୁ

congress leader sura routray
congress leader sura routray

By

Published : Feb 28, 2023, 8:16 AM IST

congress leader sura routray

ଭୁବନେଶ୍ବର: ଅଖିଳ ଭାରତୀୟ କଂଗ୍ରେସ କମିଟିର 85ତମ ଜାତୀୟ କାର୍ଯ୍ୟକାରିଣୀ ଅଧିବେଶନ ଶେଷ ହୋଇଛି । ଏହି ଅଧିବେଶନରେ ଯୁବବର୍ଗଙ୍କୁ ଅଧିକ ପ୍ରାଧାନ୍ୟ ଦେଇଛି କଂଗ୍ରେସ । ଯୁବବର୍ଗଙ୍କୁ ଦେଶର ଭବିଷ୍ୟତ ସହ ତୁଳନା କରି ସେମାନଙ୍କ ପାଇଁ 50 ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯାଇଛି । ତେବେ ମହିଳା, ଯୁବକ, ହରିଜନ, ଆଦିବାସୀଙ୍କ ପାଇଁ 50 ପ୍ରତିଶତ ସ୍ଥାନ ସଂରକ୍ଷଣ ହେଲେ ବୃଦ୍ଧ ନେତା ଅର୍ଥାତ ବୟସ୍କ ନେତାମାନଙ୍କ ଭାଗ୍ୟ କ'ଣ ହେବ ସେନେଇ ପ୍ରଶ୍ନ ଉଠିଥିବା ବେଳେ ଏଭଳି ନିଷ୍ପତ୍ତିକୁ କଂଗ୍ରେସ ବିଧାୟକ ସୁର ରାଉତରାୟ ସ୍ୱାଗତ କରିଛନ୍ତି ।

50 ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଅବଶିଷ୍ଟ 50 ପ୍ରତିଶତ ସ୍ଥାନ ସଂରକ୍ଷିତ ବୋଲି କଂଗ୍ରେସ 85ତମ ଅଧିବେଶନରେ ଘୋଷଣା କରିଛି । ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ଯୁବବର୍ଗଙ୍କ ପାଇଁ 50 ପ୍ରତିଶତ ସଂରକ୍ଷିତ ତାହାହେଲେ ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାର ବହୁ ବରିଷ୍ଠ ନେତାଙ୍କ ଭାଗ୍ୟ କ'ଣ ହେବ ? ସେମାନଙ୍କୁ ଟିକେଟ ମିଳିବ ନା ନାହିଁ ? ଅନ୍ୟପଟେ ଏଭଳି ନିଷ୍ପତ୍ତିକୁ ବିଧାୟକ ସୁର ରାଉତରାୟ ସ୍ୱାଗତ କରିଛନ୍ତି । ସୁର ଆଉ ଆଗାମୀ ସାଧାରଣ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କହିଛନ୍ତି । ସୁରଙ୍କ ମତରେ ଯୁବକମାନଙ୍କ ପାଇଁ ବାଟ ଛାଡିବା ଦରକାର । କାରଣ ରାଜନୀତି ଏବେ ଭିନ୍ନ ଧରଣର ହେଲାଣି ।

ଏନେଇ ସୁର କହିଛନ୍ତି ଯେ, ମୁଁ ଆଉ ଆଗାମୀ ନିର୍ବାଚନ ଲଢ଼ିବି ନାହିଁ । ମୋ ସାନ ପୁଅ ମନ୍ମଥ ରାଉତରାୟକୁ ଟିକେଟ ଦେବା ପାଇଁ ମୁଁ ଦଳ ପାଖରେ ସୁପାରିଶ କରିବି । ମୁଁ କଂଗ୍ରେସ ସହ ରହିବି । ରାଜନୀତିରେ ସକ୍ରିୟ ରହିବି ହେଲେ ଆଉ ନିର୍ବାଚନ ଲଢ଼ିବି ନାହିଁ । ଜଟଣୀ ବିଧାୟକ ସୁର ରାଉତରାୟ 50 ବର୍ଷରୁ ଅଧିକ ସମୟ ଧରି କଂଗ୍ରେସରେ ରହିଥିଲେ । ଏବେ ତାଙ୍କ ସାନପୁଅ ମନ୍ମଥ କଂଗ୍ରେସରୁ ଲଢିବେ । ବୟସାଧିକ କାରଣରୁ ନିର୍ବାଚନ ଲଢିବେ ନାହିଁ ବୋଲି ସୁର କହିଛନ୍ତି । ସେ ଜଟଣୀରୁ 4ଥର ବିଧାୟକ ହୋଇଥିବା ବେଳେ ପୂର୍ବରୁ ଜାନକୀ ପଟ୍ଟନାୟକ ମନ୍ତ୍ରୀମଣ୍ଡଳରେ ଯୁବ ଓ କ୍ରୀଡା ମନ୍ତ୍ରୀ ରହିଥିଲେ । ମନ୍ତ୍ରୀକାଳରେ ସେ କ୍ରୀଡା କ୍ଷେତ୍ରରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରିଥିଲେ ।

2019 ସାଧାରଣ ନିର୍ବାଚନରେ ଓଡ଼ିଶାର 147ଟି ବିଧାନସଭା ଆସନକୁ ଦେଖିଲେ ପ୍ରାୟ ଅଧାରୁ ଅଧିକ ନିର୍ବାଚନ ମଣ୍ଡଳୀରେ 50 ବର୍ଷରୁ ଅଧିକ ବୟସ୍କ ନେତାମାନଙ୍କୁ ଟିକେଟ ଦେଇଛି କଂଗ୍ରେସ । ତନ୍ମଧ୍ୟରୁ ବାରମ୍ବାର ହାରୁଥିବା ନେତା ମଧ୍ୟ ଅନେକ । ତେବେ ଆଗାମୀ ନିର୍ବାଚନରେ କଂଗ୍ରେସର ହେଭିୱେଟ କୁହାଯାଉଥିବା ନେତାମାନଙ୍କୁ ଟିକେଟ ମିଳିବ ନା ନାହିଁ, ତାହା ନିର୍ବାଚନ ଆସିଲେ ହିଁ ସ୍ପଷ୍ଟ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details