ଭୁବନେଶ୍ବର:ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳରେ ଆଜି ବି ପ୍ରଶ୍ନକାଳ ଧୋଇ ଯାଇଥିବା ବେଳେ ଅପରାହ୍ନ 4ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ସେପଟେ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ସରକାରଙ୍କୁ ଘେରିବ କଂଗ୍ରେସ । ଫଳରେ ଗୃହ ଆହୁରି ଉଠିବ ପଡ଼ିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।
ଏନେଇ ସୁର କହିଛନ୍ତି, " ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଛି । ଶିକ୍ଷକ ଆଜି ସ୍କୁଲରେ ପଢେଇବା ପରିବର୍ତ୍ତେ ନିଜ ହକ ପାଇଁ ରାଜରାସ୍ତାରେ ଆସି ବିକ୍ଷୋଭ ପଦର୍ଶନ କରୁଛନ୍ତି । ସେହିପରି ସ୍ବାସ୍ଥ୍ୟକ୍ଷେତ୍ରରେ ଭିତ୍ତିଭୂମିର ଘୋର ଅଭାବ, ସ୍ବାସ୍ଥ୍ୟସେବା ଯୋଗାଇ ଦେଉଥିବା ଆୟୁଷ ଡାକ୍ତରମାନେ ନିଜ ସ୍ଥାନ ସୁରକ୍ଷିତ ରଖିବା ପାଇଁ ଲୋୱର ପିଏମଜିରେ ପ୍ରତିବାଦ କରିଛନ୍ତି । ଆଜି ଗୃହରେ କଂଗ୍ରେସ ପକ୍ଷରୁ ଏ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବା ପାଇଁ ପ୍ରଶ୍ନ କରିବ। କିନ୍ତୁ ସରକାର ଏନେଇ ତାଙ୍କର ଆଭିମୁଖ୍ୟ କଣ ସ୍ପଷ୍ଟ କରିବା ଦରକାର ।"
ଏହା ବି ପଢନ୍ତୁ- Monsoon Session: ଚାଲି ପାରୁନି ଗୃହ, ସର୍ବଦଳୀୟ ବୈଠକରେ ବାହାରି ପାରିଲାନି ନିଷ୍କର୍ସ