ଭୁବନେଶ୍ବର:ସଂସଦରେ ଉଠିବ ୫ଟି ସଚିବ ପ୍ରସଙ୍ଗ । ଡିଓପିଟିଙ୍କୁ ଲେଖିଥିବା ଚିଠି ଉପରେ କୌଣସି ଉତ୍ତର ନ ଆସିଲେ କଂଗ୍ରେସ ଏହି ପ୍ରସଙ୍ଗକୁ ସଂସଦରେ ଉଠାଇବ । ଏ ନେଇ ସ୍ପଷ୍ଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ୫ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଓ ସେଠାରେ ବିକାଶମୂଳକ ପ୍ରକଳ୍ପର ଘୋଷଣା କରିବା ସମ୍ପୂର୍ଣ୍ଣ ଅସାମ୍ବିଧାନିକ ବୋଲି ବିରୋଧୀ କହୁଥିବା ବେଳେ କଂଗ୍ରେସ ଏହି ପ୍ରତିକ୍ରିୟା ରଖିଛି। ହେଲେ ଏପଟେ ମୁଖ୍ୟମନ୍ତ୍ରୀ ଖୋଲାଖୋଲି କହିଛନ୍ତି ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିବା ଅଭିଯୋଗର ଶୁଣାଣି ମୋ ସରକାର ଅନ୍ତର୍ଗତ ହେବ । ଅର୍ଥାତ 5T ସଚିବ ଏହାର ଶୁଣାଣି କରିବେ । ଯାହା କାମ ହେବାର ଥିବ 5T ସଚିବଙ୍କ ନିର୍ଦ୍ଦେଶରେ ହେବ ।
5T ସଚିବଙ୍କ ଜିଲ୍ଲା ଗସ୍ତକୁ ନେଇ ବଢୁଛି ଅଡ଼ୁଆ । ବିରୋଧୀଙ୍କ ବ୍ୟାକ ଟୁ ବ୍ୟାକ୍ ଟାର୍ଗେଟ ପରେ ପାଣ୍ଡିଆନଙ୍କ ସୁରକ୍ଷାରେ ବାହାରିଛନ୍ତି ମୁଖ୍ୟମନ୍ତ୍ରୀ । ଏବେ ମୁଖ୍ୟମନ୍ତ୍ରୀ ଖୋଲାଖୋଲି କହିଥନ୍ତି ଯେ ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିବା ଅଭିଯୋଗର ଶୁଣାଣି ମୋ ସରକାର ଅନ୍ତର୍ଗତ ହେବ । ଅର୍ଥାତ 5T ସଚିବ ଏହାର ଶୁଣାଣି କରିବେ । ଯାହା କାମ ହେବାର ଥିବ 5T ସଚିବଙ୍କ ନିର୍ଦ୍ଦେଶରେ ହେବ । ମୁଖ୍ୟ ଶାସନ ସଚିବଙ୍କର ମଧ୍ୟ ଏଥିରେ ସହମତି ରହିଲା । ଏହିପରି 18 ହଜାର ଅଭିଯୋଗର ଶୁଣାଣି ହେବ ଅର୍ଥାତ 5Tକୁ ଅଧିକ ସଶକ୍ତ କଲେ ନବୀନ । ଏହା ପରେ କଣ ରହିବ ବିରୋଧିଙ୍କ ଆକସନ ପ୍ଲାନ ? ଏ ନେଇ ପ୍ରଶ୍ନ ଉଠିଥିବା ବେଳେ କଂଗ୍ରେସ ଏହି ପ୍ରସଙ୍ଗକୁ ସଂସଦରେ ଉଠାଇବ ବୋଲି କହିଛି ।
ଏନେଇ ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକକହିଛନ୍ତି, " ପାଓ୍ବାରକୁ ସେଣ୍ଟ୍ରାଲାଇଜ କରାଗଲେ ଲୋକଙ୍କ ସମସ୍ୟାର ସମାଧାନ ହେବାରେ ବିଳମ୍ବ ହେବ । ମୁଖ୍ୟମନ୍ତ୍ରୀଙ୍କର ଜିଲ୍ଲାପାଳ, ତହସିଲଦାର, ବିଡିଓ ଏମାନଙ୍କ ଉପରେ ଭରସା ନାହିଁ । ଏହି ପୋଷ୍ଟଗୁଡିକ ରହିବ କାହିଁକି ? ଏତେ ବଡ ବ୍ୟୁରୋକ୍ରାସି କାହିଁକି ଅଛି ? ମୁଖ୍ୟମନ୍ତ୍ରୀ କେବଳ ଜଣେ ଲୋକ ଉପରେ ଭରସା କରୁଛନ୍ତି । ଅଭିଯୋଗର ଶୁଣାଣି ଜାନକୀ ବାବୁଙ୍କ ଅମଳରୁ ହୋଇଆସୁଛି । ସେ ନିଜେ ଜିଲ୍ଲାପାଳ ଥିବା ସମୟରେ ମଧ୍ୟ ଯାଇ ଶୁଣାଣି କରିଛନ୍ତି । ନୂଆ କଥା ହେଲା ଏବେ ଜଣେ ଲୋକଙ୍କ ଉପରେ ସବୁ କିଛି ନ୍ୟସ୍ତ କରାଯାଇଛି । ଏହାଦ୍ବାରା ଲୋକଙ୍କ ପାଖରେ ବିଳମ୍ବରେ ନ୍ୟାୟ ପହଞ୍ଚିବ । ତେଣୁ ଲୋକେ ବିଚାର କରିବେ ଏହା କେତେ ଦୂର ଠିକ ।" ଅନ୍ୟପଟେ ଡିଓପିଟିଙ୍କୁ ଲେଖିଥିବା ଚିଠି ଉପରେ କୌଣସି ଉତ୍ତର ନ ଆସିବା ପ୍ରସଙ୍ଗରେ ସେ କହିଛନ୍ତି ଯେ ଯଦି ଉତ୍ତର ନ ଆସେ ତେବେ ସଂସଦରେ ଏହି ପ୍ରସଙ୍ଗ ଉଠାଇବ କଂଗ୍ରେସ ।