ଓଡିଶା

odisha

ETV Bharat / state

ଆବାସ ଯୋଜନାରେ ଅନିୟମିତତା ହେଲେ ଆନ୍ଦୋଳନ କରିବ କଂଗ୍ରେସ: ଜୟଦେବ ଜେନା

ରାଜ୍ୟ କଂଗ୍ରେସ ମଧ୍ୟ ବିଜେପି ସ୍ବରରେ ତାଳ ଦେଇଛି । ଦଳର ବରିଷ୍ଟ ନେତା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି ଯଦି ତାଲିକାରେ ଭୁଲ ହୁଏ, ଯୋଗ୍ୟ ହିତାଧିକାରୀ ଘର ନପାଆନ୍ତି ତେବେ ଆନ୍ଦୋଳନକୁ ଅଧିକ ଶାଣିତ କରିବ କଂଗ୍ରେସ। ଆଗରୁ କାହିଁକି ବିଜେପି ଚୁପ ବସିଥିଲା ବୋଲି ପ୍ରଶ୍ନ ଉଠାଇଛନ୍ତି ଜୟଦେବ । ଗାଁ ଗାଁ କୁ ଯିବ କଂଗ୍ରେସ । ଲୋକଙ୍କୁ ବୁଝାଇବ । ଅଧିକ ପଢନ୍ତୁ

Etv Bharatଆବାସ ଯୋଜନାରେ ଅନିୟମିତତା ହେଲେ ଆନ୍ଦୋଳନ କରିବ କଂଗ୍ରେସ: ଜୟଦେବ  ଜେନା
Etv Bharatଆବାସ ଯୋଜନାରେ ଅନିୟମିତତା ହେଲେ ଆନ୍ଦୋଳନ କରିବ କଂଗ୍ରେସ: ଜୟଦେବ ଜେନା

By

Published : Jan 23, 2023, 9:30 PM IST

ଆବାସ ଯୋଜନାରେ ଅନିୟମିତତା ହେଲେ ଆନ୍ଦୋଳନ କରିବ କଂଗ୍ରେସ: ଜୟଦେବ ଜେନା

ଭୁବନେଶ୍ବର: ତେଜୁଛି ଆବାସ ରାଜନୀତି। ହିତାଧିକାରୀ ଚୟନରେ କୌଣସି ଅନିୟମିତତା ଆଦୌ ବରଦାସ୍ତ କରିବନି ଭାରତୀୟ ଜନତା ପାର୍ଟି (ବିଜେପି) । ଏନେଇ ରାଜ୍ୟ ସରକାରଙ୍କୁ କଡା ଚେତାବନୀ ଦେଲା ବିଜେପି। ଆବାସ ଯୋଜନା ତାଲିକାକୁ ନେଇ ଚେତାବନୀ ପତ୍ର ଦେବ ବିଜେପି । ୩୧୪ ବ୍ଳକରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚେତାବନୀ ପତ୍ର ଦେବ ଦଳ । ଆସନ୍ତା ୨୫ରେ ଚେତାବନୀ ପତ୍ର ଦେବାକୁ ବିଜେପି ଘୋଷଣା କରିଛି ।

ସେପଟେ ରାଜ୍ୟ କଂଗ୍ରେସ ମଧ୍ୟ ବିଜେପି ସ୍ବରରେ ତାଳ ଦେଇଛି । ଦଳର ବରିଷ୍ଟ ନେତା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି ଯଦି ତାଲିକାରେ ଭୁଲ ହୁଏ, ଯୋଗ୍ୟ ହିତାଧିକାରୀ ଘର ନପାଆନ୍ତି ତେବେ ଆନ୍ଦୋଳନ କୁ ଅଧିକ ଶାଣିତ କରିବ କଂଗ୍ରେସ। ଆଗରୁ କାହିଁକି ବିଜେପି ଚୁପ ବସିଥିଲା ବୋଲି ପ୍ରଶ୍ନ ଉଠାଇଛନ୍ତି ଜୟଦେବ । ଗାଁ ଗାଁ କୁ ଯିବ କଂଗ୍ରେସ । ଲୋକଙ୍କୁ ବୁଝାଇବ । ପୂର୍ବରୁ କଂଗ୍ରେସ ଏହି ଯୋଜନା ଇନ୍ଦିରା ଆବାସ ନାଁ ରେ ଗରିବ ଲୋକଙ୍କ ପାଇଁ କରିଥିଲା । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏବେ ରାଜନୀତି କରୁଛନ୍ତି। ଉଭୟ ବିଜେଡି ବିଜେପି ସରକାର ରେ ମିସିକି ଥିଲେ । ଆଗରୁ କାହିଁକି କହୁନଥିଲେ । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ବିଜେପି ଏମିତି ହେଉଛି । ତେବେ ଆଗକୁ ହାଥ ସେ ହାଥ ଜୋଡୋ କାର୍ଯ୍ୟକ୍ରମ କଂଗ୍ରେସ କରିବ। ଘରକୁ ଘର ଯାଇ ଜନସାଧାରଣ ଙ୍କୁ ଏ ବିଷୟରେ ଅବଗତ କରିବ ବୋଲି କହିଛନ୍ତି ।

ସେହିପରି ବିଧାୟକ ସୁର ରଉତରାୟ କହିଛନ୍ତି ଆବାସ ଯୋଗ୍ୟ ହିତାଧିକାରୀ ଚୟନକୁ ନେଇ କଂଗ୍ରେସ ସଜାଗ ରହିଛି। ଯଦି ଶାସକ ଦଳ ତା ଦଳୀୟ ଲୋକଙ୍କୁ କିମ୍ବା ପ୍ରଶଂସକ କୁ ଦିଏ ତାହେଲେ ଆମେ ଆନ୍ଦୋଳନକୁ ଓହ୍ଲାଇବୁ । ବିଜେପି କଣ କରିବ ଆମେ ମଧ୍ୟ ଛାଡ଼ିବୁ ନାହିଁ। ଯେଉଁ ଗରିବ ଲୋକ ପାଇବା ପାଇଁ ହକଦାର ସେମାନଙ୍କୁ ଦିଆଯାଉ ବୋଲି ବିଧାୟକ ସୁର ରାଉତରାୟ କହିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details