ଓଡିଶା

odisha

ETV Bharat / state

Adani Group Issue: ୬ରେ ଏଲଆଇସି ଓ ଏସବିଆଇ ଅଫିସ ଆଗରେ ଗର୍ଜିବ କଂଗ୍ରେସ

ଆଦାନୀ ଗ୍ରୁପ ବିରୁଦ୍ଧରେ ହିଣ୍ଡନବର୍ଗ ରିପୋର୍ଟ ନେଇ ବଢୁଛି ବିବାଦ । ଆସନ୍ତା ୬ରେ ଏଲଆଇସି ଓ ଏସବିଆଇ ଅଫିସ ଆଗରେ ବିକ୍ଷୋଭ କରିବ କଂଗ୍ରେସ । ଅଧିକ ପଢନ୍ତୁ

Congress to hold protests outside LIC, SBI offices
Congress to hold protests outside LIC, SBI offices

By

Published : Feb 4, 2023, 7:38 AM IST

ବିକ୍ଷୋଭ କରିବ କଂଗ୍ରେସ

ଭୁବନେଶ୍ବର: ଆଦାନୀ ଗ୍ରୁପ ବିରୁଦ୍ଧରେ ଜାଲିଆତି ଅଭିଯୋଗକୁ ନେଇ ଦେଶରେ ରାଜନୀତି ଜୋର ଧରିଛି । ହିଣ୍ଡନବର୍ଗ ରିପୋର୍ଟ ଘଟଣାରେ ବିରୋଧି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଆଦାନୀ ଗ୍ରୁପରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାରତୀୟ ଜୀବନ ବୀମା ନିଗମ(LIC) ଏବଂ ଷ୍ଟେଟ ବ୍ୟାଙ୍କର ପୁଞ୍ଜି ଲାଗିଥିବାରୁ ଯୁଗ୍ମ ସଂସଦୀୟ କମିଟି ନଚେତ୍ ସୁପ୍ରିମକୋର୍ଟଙ୍କ ତତ୍ତ୍ବାବଧାନରେ ଏହାର ତଦନ୍ତ ହେଉ ବୋଲି କଂଗ୍ରେସ ଦାବି କରିଛି । ଏହି ଦାବିରେ ଆସନ୍ତା ୬ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲାର ସଦର ମହକୁମା ଥିବା ଏସବିଆଇ ଓ ଏଲଆଇସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରଦେଶ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିବ । ଏନେଇ କଂଗ୍ରେସ ନେତା ଗଣେଶ୍ୱର ବେହେରା ସୂଚନା ଦେଇଛନ୍ତି ।

କଂଗ୍ରେସ ଅଭିଯୋଗ କରିଛି ଯେ, ଦେଶବାସୀଙ୍କ ଦୁର୍ଭାଗ୍ୟ ବହୁରାଷ୍ଟ୍ରୀୟ କମ୍ପାନୀମାନେ ଭାରତକୁ ଶୋଷଣ କରିବାରେ ଲାଗିଛନ୍ତି । କେନ୍ଦ୍ର ସରକାରଙ୍କ ସହଯୋଗୀ ତଥା ପ୍ରଧାନମନ୍ତ୍ରୀଙ୍କ ବନ୍ଧୁ ଆଦାନୀ ଓ ଅମ୍ବାନୀ ଭାରତର ଅର୍ଥନୀତିକୁ ବିପର୍ଯ୍ୟସ୍ତ କରୁଛନ୍ତି । ବର୍ତ୍ତମାନ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଆଦାନୀ ଜାଲିଆତି କରି ନିଜର ବିଶ୍ୱାସନୀୟତା ବୃଦ୍ଧି କରିବା ଯୋଗୁଁ ହଜାର ହଜାର ଲୋକେ କମ୍ପାନୀର ଅଂଶଧନ କିଣିଛନ୍ତି ଓ ପୁଞ୍ଜି ନିବେଶ କରିଛନ୍ତି ।

ଏବେ ଏହି ଚଞ୍ଚକତା ଧରାପଡିବା ପରେ ତାଙ୍କର ସାମ୍ରାଜ୍ୟ ଭୁଶୁଡି ପଡିଛି । ବିଶ୍ବ ଧନୀ ଶ୍ରେଣୀରେ ଦ୍ୱିତୀୟ ସ୍ଥାନରେ ଥିବା ଆଦାନୀ ବର୍ତ୍ତମାନ ଟପ୍-୨୦ରୁ ବାଦ୍ ପଡିଛନ୍ତି । ଆଦାନୀ ଗ୍ରୁପରେ ଏଲଆଇସି ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ ଟଙ୍କା ଖଟାଇଥିବାରୁ ୨୯ କୋଟି ପଲିସି ହୋଲ୍ଡର ଆଜି ଚିନ୍ତିତ । ଷ୍ଟେଟ ବ୍ୟାଙ୍କର ୪୫ କୋଟି ଆକାଉଣ୍ଟ ହୋଲ୍ଡର ମଧ୍ୟ ନିଜର ଭବିଷ୍ୟତକୁ ନେଇ ବ୍ୟଥିତ ଅଛନ୍ତି ।

ଏହାମଧ୍ୟ ପଢନ୍ତୁ: Naba Das Murder Case: ସାଙ୍ଗ ଜାଣିଛନ୍ତି କି ସତ ? ଗୋପାଳର ବନ୍ଧୁଙ୍କୁ କ୍ରାଇମବ୍ରାଞ୍ଚର ଜେରା

ଏହାର ପ୍ରତିବାଦରେ ଆଗାମୀ ୬ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲାର ସଦର ମହକୁମା ଠାରେ ଏସବିଆଇ ଏବଂ ଏଲଆଇସି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ । କେଉଁ ପରିସ୍ଥିତିରେ ଏତେ ଟଙ୍କା ଆଦାନୀକୁ ଦିଆଗଲା ତାର ନିରପେକ୍ଷ ତଦନ୍ତ ହେଉ । ଯୁଗ୍ମ ସଂସଦୀୟ କମିଟି ନଚେତ୍ ସୁପ୍ରିମକୋର୍ଟର ତତ୍ୱବାଧାନରେ ମାମଲାରେ ତଦନ୍ତ କରାଯାଉ ବୋଲି ଦଳ ଦାବି କରିଛି । ଏଥିପାଇଁ ୬ ତାରିଖରେ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details