ଓଡିଶା

odisha

ETV Bharat / state

ନିର୍ବାଚନ ପାଇଁ ବିଶାଳ ଜନ ସମାବେଶ କରିବ କଂଗ୍ରେସ, ଓଡିଶାକୁ ଛୁଟିବେ କେନ୍ଦ୍ରୀୟ ନେତା - ରାହୁଲ ଗାନ୍ଧୀ

ରାହୁଲ ଗାନ୍ଧୀଙ୍କ ପ୍ରତି ଦେଶରେ ବୃଦ୍ଧି ପାଉଥିବା ଜନସମର୍ଥନକୁ ଆଧାର କରି ତାର ଫାଇଦା ନେବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ରାଜ୍ୟ କଂଗ୍ରେସ । ଅଧିକ ପଢନ୍ତୁ

ନିର୍ବାଚନ ପାଇଁ ବିଶାଳ ଜନ ସମାବେଶ କରିବ କଂଗ୍ରେସ
ନିର୍ବାଚନ ପାଇଁ ବିଶାଳ ଜନ ସମାବେଶ କରିବ କଂଗ୍ରେସ

By ETV Bharat Odisha Team

Published : Sep 23, 2023, 7:54 AM IST

ନିର୍ବାଚନ ପାଇଁ ବିଶାଳ ଜନ ସମାବେଶ କରିବ କଂଗ୍ରେସ

ଭୁବନେଶ୍ବର: ସାଧାରଣ ନିର୍ବାଚନକୁ ନେଇ ସରଗରମ ରାଜନୀତି । ନିର୍ବାଚନ ଜିତିବା ପାଇଁ ବିଭିନ୍ନ ଦଲ ନିଜ ରଣନୀତି ପ୍ରସ୍ତୁତ କରିବା ସହ ଲୋକଙ୍କୁ ଆକର୍ଷଣ କରିବା ଆରମ୍ଭ କରିଛି । ଶାସକ ବିଜେଡି ଏବଂ ବିରୋଧୀ ବିଜେପିକୁ କଡା ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି ରାଜ୍ୟ କଂଗ୍ରେସ । ତେବେ ଲୋକଙ୍କ ସମର୍ଥନ ଓ ଆସ୍ଥାକୁ ପୁଞ୍ଜି କରି ଓଡ଼ିଶାରେ କଂଗ୍ରେସ ଏଥର ଗାଦି ହାତେଇବ ବୋଲି ଦଳ କହିଛି । ରାହୁଲ ଗାନ୍ଧୀଙ୍କ ପ୍ରତି ଦେଶରେ ବୃଦ୍ଧି ପାଉଥିବା ଜନସମର୍ଥନକୁ ଆଧାର କରି ତାର ଫାଇଦା ନେବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ରାଜ୍ୟ କଂଗ୍ରେସ। ଆସନ୍ତା ମାସରେ ଓଡ଼ିଶାରେ ବିଶାଳ ଜନ ସମାବେଶ କରିବ କଂଗ୍ରେସ । ସେଥିପାଇଁ ଖୁବଶୀଘ୍ର ଦିଲ୍ଲୀ ଯାଇ AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଅନ୍ୟ ନେତାମାନଙ୍କୁ ନିମନ୍ତ୍ରଣ କରିବେ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ଶରତ ପଟ୍ଟନାୟକ କହିଛନ୍ତି, ‘‘ମଲ୍ଲିକାର୍ଜୁନ ଖଡ଼ଗେ ରାହୁଲ ଗାନ୍ଧୀ ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ନେତା ଓଡିଶା ଆସିବେ । ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ ଘର ଘରକୁ ଯିବ କଂଗ୍ରେସ । ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ଏବଂ ନେତାଙ୍କ ଅନୁରୋଧ କ୍ରମେ କେନ୍ଦ୍ରୀୟ ନେତା ଆସିବେ ଏବଂ କଂଗ୍ରେସ ପ୍ରତି ବଢୁଥିବା ଜନ ସମର୍ଥନ ଏବଂ ନିର୍ବାଚନୀ ଆଭିମୁଖ୍ୟ ବିଷୟରେ ଅବଗତ କରାଇବେ। ରାଜ୍ୟବାସୀ ଅବହେଳିତ, ଦରଦାମ ବୃଦ୍ଧି ପାଉଥିବାରୁ ଲୋକେ ଅତିଷ୍ଠ, ଚାଷୀ ସମସ୍ୟା, ଯୁବବର୍ଗଙ୍କ ପାଇଁ ବେରୋଜଗାରୀ ଆଜି ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଛି । ତାର ପ୍ରତିବାଦ ସ୍ବରୂପ ରାଜ୍ୟ କଂଗ୍ରେସ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବ । ଲୋକଙ୍କୁ ସଚେତନ କରାଇବ ଦଳ।’’

ଏହା ମଧ୍ୟ ପଢନ୍ତୁ..ମୌସୁମୀ ଅଧିବେଶନ: ବିଜେପି ବିଧାୟକ ଦଳ ବୈଠକ, ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ

କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ‘‘ଦରଦାମ ଓ ବେରୋଜଗାରୀକୁ ନେଇ କଂଗ୍ରେସ ଦଳ ଆୟୋଜନ କରିବ ସାଧାରଣ ସଭା । ଖୋର୍ଦ୍ଧା ଜିଲ୍ଲାରେ ଅକ୍ଟୋବର 27 ତାରିଖରେ ଆୟୋଜନ ହେବା ଏହି ସାଧାରଣ ସଭା । କାର୍ଯ୍ୟକ୍ରମରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ଅନ୍ୟ ନେତାମାନେ ମଧ୍ୟ ଯୋଗ ଦେବେ । ରାଜ୍ୟ ପ୍ରଭାରୀ ଚେଲା କୁମାରଙ୍କ ସହ ଅନ୍ୟ କେନ୍ଦୀୟ ନେତା ମଧ୍ୟ ଯୋଗ ଦେବାର ସମ୍ଭାବନା ରହିଛି । ଆସନ୍ତା ସେପ୍ଟେମ୍ବର 25ରୁ ସାରା ରାଜ୍ୟରେ କଂଗ୍ରେସ କରିବ ଘର ଘର କଂଗ୍ରେସ କାର୍ଯ୍ୟକ୍ରମ । ସେହିପରି ଆସନ୍ତା ମାସ ଠାରୁ ପ୍ରତି ମାସରେ କେନ୍ଦ୍ରୀୟ ନେତା ଓଡିଶା ଆସି କଂଗ୍ରେସ ପାଇଁ ପ୍ରଚାର କରିବେ। ବିଶାଳ ରାଜ୍ୟସ୍ତରୀୟ ସମାବେଶ କରାଯିବ।’’

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details