ଓଡିଶା

odisha

ETV Bharat / state

ADR ରିପୋର୍ଟ; ବିଜେଡି ଓ ବିଜେପିକୁ ଘେରିଲା କଂଗ୍ରେସ - କଂଗ୍ରେସ ନେତା ନରସିଂହ ମିଶ୍ର

ADR ତଥ୍ୟ ଅନୁସାରେ ଅଜଣା ସୂତ୍ରରୁ ବିଜେଡି ପାଇଛି ୨୯୧ କୋଟି ଟଙ୍କା । ଯାହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । କେବଳ ବିଜେଡି ନୁହେଁ, ଏହି ପ୍ରସଙ୍ଗରେ ବିଜେପିକୁ ମଧ୍ୟ ଘେରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

ADR ରିପୋର୍ଟ; ଉଭୟ ବିଜେଡି ଓ ବିଜେପିକୁ ଘେରିଲା କଂଗ୍ରେସ
ADR ରିପୋର୍ଟ; ଉଭୟ ବିଜେଡି ଓ ବିଜେପିକୁ ଘେରିଲା କଂଗ୍ରେସ

By

Published : May 17, 2023, 10:40 PM IST

ADR ରିପୋର୍ଟ; ଉଭୟ ବିଜେଡି ଓ ବିଜେପିକୁ ଘେରିଲା କଂଗ୍ରେସ

ଭୁବନେଶ୍ବର: ADR ବା ଆସୋସିଏସନ ଅଫ ଡେମୋକ୍ରାଟିକ ରିଫର୍ମସ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ଅଜଣା ସୂତ୍ରରୁ ବିଜେଡି ପାଇଛି ୨୯୧ କୋଟି ଟଙ୍କା । ତେବେ ଏତେ ବଡ଼ ପରିମାଣର ଅର୍ଥ କାହାଠାରୁ ସଂଗ୍ରହ କରିଛି ବିଜେଡି, ତାକୁ ନେଇ ତେଜୁଛି ରାଜନୀତି । ଏନେଇ ରାଜ୍ୟରେ ଶାସକ ଦଳକୁ ଘେରିଛନ୍ତି ବିରୋଧୀ । ତେବେ ଖାଲି ବିଜେଡି ନୁହେଁ, ବିଜେପି ମଧ୍ୟ ଅଜଣା ସୂତ୍ରରୁ କୋଟି କୋଟି ଟଙ୍କା ଆଦାୟ କରୁଛି ବୋଲି ଅଭିଯୋଗ କରିଛି କଂଗ୍ରେସ ।

ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, "ବିଜେପି କେନ୍ଦ୍ରରେ ହଜାର ହଜାର କୋଟି ଟଙ୍କା ଆଣୁଛନ୍ତି । ସେହି ତୁଳନା ହିସାବରେ ବିଜେଡି ଦଳର କମ ରହିଛି । କିନ୍ତୁ ଆଞ୍ଚଳିକ ଦଳ ଭାବରେ ବିଜେଡି ଯେତିକି ଅର୍ଥ ପାଇଛି, ତାହା ବି ଢେର ଅଧିକ । ଏତେ ବଡ ଶଙ୍ଖ ଭବନ ନିର୍ମାଣ ହେଲା । ଏଇଟା ତ ଆମର ଚିନ୍ତା ବାହାରେ । ଏଣୁ ଜନସାଧାରଣ ଜାଣିବାର ଅଛି ଯେ ଏତେ ଟଙ୍କା କେଉଁଠୁ ଆସିଲା ।"

ସେହିଭଳି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ଯେତେବେଳେ ବିଜେଡି ଗଠନ ହେଲା ସେତେବେଳେ ବିଜେଡିର ପାଣ୍ଠି ନଥିଲା । ହେଲେ ଏବେ ବିପୁଳ ପାଣ୍ଠି ସଂଗ୍ରହ କରୁଛି ବିଜେଡି । କୁଆଡୁ ଆସିଲା ଏତେ ଟଙ୍କା । ଅସାଧୁ ଉପାୟରେ ଅର୍ଜନ କରିଛି ଏତେ ଅର୍ଥ । ଖଣି, କର୍ପୋରେଟ ଠାରୁ ଆଦାୟ କରିଛି ବିପୁଳ ଅର୍ଥ । ଶଙ୍ଖ ଭବନ ତାର ଜ୍ବଳନ୍ତ ଉଦାହରଣ । ଓଡିଶାବାସୀ ସବୁ ଜାଣି ସାରିଲେଣି । ଆଉ କିଛି ଅଛପା ନାହିଁ । ଖାଲି ବିଜେଡି ନୁହେଁ, ବିଜେପି ମଧ୍ୟ ଆଦାୟ କରୁଛି ବିପୁଳ ଅର୍ଥ । ୨୦୨୪ରେ ଉଭୟ ଦଳ ବୁଡିଯିବେ ।"

ତେବେ ADR ପକ୍ଷରୁ ପ୍ରକାଶ ପାଇଛି ରାଜନୈତିକ ଦଳ ମାନଙ୍କର ପାଣ୍ଠି ସଂଗ୍ରହ ବିବରଣୀ । DMK ସର୍ବାଧିକ ପାଣ୍ଠି ସଂଗ୍ରହ କରି ଏକ ନମ୍ବରରେ ରହିଥିବା ବେଳେ ବିଜେଡି ୨୯୧ କୋଟି ବେନାମୀ ଟଙ୍କା ଆଦାୟ କରିଛି । ପୂର୍ବରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଦ୍ଵିତୀୟ ଧନୀ ମୁଖ୍ୟମନ୍ତ୍ରୀ ବୋଲି ADR ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଥିଲା । ସେହିପରି DMK ମୁଖ୍ୟ ଏମକେ ଷ୍ଟାଲିନ ଦେଶର ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ ବୋଲି ଦର୍ଶାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details