ଓଡିଶା

odisha

ETV Bharat / state

ଉଚ୍ଚଶିକ୍ଷା ପ୍ରତି ରାଜ୍ୟ ସରକାରଙ୍କ ନୀଚ ଦୃଷ୍ଟି କ୍ଷମଣୀୟ ନୁହେଁ: କଂଗ୍ରେସ - ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

ରାଜ୍ୟ ଭଲ ନାହିଁ ଉଚ୍ଚଶିକ୍ଷାର ସ୍ଥିତି । ମହାବିଦ୍ୟାଳୟମାନଙ୍କରେ ନାମଲେଖା କ୍ଷେତ୍ରରେ ଭାତରରେ ୨୧ ତମ ସ୍ଥାନରେ ଓଡ଼ିଶା । ଅଧିକ ପଢନ୍ତୁ

ରାଜ୍ୟ ଭଲ ନାହିଁ ଉଚ୍ଚଶିକ୍ଷାର ସ୍ଥିତି
ରାଜ୍ୟ ଭଲ ନାହିଁ ଉଚ୍ଚଶିକ୍ଷାର ସ୍ଥିତି

By ETV Bharat Odisha Team

Published : Sep 13, 2023, 11:09 AM IST

ରାଜ୍ୟ ଭଲ ନାହିଁ ଉଚ୍ଚଶିକ୍ଷାର ସ୍ଥିତି

ଭୁବନେଶ୍ବର: ରାଜ୍ୟର ଉଚ୍ଚଶିକ୍ଷାର ସ୍ଥିତିକୁ ନେଇ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ । ରାଜ୍ୟ ଉଚ୍ଚଶିକ୍ଷାର ସ୍ଥିତି ଭଲ ନାହିଁ । ମହାବିଦ୍ୟାଳୟ ମାନଙ୍କରେ ନାମଲେଖା କ୍ଷେତ୍ରରେ ଭାତରରେ ୨୧ ତମ ସ୍ଥାନରେ ଓଡ଼ିଶା । ସର୍ବୋଚ୍ଚ ସ୍ତରରେ ମହାବିଦ୍ୟାଳୟମାନଙ୍କରେ ସାମଗ୍ରୀକ ନାମ ଲେଖା ଅନୁପାତ (ଜି.ଇ.ଆର) ୨୭.୩ ପ୍ରତିଶତ ଥିବାବେଳେ ଓଡ଼ିଶାରେ ତାହା ୨୦.୭ ପ୍ରତିଶତ । ଗୁଣାତ୍ମକ ଶିକ୍ଷାର ହ୍ରାସ ଉଦ୍‌ବେଗଜନକ ବୋଲି ବର୍ଣ୍ଣନା କରି ଉତ୍କଳ ବିଶ୍ୱବିଦ୍ୟାଳୟର ଉଦାହରଣ ଦେଇ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ ।

କଂଗ୍ରେସ ନେତା ଗଣେଶ୍ୱର ବେହେରା କହିଛନ୍ତି, ‘‘ରାଜ୍ୟରେ ଉଚ୍ଚ ଶିକ୍ଷାରମାନ ତଳମୁହାଁ ହେବାରେ ଲାଗିଛି । ଓଡ଼ିଶାର ସବୁଠାରୁ ପ୍ରସିଦ୍ଧ ଉତ୍କଳ ବିଶ୍ୱବିଦ୍ୟାଳୟ ଭାରତର ୧୦୦ ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ୯୩ ତମ ସ୍ଥାନରେ ଅଛି । ନାକ୍ ଗ୍ରେଡ଼ିଂରେ ଏ + (ଇ+) ରୁ ଏ (ଇ) କୁ ଖସି ଆସିଛି ରାଜ୍ୟ । ବିଶ୍ୱବିଦ୍ୟାଳୟର ସଂଶୋଧନ ଆଇନ ପ୍ରଣୟନ କରି ବିଶ୍ୱ ବିଦ୍ୟାଳୟମାନଙ୍କର ସ୍ୱତନ୍ତ୍ରତା ଉପରେ ସରକାର ଅଙ୍କୁସ ଲଗାଇଛନ୍ତି । ବିଶ୍ୱବିଦ୍ୟାଳୟ ମାନଙ୍କରେ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ କରିବାରେ ସରକାର ଅସମର୍ଥ ହୋଇଛନ୍ତି । ସରକାରୀ ତଥ୍ୟ ମୁତାବକ ୧୨ଟି ବିଶ୍ୱବିଦ୍ୟାଳୟରେ ୫୬.୯୩ ପ୍ରତିଶତ ଶିକ୍ଷକ ପଦବୀ ଖାଲି ରହିଥିବାବେଳେ ୫୮.୧୨ ପ୍ରତିଶତ ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି । ନିର୍ଦ୍ଧାରିତ ଶିକ୍ଷକ ଛାତ୍ର ଅନୁପାତ ବଜାୟ ନ ରହିବା ଫଳରେ ଅଧ୍ୟୟନ, ଅଧ୍ୟାପନା ଓ ଗବେଷଣା କାର୍ଯ୍ୟ ପ୍ରଭାବିତ ହେଉଛି ।’’

ଏହା ମଧ୍ୟ ପଢନ୍ତୁ.. ଓଡ଼ିଆ ବିଶ୍ଵବିଦ୍ୟାଳୟର ପ୍ରଥମ ବର୍ଷ ସ୍ନାତକୋତ୍ତର ପାଠ୍ୟକ୍ରମ ହେଲା ଶୁଭାରମ୍ଭ, ଉଦଘାଟନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ସେ ଆହୁରି ମଧ୍ୟ କହିଛନ୍ତି, ‘‘କଲେଜମାନଙ୍କରେ ଏକାଡେମିକ୍ ଅଡ଼ିଟ୍ ହେଉନାହିଁ । ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ, ଅତିରିକ୍ତ ନିର୍ଦ୍ଦେଶକ ଓ ଆଞ୍ଚଳିକ ନିର୍ଦ୍ଦେଶକ ପଦବୀରେ କୌଣସି ପ୍ରବିଣ ଅଧ୍ୟାପକ ଓ ଅଧ୍ୟାପିକା ନିଯୁକ୍ତି ଦିଆଯାଉନାହିଁ । କୋଠାରୀ କମିଶନ ୧୯୬୪ ମସିହାରୁ ଜାତୀୟ ଶିକ୍ଷା ନୀତି ୧୯୮୬ ମସିହା ପର୍ଯ୍ୟନ୍ତ ପ୍ରତ୍ୟେକ ସୁପାରିଶ ସତ୍ତ୍ବେ +୨ ଅନୁଷ୍ଠାନ ଗୁଡ଼ିକୁ +୩ ଅନୁଷ୍ଠାନରୁ ପୃଥକୀକରଣ କରିବା ପାଇଁ କୌଣସି ପଦକ୍ଷେପ ନିଆ ଯାଉନାହିଁ । ଫଳତଃ ଉଭୟ +୨ ଏବଂ +୩ ଶିକ୍ଷାଦାନ କ୍ଷେତ୍ରରେ ଅଭାବନୀୟ ସମସ୍ୟା ସୃଷ୍ଟି ହେଉଛି । ସେହିପରି ୨୦୦୮ ମସିହା ପରଠାରୁ ପ୍ରତିଷ୍ଠିତ କଲେଜ ଗୁଡ଼ିକ ସମସ୍ତ ଆବଶ୍ୟକତା ପୂରଣ କରିଥିଲେ ମଧ୍ୟ ସେମାନଙ୍କୁ ସରକାରୀ ଅନୁଦାନ ମିଳୁନାହିଁ । ଶିକ୍ଷକ ସମାଜ ପ୍ରତି ଏହାଠାରୁ ବଡ଼ ଅବିଚାର କିଛି ନାହିଁ ।’’

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details