ଓଡିଶା

odisha

By

Published : Mar 31, 2023, 7:02 AM IST

ETV Bharat / state

Jharsuguda ByPoll: କଂଗ୍ରେସ ଭଲ ଲଢେଇ କରିବ, କହିଲେ ବିଧାୟକ ନରସିଂହ ମିଶ୍ର

ନରସିଂହ କହିଛନ୍ତି ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଅଧ୍ୟକ୍ଷତାରେ ଏକ 5 ଜଣିଆ ଟିମ ଗଠନ ହୋଇଛି । ନିର୍ବାଚନ ପାଇଁ କଂଗ୍ରେସ ସବୁବେଳେ ପ୍ରସ୍ତୁତ ଅଛି । ନବ ଦାସ କଂଗ୍ରେସରେ ଥିଲେ । ଏବେ ତାଙ୍କ ପରେ ଅନେକ କଂଗ୍ରେସ କର୍ମୀ ଘର ବାହୁଡା କରୁଛନ୍ତି । ଯାହା କଂଗ୍ରେସ ପାଇଁ ଶୁଭ ସଂକେତ । ଲଢେଇ ଜୋରଦାର ହେବ । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: କଂଗ୍ରେସ କର୍ମୀ ମାନେ ଏବେ ନବଙ୍କ ଅବର୍ତ୍ତମାନରେ କଂଗ୍ରେସକୁ ଫେରୁଛନ୍ତି । ଯାହା କଂଗ୍ରେସ ପାଇଁ ଶୁଭ ସୂଚନା । ତେବେ ଝାରସୁଗୁଡା ଉପ ନିର୍ବାଚନରେ କିଏ ହେବେ ଦଳୀୟ ପ୍ରାର୍ଥୀ ତାହା ଏଆଇସିସି ନିଷ୍ପତ୍ତି ନେବ । କିନ୍ତୁ ଦଳ ଯୋରଦାର ଲଢେଇ କରିବ । ଗତକାଲି ଏହା କହିଛନ୍ତି କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର ।

ନରସିଂହ କହିଛନ୍ତି ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଅଧ୍ୟକ୍ଷତାରେ ଏକ 5 ଜଣିଆ ଟିମ ଗଠନ ହୋଇଛି । ନିର୍ବାଚନ ପାଇଁ କଂଗ୍ରେସ ସବୁବେଳେ ପ୍ରସ୍ତୁତ ଅଛି । ନବ ଦାସ କଂଗ୍ରେସରେ ଥିଲେ । ଏବେ ତାଙ୍କ ପରେ ଅନେକ କଂଗ୍ରେସ କର୍ମୀ ଘର ବାହୁଡା କରୁଛନ୍ତି । ଯାହା କଂଗ୍ରେସ ପାଇଁ ଶୁଭ ସଂକେତ । ଲଢେଇ ଜୋରଦାର ହେବ। ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଅନ୍ୟ ନିର୍ବାଚନ ମଣ୍ଡଳୀ ଭଳି ନୁହେଁ। ତେଣୁ ଆଶା ଅଛି ରାହୁଲ ଗାନ୍ଧୀଙ୍କ ଯେଉଁଭଳି ଲୋକପ୍ରିୟତା ବୃଦ୍ଧି ପାଉଛି ନିଶ୍ଚିତ କଂଗ୍ରେସ ଭଲ ପ୍ରଦର୍ଶନ କରିବ ।

କଂଗ୍ରେସ ପ୍ରାର୍ଥୀ ଚୟନ ନେଇ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱ ରେ 5 ଜଣିଆ କମିଟି ଗଠନ କରିଛି l କମିଟିରେ ବିଧାୟକ ସନ୍ତୋଷ ସିଂହ ସାଲୁଜା, ବିଧାୟକ ଅଧିରଜ ପାଣିଗ୍ରାହୀ, ବିଧାୟକରାଜେନ ଏକ୍କା, ଅତାବିରା ପୂର୍ବତନ ବିଧାୟକ ନିହାର ମହାନନ୍ଦ ଏବଂ ପୂର୍ବତନ ବିଧାୟକ ରାଜେନ୍ଦ୍ର ଛାତ୍ରୀଆ ରହିଛନ୍ତି । ନିର୍ବାଚନ କମିଶନଙ୍କ ପକ୍ଷରୁ ମେ 10ରେ ଝାରସୁଗୁଡା ଉପନିର୍ବାଚନ ହେବା ନେଇ ତାରିଖ ଘୋଷଣା ହୋଇଛି । ଏପ୍ରିଲ 13ରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ ଏପ୍ରିଲ 20 ରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ମେ 13ରେ ହେବ ଭୋଟ ଗଣତି ।

ଝାରସୁଗୁଡା ଉପନିର୍ବାଚନରେ ବିଜୟୀ ହେବାକୁ 3 ଦଳ ଜୋରଦାର ଉଦ୍ୟମ କରିଛନ୍ତି । ଶାସକ ବିଜେଡି ଏହି ନିର୍ବାଚନ ମଣ୍ଡଳୀ ହାତରେ ଥିବାରୁ ଏହା ବିଜେଡି ସପକ୍ଷରେ ଯିବ ବୋଲି ଆକଳନ କରୁଛି ଦଳ । ବିରୋଧୀ ବିଜେପି ମଧ୍ୟ ନୂଆ ସଭାପତି ମନମୋହନ ସାମଲଙ୍କ ଦୀର୍ଘଦିନର ଅଭିଜ୍ଞତା ନେତୃତ୍ୱ କୁ ଆଧାର କରି ଝାରସୁଗୁଡା ସିଟ ଜିତିବାକୁ ପ୍ରୟାସ ଆରମ୍ଭ କରିଛି । ବିଜେଡି ମଧ୍ୟ ନବ ଦାସଙ୍କ ଝିଅ ଦୀପାଲି ନା ପୁଅ କାହାକୁ ଟିକେଟ ଦେବ ତାହାକୁ ନେଇ ଅଙ୍କକଷୁଛି । ତେବେ ଦେଖିବାର କଥା କେଉଁ ଦଳ ଏବେ ଝାରସୁଗୁଡା ବାଜି ମାରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details