ଓଡିଶା

odisha

ETV Bharat / state

Ama Odisha Naveen Odisha Controversy: କଂଗ୍ରେସର କଡ଼ା ସମାଲୋଚନା - ଆମ ଓଡ଼ିଶା ନବୀନ ଓଡିଶା

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବର୍ଷିଛି ରାଜ୍ୟ କଂଗ୍ରେସ । ନ୍ୟାୟାଳୟ ପ୍ରତି ଓଡ଼ିଶା ସରକାରଙ୍କ ତିଳେ ମାତ୍ର ସମ୍ମାନ ନାହିଁ ବୋଲି କହିଛି କଂଗ୍ରେସ । ଅଧିକ ପଢନ୍ତୁ

Odisha Naveen Odisha Advertisement: କଂଗ୍ରେସର କଡା ସମାଲୋଚନା
Odisha Naveen Odisha Advertisement: କଂଗ୍ରେସର କଡା ସମାଲୋଚନା

By ETV Bharat Odisha Team

Published : Oct 10, 2023, 9:39 PM IST

Odisha Naveen Odisha Advertisement: କଂଗ୍ରେସର କଡା ସମାଲୋଚନା

ଭୁବନେଶ୍ବର: ଆମ ଓଡ଼ିଶା ନବୀନ ଓଡିଶାକୁ ନେଇ ବଢିବାରେ ଲାଗିଛି ବିବାଦ । ପ୍ରଥମେ ଯୋଜନାକୁ ବିରୋଧ କରି ଲୋକ ପ୍ରତିନିଧି କୋର୍ଟ ଯାଇଥିବା ବେଳେ ଏବେ ଯୋଜନାର ବିଜ୍ଞାପନରେ ଶଙ୍ଖ ସ୍ଥାନ ପାଇବା ନେଇ ପୁଣି ଗର୍ଜିଛନ୍ତି ବିରୋଧୀ । ବିଜେପି ପରେ ଟାର୍ଗେଟ କଲା କଂଗ୍ରେସ । ଆପତ୍ତି ଉଠାଇ ବିଜେପି କୋର୍ଟ ଯିବାକୁ ଚେତାବନୀ ଦେଇଥିବା ବେଳେ କଂଗ୍ରେସ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଜନପ୍ରତିନିଧି ମାନଙ୍କ ଗଣତାନ୍ତ୍ରିକ ମୂଲ୍ୟବୋଧ କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ ଆଣି ପୂର୍ବରୁ କୋର୍ଟ ଯାଇଛି। ବିରୋଧୀଙ୍କ ଏଭଳି ଆଭିମୁଖ୍ୟ ପରେ ଏହି କାର୍ଯ୍ୟକ୍ରମକୁ ନେଇ ରାଜନୀତି ସହ ବିବାଦ ବଢିବାରେ ଲାଗିଛି ।

ଏନେଇ କଂଗ୍ରେସ ନେତା ସୁଦର୍ଶନ ଦାସ କହିଛନ୍ତି ରାଜ୍ୟ ସରକାରଙ୍କ ହାଇକୋର୍ଟଙ୍କୁ ମଧ୍ୟ ଖାତିର ନାହିଁ । ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଉପରେ ଅକ୍ଟୋବର ୧୨ ତାରିଖରେ ପକ୍ଷ ରଖିବାକୁ ନିର୍ଦ୍ଦେଶ ଥିବା ସତ୍ତ୍ବେ ବିଜ୍ଞାପନ ଦେଇ ଯୋଜନାକୁ କେମିତି ଶୁଭାରମ୍ଭ କଲେ ? ନ୍ୟାୟାଳୟ ପ୍ରତି ଓଡ଼ିଶା ସରକାରଙ୍କ ତିଳେ ମାତ୍ର ସମ୍ମାନ ନାହିଁ ବୋଲି ଆଜି ପ୍ରମାଣିତ ହୋଇଛି । "ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା" ସମ୍ବିଧାନ ଓ ପଞ୍ଚାୟତ ବ୍ୟବସ୍ଥା ବିରୋଧୀ ବୋଲି ଦର୍ଶାଇ ସୁଦର୍ଶନ ହାଇକୋର୍ଟରେ ଏକ ଯାଚିକା ଦାଖଲ କରିଥିଲେ । ଯାଚିକରେ ସେ ଦର୍ଶାଇଥିଲେ ଯେ ଏହି ଯୋଜନାରେ ପ୍ରତି ପଞ୍ଚାୟତରେ ୫୦ ଲକ୍ଷ ଲେଖାଏଁ ଟଙ୍କା ଖର୍ଚ୍ଚ ହେବାର ନିଷ୍ପତି ସରକାର ନେଇଛନ୍ତି l ମାତ୍ର ଏହି ଯୋଜନା କାର୍ଯ୍ୟକାରୀ କଲାବେଳେ ସ୍ଥାନୀୟ ସରପଞ୍ଚ, ପଞ୍ଚାୟତ ପ୍ରତିନିଧି କିମ୍ବା ଗ୍ରାମ ସଭାକୁ ସଂଶ୍ଳିଷ୍ଟ କରାଯାଇନାହିଁ l ଏହା ସମ୍ବିଧାନର ୭୩ତମ ସଂଶୋଧନ ଆଇନର ବିରୁଦ୍ଧାଚରଣ କରୁଛି । ଅନୁସୂଚିତ ଅଞ୍ଚଳରେ ଗ୍ରାମ ସଭାର ବିନା ଅନୁମୋଦନରେ କୌଣସି କାର୍ଯ୍ୟ ବା ପ୍ରକଳ୍ପ ହୋଇ ପାରିବ ନାହିଁ ବୋଲି ଆଇନ କହୁଛି । ମାତ୍ର ତାହାକୁ ସରକାର ଖାତିର ନକରି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ପ୍ରଣୟନ କରିଛନ୍ତି । ତେଣୁ ସେଥିରେ ରୋକ ଲଗାଇବାକୁ କଂଗ୍ରେସ ହାଇକୋର୍ଟରେ ଆବେଦନ କରିଥିଲା l

ଗତ ମାସ ୧୩ ତାରିଖରେ ହାଇକୋର୍ଟ ଏହି ଆବେଦନକୁ ଗ୍ରହଣ କରି ରାଜ୍ୟ ସରକାରଙ୍କୁ ନୋଟିସ କରିଥିଲେ । ଆସନ୍ତା ୧୨ ତାରିଖରେ ରାଜ୍ୟ ସରକାରଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ l ମାତ୍ର ଆଜି ରାଜ୍ୟ ସରକାର ବିଭିନ୍ନ ଖବର କାଗଜରେ ବିଜ୍ଞାପନ ଜରିଆରେ ଏହି ଯୋଜନା ର ଶୁଭାରମ୍ଭ କରୁଛନ୍ତି ବୋଲି ଘୋଷଣା କରିଛନ୍ତି l ମାମଲା ହାକୋର୍ଟରେ ଶୁଣାଣି ହେବାକୁ ଥିବା ବେଳେ ରାଜ୍ୟ ସରକାରଙ୍କ ଏଭଳି ବିଜ୍ଞାପନ ଦୁର୍ଭାଗ୍ୟ ଜନକ l ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ରାଜ୍ୟ ସରକାରଙ୍କ ଦେଶର ବିଚାର ବ୍ୟବସ୍ଥା ପ୍ରତି ସାମାନ୍ୟତମ ସମ୍ମାନ ନାହିଁ l ପୁନଶ୍ଚ ଆଜିର ବିଜ୍ଞାପନରେ ଶଙ୍ଖ ଚିହ୍ନ ରଖିବା ମଧ୍ୟ ଦୁର୍ଭାଗ୍ୟ ଜନକ l ଏହି ଯୋଜନା ପଛରେ ଲୋକଙ୍କ ସ୍ବାର୍ଥ ବଦଳରେ ହୀନ ରାଜନୈତିକ ସ୍ବାର୍ଥ ଭରି ରହିଛି ବୋଲି ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନ ପକ୍ଷରୁ ସୁଦର୍ଶନ ଦାସ ଅଭିଯୋଗ ଆଣିଛନ୍ତି l

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details