ଓଡିଶା

odisha

ETV Bharat / state

ପରାଜୟର କାରଣ ଖୋଜିବ କଂଗ୍ରେସ, ସବିଶେଷ ରିପୋର୍ଟ ଦେବାକୁ ପିସିସି ସଭାପତିଙ୍କ ନିର୍ଦ୍ଦେଶ - ସବିଶେଷ ରିପୋର୍ଟ ଦେବାକୁ ପିସିସି ସଭାପତିଙ୍କ ନିର୍ଦ୍ଦେଶ

ଦୁଇଟି ଉପନିର୍ବାଚନରେ ପରାଜୟର କାରଣ ଖୋଜିବ କଂଗ୍ରେସ । ଧାମନଗର ଓ ପଦ୍ମପୁର ବିଧାନସଭା ଉପନିର୍ବାଚନ ଫଳାଫଳ ସଂପର୍କରେ ପିସିସିର ଅନୁଧ୍ୟାନ କମିଟି ଗଠିତ । ଅଧିକ ପଢନ୍ତୁ

ପରାଜୟର କାରଣ ଖୋଜିବ କଂଗ୍ରେସ
ପରାଜୟର କାରଣ ଖୋଜିବ କଂଗ୍ରେସ

By

Published : Dec 16, 2022, 10:50 PM IST

ଭୁବନେଶ୍ବର:ଦୁଇଟି ଉପନିର୍ବାଚନରେ ପରାଜୟର କାରଣ ଖୋଜିବ କଂଗ୍ରେସ । ଏନେଇ କମିଟି ଗଠନ କଲେ ପିସିସି ସଭାପତି ଶରତ ପଟ୍ଟନାୟକ । ଧାମନଗର ଓ ପଦ୍ମପୁର ବିଧାନସଭା ଉପନିର୍ବାଚନ ଫଳାଫଳ ସଂପର୍କରେ ପିସିସିର ଅନୁଧ୍ୟାନ କମିଟି ଗଠିତ ।

ସମ୍ଭାବ୍ୟ ଅଗୁଆ ନିର୍ବାଚନକୁ ଦୃଷ୍ଟିରେ ରଖି ଘର ସଜାଡ଼ିବାରେ ଲାଗିଛନ୍ତି ବିଭିନ୍ନ ରାଜନୈତିକ ଦଳ । ସଂଗଠନକୁ ତୃଣମୂଳସ୍ତରରୁ ସୁଦୃଢ କରିବା ଲାଗି ପଡିଛି କଂଗ୍ରେସ । ଦଳ କିପରି ମଜବୁତ ହୋଇ ନିର୍ବାଚନ ଲଢିବ ଓ ସଫଳ ହେବ ସେନେଇ ରୋଡ଼ ମ୍ୟାପ କରୁଛି ଓଡିଶା ପ୍ରଦେଶ କଂଗ୍ରେସ । ଭଦ୍ରକ ଜିଲ୍ଲାର ଧାମନଗର ନିର୍ବାଚନ ମଣ୍ଡଳୀ ଓ ବରଗଡ଼ ଜିଲ୍ଲାର ପଦ୍ମପୁର ବିଧାନସଭା ଉପନିର୍ବାଚନରେ କଂଗ୍ରେସ ଅମାନତ ହରାଇଥିଲା । ଏସଂପର୍କରେ ଅନୁଧ୍ୟାନ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଦୁଇଗୋଟି ପୃଥକ ପୃଥକ କମିଟି ଗଠନ କରିଛନ୍ତି। ଧାମନଗର ନିର୍ବାଚନ ମଣ୍ଡଳୀ ନିମନ୍ତେ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ରବିନ୍ଦ୍ର କୁମାର ମଲ୍ଲିକ, ବରିଷ୍ଠ କଂଗ୍ରେସ ନେତା ବିଭୂତି ଭୂଷଣ ମିଶ୍ର, ସାଧାରଣ ସଂପାଦକ କିଶୋର ଜେନା ରହିଛନ୍ତି ।

ପଦ୍ମପୁର ବିଧାନସଭା ନିମନ୍ତେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ, ପିସିସି ସଂପାଦକ ଦୁର୍ଗା ପାଢ଼ୀ ରହିଛନ୍ତି । ଉପରୋକ୍ତ କମିଟି ଖୁବ୍‌ଶୀଘ୍ର ସଂପୃକ୍ତ ଜିଲ୍ଲା ସଭାପତିଙ୍କ ସହ ଯୋଗାଯୋଗ କରି ନିଜ ଦାୟିତ୍ବରେ ଥିବା ନିର୍ବାଚନ ମଣ୍ଡଳି ଗସ୍ତ କରିବେ । ସେଠାରେ ସଂପୃକ୍ତ ଜିଲ୍ଲା କଂଗ୍ରେସ ସଭାପତି, ସ୍ଥାନୀୟ ବିଧାୟକ ପ୍ରାର୍ଥୀ, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ, ଦଳୀୟ କର୍ମକର୍ତା, କର୍ମୀ ଓ ବିଭିନ୍ନ ବର୍ଗର ବ୍ୟକ୍ତି ବଶେଷଙ୍କୁ ଭେଟିବେ । ସେମାନଙ୍କ ସହ ଆଲୋଚନା କରି ଫଳାଫଳ ସଂପର୍କରେ ଏକ ସବିଶେଷ ରିପୋର୍ଟ ପ୍ରସ୍ତୁତ କରିବେ । ସେହି ରିପୋର୍ଟକୁ ଆଗାମୀ ୭ ଦିନ ମଧ୍ୟରେ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟାଳୟରେ ଦାଖଲ କରିବାକୁ ଶରତ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details