ଓଡିଶା

odisha

ETV Bharat / state

Jharsuguda By Poll: କଂଗ୍ରେସ ଘୋଷଣା କଲା ଷ୍ଟାର ପ୍ରଚାରକ ତାଲିକା, ଆସିବେ କହ୍ନେୟା କୁମାର - କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି

ଝାରସୁଗୁଡା ଉପନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି କଂଗ୍ରେସ । ତେବେ ଦଳର ଯୁବ ଓ ଟାଣୁଆ ତାରକା ପ୍ରଚାରକ କହ୍ନେୟା କୁମାର ଏହି ତାଲିକାରେ ସାମିଲ ଥିବାରୁ ସମସ୍ତଙ୍କ ନଜର ତାଙ୍କ ଉପରେ ରହିବ । ଅଧିକ ପଢ଼ନ୍ତୁ

କଂଗ୍ରେସ ଘୋଷଣା କଲା ଷ୍ଟାର ପ୍ରଚାରକ ତାଲିକା
କଂଗ୍ରେସ ଘୋଷଣା କଲା ଷ୍ଟାର ପ୍ରଚାରକ ତାଲିକା

By

Published : Apr 18, 2023, 10:41 PM IST

କଂଗ୍ରେସ ଘୋଷଣା କଲା ଷ୍ଟାର ପ୍ରଚାରକ ତାଲିକା

ଭୁବନେଶ୍ବର: ଝାରସୁଗୁଡା ବ୍ୟାଟେଲ ଦଖଲ କରିବାକୁ ଅଣ୍ଟା ଭିଡ଼ିଛି କଂଗ୍ରେସ । ଦଳ ପକ୍ଷରୁ ଜାରି ହୋଇଛି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ତରୁଣଙ୍କ ଲାଗି ପ୍ରଚାର ମୈଦାନକୁ ଓହ୍ଲାଇବେ ରାଜ୍ୟ ପ୍ରଭାରୀ ଓ ପିସିସି ସଭାପତିଙ୍କ ସମେତ ବହୁ ବରିଷ୍ଠ ନେତା । କିନ୍ତୁ ସମସ୍ତଙ୍କ ନଜର ଦଳର ଯୁବ ଓ ଟାଣୁଆ ତାରକା ପ୍ରଚାରକ କହ୍ନେୟା କୁମାରଙ୍କ ଉପରେ ରହିବ । ତେବେ ତରୁଣ ପାଣ୍ଡେ ସ୍ଥାନୀୟ ଯୁବକ ହୋଇଥିବାରୁ ତାଙ୍କର ବିଜୟ ସହଜ ହେବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

ଝାରସୁଗୁଡ଼ା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ପାଇଁ ପ୍ରଚାର କରିବା ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ୪୦ ଜଣିଆ ତାରକା ପ୍ରଚାରକଙ୍କ ତାଲିକା ଘୋଷଣା କରାଯାଇଛି । ଏହି ତାଲିକାରେ ଓଡ଼ିଶା ପ୍ରଭାରୀ ତଥା ଏଆଇସିସି ସାଧାରଣ ସମ୍ପାଦକ ଡଃ ଚେଲ୍ଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଏଆଇସିସିର କେନ୍ଦ୍ରୀୟ ନେତା କହ୍ନେୟା କୁମାର, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ ପ୍ରମୁଖ ପ୍ରଚାର ମଇଦାନକୁ ଓହ୍ଲାଇବେ ।

କଂଗ୍ରେସ ଘୋଷଣା କଲା ଷ୍ଟାର ପ୍ରଚାରକ ତାଲିକା

ସେହିପରି ସାଂସଦ ସପ୍ତଗିରୀ ଉଲ୍ଲକା, ଏଆଇସିସି ସାଧାରଣ ସମ୍ପାଦକ ଭକ୍ତ ଚରଣ ଦାସ, ଏଆଇସିସି ସମ୍ପାଦକ ଶରତ ରାଉତ, ପୂର୍ବତନ ଏଆଇସିସି ସମ୍ପାଦକ ବିଶ୍ବରଞ୍ଜନ ମହାନ୍ତି, ପୂର୍ବତନ ସାଂସଦ ଡଃ ରାମଚନ୍ଦ୍ର ଖୁଣ୍ଟିଆ, ସୁଶିଲା ତିରିଆ, ଅନନ୍ତ ସେଠୀ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପଞ୍ଚାନନ କାନୁନଗୋ, ଗଣେଶ୍ବର ବେହେରା, ବିଜୟଲକ୍ଷ୍ମୀ ସାହୁ, ଯୁଧିଷ୍ଠିର ଜେନା, ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ପ୍ରମୁଖ ତାଲିକାରେ ରହିଛନ୍ତି । ସେହିପରି ବିଧାୟକ ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂହ ସାଲୁଜା, ତାରା ପ୍ରସାଦ ବାହିନୀପତି, ଅଧିରାଜ ମୋହନ ପାଣିଗ୍ରାହୀ, ରମେଶ ଜେନା, ସିଏସ୍‌ ରାଜନ ଏକ୍କା ପ୍ରମୁଖ ମଧ୍ୟ ରହିଛନ୍ତି ।

ଏହି କମିଟିରେ ଅନ୍ୟମାନଙ୍କ ମଧ୍ୟରେ ଏଆଇସିସି ସମ୍ପାଦିକା ସସ୍ମିତା ବେହେରା, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ପୂର୍ବତନ ବିଧାୟକ ଭୂଜବଳ ମାଝୀ, ଦେବାଶିଷ ପଟ୍ଟନାୟକ, ମହିଳା କଂଗ୍ରେସର ସଭାନେତ୍ରୀ ବନ୍ଦିତା ପରିଡ଼ା, ଛାତ୍ର କଂଗ୍ରେସ ସଭାପତି ୟାଶିର ନୱାଜ, ଯୁବ କଂଗ୍ରେସ ସଭାପତି ସ୍ମୃରଞ୍ଜନ ଲେଙ୍କା, ଅନୁସୂଚିତ ଜାତି ଅଧ୍ୟକ୍ଷ ବାଙ୍କନିଧି ବେହେରା, ସଂଖ୍ୟାଲଘୁ ଅଧ୍ୟକ୍ଷ ଜିୟା ଉଲ୍ଲ ହକ୍‌, କିଷାନ ସେଲର ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ, ରାଜ୍ୟ ମୁଖପାତ୍ର ଅମୀୟ ପାଣ୍ଡବ, ଅମିତା ବିଶ୍ବାଳ ଓ ମହେନ୍ଦ୍ର ନାୟକ ପ୍ରମୁଖ କଂଗ୍ରେସ ନେତୃବୃନ୍ଦ ରହିଛନ୍ତି । ପ୍ରଚାରକମାନେ ଚଳିତ ମାସ ଏପ୍ରିଲ ୨୫ ତାରିଖରୁ ମେ ୮ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡ଼ାରେ ଉପସ୍ଥିତ ରହି କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ । ଏଥିପାଇଁ ସମସ୍ତଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଅନୁରୋଧ କରିଛନ୍ତି । ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଏନେଇ ସୂଚନା ଦେଇଛନ୍ତି ।

ସେପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, "ଝାରସୁଗୁଡାରେ ଅନୁକମ୍ପା ମାହୋଲ କିଛି ନାହିଁ । ଲୋକେ ବୀରେନ ପାଣ୍ଡେଙ୍କୁ ମନେ ରଖିଛନ୍ତି । ସ୍ବର୍ଗୀୟ ବୀରେନ ପାଣ୍ଡେ ୩ ଥରର ବିଧାୟକ ଥିଲେ । ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ବୀରେନ ପାଣ୍ଡେ ସ୍କୁଲ ପ୍ରତିଷ୍ଠା କରିଥିଲେ । ରାସ୍ତାଘାଟ ନିର୍ମାଣ କରିଥିଲେ । ଲୋକଙ୍କ ସମସ୍ୟା ସହିତ ସାମିଲ ଥିଲେ । ସେ ଲୋକାଲ ଲୋକ । ସେଇଠି ତାଙ୍କର ମୃତ୍ୟୁ । ତରୁଣ ହେଉଛନ୍ତି ତାଙ୍କ ପୁଅ । ଆଉ ଯେତେ ପ୍ରାର୍ଥୀ ଛିଡା ହୋଇଛନ୍ତି, ସବୁ ବାହାରୁ ଯାଇଛନ୍ତି । ବର୍ତ୍ତମାନ ଲୋକାଲ ପିଲାଙ୍କୁ ଭୋଟ ଦିଅ ବୋଲି ହାୱା ବହିଲାଣି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details