ଭୁବନେଶ୍ୱର: ଜନତା ମୈଦାନରେ 5ଟି ସଚିବଙ୍କ ସଭା ପରେ ବିଜେଡିକୁ ଟାର୍ଗେଟ କରିଛି କଂଗ୍ରେସ। ଆଜି ଭୁବନେଶ୍ୱରର ଜନତା ମୈଦାନରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ କଲେଜରୁ ପ୍ରାୟ 15 ହଜାର କଲେଜ ଛାତ୍ରଛାତ୍ରୀ ଏକାଠି ହୋଇଥିଲେ। ଯୁକ୍ତ 2 ଏବଂ ଯୁକ୍ତ 3 ଡିଗ୍ରୀ କଲେଜ ଗୁଡ଼ିକୁ 5ଟିରେ ସାମିଲ କରାଯିବ। ଉଭୟ ପାଠ୍ୟକ୍ରମକୁ 5Tରେ ରୂପାନ୍ତକରଣ କରାଯିବ। ଫଳରେ ଅଧିକରୁ ଅଧିକ ଗୁଣାତ୍ମକ ଶିକ୍ଷା ମିଳିବାରେ ସହାୟକ ହେବ ବୋଲି 5ଟି ସଚିବ ଆସ୍ଥାପ୍ରକଟ କରି ଘୋଷଣା କରିଛନ୍ତି। ତେବେ ବିଜେଡ଼ି ନଜର ଏବେ ଯୁବ ବର୍ଗଙ୍କ ଉପରେ ଥିବା ଚର୍ଚ୍ଚା ହେଉଛି । ଯୁବବର୍ଗଙ୍କୁ ପ୍ରଭାବିତ କରି ବିଜେଡି ରାଜନୀତି ସହ ସାମିଲ କରିବାକୁ ପ୍ରୟାସ ଆରମ୍ଭ କରିଛି ଦଳ। କଲେଜ ଛାତ୍ରଛାତ୍ରୀଙ୍କ ଭିତରେ ବିଜେଡି ପ୍ରତି ସମର୍ଥନ ମାନସିକତା ହାସଲ କରିବାକୁ ବିଜେଡି ପ୍ରୟାସ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି।
ଆଜି ଭୁବନେଶ୍ୱରର ଜନତା ମୈଦାନରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ କଲେଜରୁ ପ୍ରାୟ 15 ହଜାର କଲେଜ ଛାତ୍ରଛାତ୍ରୀ ଏକାଠି ହୋଇଥିଲେ। ଯୁକ୍ତ 2 ଏବଂ ଯୁକ୍ତ 3 କଲେଜଗୁଡିକୁ 5Tରେ ସାମିଲ କରିବାକୁ ଘୋଷଣା କରିଥିଲେ 5T ସଚିବ। ତେବେ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବିରୋଧୀ । ଏହାକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ରାଜ୍ୟରେ ଶିକ୍ଷା ଅନୁଷ୍ଠାନ ଗୁଡିକରେ ଭିତ୍ତିଭୂମିର ଅଭାବ ରହିଛି । ଆଗକୁ ନିର୍ବାଚନ ଆସିଛି ତାକୁ ଲକ୍ଷ୍ୟ କରି ଏ କାର୍ଯ୍ୟକ୍ରମ କରାଯାଉଛି ।" ବିଧାୟକ ତାରପ୍ରସାଦ ବାହିନୀପତି କହିଛନ୍ତି, "ଜନତା ମଇଦାନକୁ ଜନତା ଆସିବେ ସେଥିରେ କିଛି ଅସୁବିଧା ନାହିଁ। କିନ୍ତୁ 5T ସଚିବଙ୍କ ଅପେକ୍ଷା ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ କରିଥିଲେ ଭଲ ହୋଇଥାନ୍ତା।"