ଓଡିଶା

odisha

By

Published : Feb 6, 2023, 9:35 PM IST

ETV Bharat / state

Adani Hindenburg Row: ଠକାମି ପ୍ରତିବାଦରେ ସାରା ରାଜ୍ୟରେ ଗର୍ଜିଲା କଂଗ୍ରେସ

ଆଦାନୀ ଗ୍ରୁପର ଜାଲିଆତିକୁ ନେଇ ସୋମବାର ସାରା ରାଜ୍ୟରେ ଗର୍ଜିଲା କଂଗ୍ରେସ । ସାରା ଦେଶରେ SBI ଏବଂ LIC କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବଳେ ଭୁବନେଶ୍ବରରେ ମଧ୍ୟ ବିରୋଧ ପ୍ରଦର୍ଶନ ହୋଇଛି । ଅଧିକ ପଢନ୍ତୁ

Adani Hindenburg row
Adani Hindenburg row

Adani Hindenburg Row

ଭୁବନେଶ୍ବର: ଆଦାନୀ ଗ୍ରୁପର ଜାଲିଆତି ପ୍ରତିବାଦରେ ସାରା ଦେଶରେ ଆଜି କଂଗ୍ରେସ ଦଳ ପକ୍ଷରୁ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଆଦାନୀ ଗ୍ରୁପକୁ ଅହେତୁକ ଅନୁକମ୍ପା ପ୍ରଦାନ କରାଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଦେଶରେ ଏହା ଏକ ବଡ ଘୋଟାଲା ବୋଲି କଂଗ୍ରେସ କହିଥିବା ବେଳେ ଭୁବନେଶ୍ବରରେ ଷ୍ଟେଟ ବ୍ୟାଙ୍କର ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏଥିରେ ଛାତ୍ର, ଯୁବ, ମହିଳା, ବରିଷ୍ଠ ନେତା ଓ କର୍ମକର୍ତ୍ତା ଯୋଗ ଦେଇଛନ୍ତି।

ହିଣ୍ଡନବର୍ଗ ରିପୋର୍ଟରେ ଯେଉଁ ଘଟଣା ହୋଇଛି, ଆଦାନୀ ଗ୍ରୁପକୁ ଅହେତୁକ ଅନୁକମ୍ପା ଦେଖାଯାଉଛି ବୋଲି କଂଗ୍ରେସ କହିଛି । ତାହା ସମ୍ପୂର୍ଣ୍ଣ ଭୁଲ। SBI, LICରୁ ଯେଉଁ ବଡ଼ ଋଣ ନେଇଛି ଆଦାନୀ ଦ୍ବାରା ବଡ଼ ଘୋଟାଲା ହୋଇଛି, ଫଳରେ ଦେଶର ଅର୍ଥନୀତି ଉପରେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ଦାୟୀ । ଆଦାନୀ ଠକାମି ପାଇଁ ପ୍ରାୟ LICର ୪୫ କୋଟି ପୁଞ୍ଜି ନିବେଶକାରୀଙ୍କ ଭାଗ୍ୟ ଏବେ ଦୋଛକିରେ ରହିଛି । ଆଦାନୀ ଅଂଶଧନ ହ୍ରାସ ପାଇବା ଯୋଗୁଁ ସମସ୍ୟାରେ ରହିଛନ୍ତି ଜନସାଧାରଣ । ଏହାର ନିରପେକ୍ଷ ତଦନ୍ତ କରାଯାଉ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ଦାବି କରିଛନ୍ତି ।

ଏହା ବି ପଢନ୍ତୁ-କେନ୍ଦ୍ର ସରକାରଙ୍କ ଛତ୍ରଛାୟାରେ ଆଦାନୀ ଗ୍ରୁପ: କଂଗ୍ରେସ

ସୂଚନା ଥାଉ କି ଆଜି ସାରା ଦେଶରେ SBI ଏବଂ LIC କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ସୋମବାର AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ବିରୋଧୀମାନେ ଭେଟି ହିଣ୍ଡନବର୍ଗ ଘଟଣାର ତଦନ୍ତ ଏବଂ ସତ୍ୟାସତ୍ୟ ଜାଣିବା ପାଇଁ ଦାବି କରିଛନ୍ତି । ଆଦାନୀ ଗ୍ରୁପ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ କଂଗ୍ରେସ ଟାର୍ଗେଟ କରିଛି । ସରକାରୀ ରାଜକୋଷରୁ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଲୁଟ କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦି ନିଜ ଶିଳ୍ପପତି ବନ୍ଧୁମାନଙ୍କ ହାତରେ ଦେଶବାସୀଙ୍କ ସଞ୍ଚିତ ଧନ ଉଜାଡି ଦେଉଥିବା ଦଳ ଅଭିଯୋଗ କରିଛି ।

ମାତ୍ରାଧିକ କ୍ଷତିକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିଛି । ଏହି କ୍ରମରେ ଅନୁଗୋଳ ଜିଲ୍ଲା କଂଗ୍ରେସ ମଧ୍ୟ ବିରୋଧ ପ୍ରଦର୍ଶନ କରି ଦେଶର ସମ୍ପତ୍ତି ସୁରକ୍ଷିତ ରଖିବା ଏବଂ ଆଦାନୀ ଭଳି କମ୍ପାନୀର ସମ୍ପତି ବାଜ୍ୟାପ୍ତ କରିବା ପାଇଁ ଦାବି କରିଛି । ରାଉରକେଲା, ବଲାଙ୍ଗୀର ଆଦି ରାଜ୍ୟର ଅନେକ ଜିଲ୍ଲାରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । ଆଦାନୀ ସେୟାର ମାର୍କେଟରେ ମିଛ କମ୍ପାନୀ ନାଁରେ ଲୋକଙ୍କୁ ଲୁଟୁଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details