ଭୁବନେଶ୍ବର:୧୨ ବର୍ଷ ତଳେ ଶୁଭ ଦେଇ ଭୁଲିଗଲେ ସରକାର । ରାଜଧାନୀର ଗଙ୍ଗୁଆ କଡ ରାସ୍ତା ନହେବା ନେଇ ରାଜ୍ୟ ସରକାରଙ୍କ ଉପରେ ତାତିଲା କଂଗ୍ରେସ । ପୁରୀ ଭୁବନେଶ୍ୱର ମୁଖ୍ୟ ରାସ୍ତା ବନ୍ଦ କରି ରାସ୍ତା ଉପରେ ଧାରଣାରେ ବସିଲା କଂଗ୍ରେସ । କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ସହ ଗଙ୍ଗୁଆ ନାଳରୁ କପିଳେଶ୍ଵରର ମନ୍ଦିର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଦାବିରେ କଂଗ୍ରେସ ନେତା ଓ କର୍ମୀ ଭୁବନେଶ୍ୱରର ସାମନ୍ତରାପୁର ଛକରେ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ ।
ତେବେ ୨୦୧୪ ଜୁନ ମାସରୁ ଏହି ରାସ୍ତା ପାଇଁ ଶୁଭ ଦିଆ ସାରିଥିବା ବେଳେ କାହିଁକି କାମ ଆରମ୍ଭ ହୋଇନି ବୋଲି ସରକାରଙ୍କ ପ୍ରଶ୍ନ କରିଥିଲା କଂଗ୍ରେସ । ସେପଟେ ରାସ୍ତା ବନ୍ଦ ପ୍ରଭାବରେ ୪ କିମି ପର୍ଯ୍ୟନ୍ତ ରାସ୍ତା ଜାମ ହୋଇଥିବା ବେଳେ ରାସ୍ତାରେ ଅଟକିରହିଥିଲା ହଜାର ହଜାର ଗାଡି । ପରେ ପୋଲିସ ପହଞ୍ଚି ଭିଡ ନିୟନ୍ତ୍ରଣ କରିଥିଲା । ଆନ୍ଦୋଳନ ସହ ଏଡିଏମଙ୍କୁ ଭେଟି ରାସ୍ତା ରାସ୍ତା କାର୍ଯ୍ୟ ଶୀଘ୍ର ଆରମ୍ଭ ପାଇଁ ଦାବି ପତ୍ର ଦେଇଥିଲେ । ୧୨ ବର୍ଷ ହେବ ସ୍ଥାନୀୟ ଲୋକଙ୍କୁ ରାସ୍ତା ନିର୍ମାଣର ଭ୍ରମରେ ରଖି ପ୍ରତାରିତ କରିଛନ୍ତି ସରକାର ବୋଲି କହି ଉଦବେଗ ପ୍ରକାଶ କହିଛନ୍ତି ବିଧାୟକ । ତେଣୁ ଆଉ ମିଛ ଅଭିନୟ ନକରି ପ୍ରହସନ ନଦେଖାଇ ସରକାର ତୁରନ୍ତ ପ୍ରସ୍ତାବିତ ରାସ୍ତା ନିର୍ମାଣ କରନ୍ତୁ ବୋଲି କହିଛନ୍ତି ବିଧାୟକ ।