ଓଡିଶା

odisha

ETV Bharat / state

ଶ୍ରୀମନ୍ଦିରରେ ବ୍ଲଗର କାମିଆ ଜାନି ପ୍ରବେଶ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ଦାବି କଲା କଂଗ୍ରେସ - ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍

Congress Press meet : ୟୁଟ୍ୟୁବର କାମିଆ ଜାନି ବିବାଦରେ ରାଜ୍ୟ କଂଗ୍ରେସର ପ୍ରେସମିଟ । ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ମାଗିଛି ରାଜ୍ୟ କଂଗ୍ରେସ । ଏହା ମଧ୍ୟ ପଢନ୍ତୁ

ଶ୍ରୀମନ୍ଦିର ପ୍ରସଙ୍ଗରେ କଂଗ୍ରେସର ପ୍ରେସ ମିଟ, ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି
ଶ୍ରୀମନ୍ଦିର ପ୍ରସଙ୍ଗରେ କଂଗ୍ରେସର ପ୍ରେସ ମିଟ, ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି

By ETV Bharat Odisha Team

Published : Dec 23, 2023, 10:42 PM IST

Updated : Dec 23, 2023, 10:47 PM IST

ଶ୍ରୀମନ୍ଦିରରେ ବ୍ଲଗର କାମିଆ ଜାନି ପ୍ରବେଶ ପ୍ରସଙ୍ଗ

ଭୁବନେଶ୍ବର : ୟୁଟ୍ୟୁବର କାମିଆ ଜାନିଙ୍କ ଶ୍ରୀମନ୍ଦିର ଭ୍ଲୋଗିଙ୍ଗ ଭିଡିଓକୁ ନେଇ ବଢୁଛି ବିବାଦ । ଏନେଇ ରାଜ୍ୟ କଂଗ୍ରେସ ଏକ ପ୍ରେସ ମିଟ କରିଛି । ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିବା ସହ ମୁଖ୍ୟ ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ମାଗିଛି ରାଜ୍ୟ କଂଗ୍ରେସ । ରାଜ୍ୟ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ ୟୁଟ୍ୟୁବର କାମିୟା ଜାନିଙ୍କୁ ନେଇ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଶ୍ରୀମନ୍ଦିର ଯାଇଥିଲେ । ତେବେ କାହା ନିର୍ଦ୍ଦେଶରେ ଯାଇଥିଲେ? ଯଦି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରେ ଯାଇଥିଲେ ତାହାଲେ ମୁଖ୍ୟମନ୍ତ୍ରୀ ଏଥି ପାଇଁ କ୍ଷମା ମାଗନ୍ତୁ । ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଲକ୍ଷ ଲକ୍ଷ ଭକ୍ତଙ୍କ ଭାବାବେଗ ସହ ସରକାର ଖେଳୁଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭୋଟ ରାଜନୀତି ପାଇଁ ଶାସକ ଦଳ କରୁଛି । 24 ବର୍ଷ ଧରି କାହିଁକି ଚୁପ୍ ଥିଲେ । କଂଗ୍ରେସ ପ୍ରଥମରୁ ଶ୍ରୀମନ୍ଦିର ବିକାଶ ପାଇଁ ଦାବି କରି ଆସିଛି । ସେବେ ଠାରୁ କାହିଁକି କରାଯାଉ ନ ଥିଲା । ଓଡିଶାର ଲୋକେ ଏ କଥା ବୁଝିଲେଣି ଏବଂ 2024 ରେ ସେମାନେ ଏହାର ଜବାବ ଦେବେ ।

ସେହିପରି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି ଯେ, ଗୋମାଂସ ଭକ୍ଷଣ କରୁଥିବା ଜଣେ ମହିଳାଙ୍କୁ କାହିଁକି ଶ୍ରୀମନ୍ଦିର ଙ୍କୁ ଅଣାଗଲା । ନବୀନ ବାବୁ ଜଣେ ବିବାଦୀୟ ମହିଳା ଙ୍କୁ ମହାପ୍ରସାଦ ପ୍ରଚାର ପାଇଁ ଡାକିଥିଲେ କି? ଯଦି ମୁଖ୍ୟମନ୍ତ୍ରୀ ଜାଣି ନାହାନ୍ତି ତେବେ ଶ୍ରୀ ମନ୍ଦିର ପ୍ରଶାସନ ଓ ଭି କେ ପାଣ୍ଡିଆନ୍ ଙ୍କୁ କାରଣ ଦର୍ଶାଅ ଜାରି କରନ୍ତୁ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଆମର ଦାବି ନବୀନ ପଟ୍ଟନାୟକ ସମସ୍ତ ଙ୍କ ସମ୍ମୁଖରେ କ୍ଷମା ମାଗନ୍ତୁ । ନଚେତ୍ କଂଗ୍ରେସ ଚରମ ପଦକ୍ଷେପ ନେବ । ପାଇଁ ସେ ପ୍ରମୋଟ କରିଛନ୍ତି । ମହାପ୍ରସାଦ ପ୍ରଚାର ପାଇଁ କାହିଁକି ଗୋମାଂସ ଭକ୍ଷଣକାରୀ ମହିଳା ବ୍ଲଗର ଙ୍କ ଆବଶ୍ୟକତା ପଡ଼ିଲା , ଏ ନେଇ ସରକାର ସ୍ପଷ୍ଟୀକରଣ ଦିଅନ୍ତୁ । ରାଜ୍ୟରେ ବିଜେପି ବିଜେଡ଼ି ଏକାଠି ଅଛନ୍ତି । ମୋଦି ଓ ଶାହା ପ୍ରଚାର ପ୍ରସାର ପାଇଁ କାମିଆ ଜାନିଙ୍କୁ ବ୍ୟବହାର କରିଛନ୍ତି। ଏହା ସହିତ ପରିକ୍ରମା ପ୍ରକଳ୍ପ , ସମଲେଇ, କଟକ ଚଣ୍ଡୀ ମନ୍ଦିର ବିକାଶ ପ୍ରକଳ୍ପ କେଉଁ କଣ୍ଟ୍ରାକ୍ଟରକୁ ଦିଆଯାଇଛି । ଏ ସବୁ ବାହାର ରାଜ୍ୟ କଣ୍ଟ୍ରାକ୍ଟର ମାନଙ୍କୁ ଦିଆଯାଉଛି । ମୂଳ ଲାଭ ବାହାର କଣ୍ଟ୍ରାକ୍ଟର ନେଇଯାଉଛନ୍ତି କାହିଁକି ଏହାର ଜବାବ ସରକାର ରଖନ୍ତୁ ବୋଲି କଂଗ୍ରେସ ଦାବି ରଖିଛି ।

ଏହା ମଧ୍ୟ ପଢନ୍ତୁ ...ରାଜ୍ୟ ରାଜନୀତିରେ କାମିଆ ଝଡ଼: ଭାବାବେଗ ସହ ନ ଖେଳିବା ଉଚିତ୍ କହିଲେ ଧର୍ମେନ୍ଦ୍ର

ସେପଟେ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ଲୋକଙ୍କ ଭାବାବେଗ ଜଡ଼ିତ। ଏତେ ବଡ କାମ କୁ ଯିଏ ଦେଖୁଛି ସେ ପ୍ରଶଂସା କରୁଛନ୍ତି। ଏହା ସମସ୍ତ ଭକ୍ତ ସମାଜ କୁ ଏକାଠି କରିବାକୁ ପ୍ରୟାସ। ବିରୋଧୀ ଯେଉଁ ଅଭିଯୋଗ ଆଣୁଛନ୍ତି ଲୋକେ ତାର ଜବାବ୍ ଦେବେ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 23, 2023, 10:47 PM IST

ABOUT THE AUTHOR

...view details