ଓଡିଶା

odisha

By

Published : Nov 3, 2022, 8:15 PM IST

ETV Bharat / state

ଅର୍ଚ୍ଚନା ମାମଲା ନେଇ ଶାସକଙ୍କୁ ଘେରିବ କଂଗ୍ରେସ: ସୁର

ଅର୍ଚ୍ଚନା ମାମଲା ନେଇ ଶାସକଙ୍କୁ ଘେରିବ କଂଗ୍ରେସ । ନଭେମ୍ବର ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ । ଅଧିବେଶନ ଆରମ୍ଭ ହେବାପୂର୍ବରୁ ଶାସକ ଦଳକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ । ଅଧିକ ପଢ଼ନ୍ତୁ

congress prepare to target ruling party in upcoming Odisha winter assembly session
ଅର୍ଚ୍ଚନା ମାମଲା ନେଇ ଶାସକଙ୍କୁ ଘେରିବ କଂଗ୍ରେସ: ସୁର

ଭୁବନେଶ୍ବର:ଅର୍ଚ୍ଚନା ମାମଲା ନେଇ ଶାସକଙ୍କୁ ଘେରିବ କଂଗ୍ରେସ । ବିଧାନସଭା ଶୀତ ଅଧିବେଶନ ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଅଧିବେଶନ ଆରମ୍ଭ ହେବାପୂର୍ବରୁ ଶାସକ ଦଳକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ । ତେବେ ଗୃହରେ ଅର୍ଚ୍ଚନା ନାଗ ମାମଲାକୁ ନେଇ ଶାସକଙ୍କୁ ଘେରିବେ ବିରୋଧୀ । ଯେଉଁମାନେ ଏହି କେଳେଙ୍କାରୀରେ ଫସିଛନ୍ତି ସେମାନଙ୍କ ନାମ ପଦାକୁ ଆସିବା ଦରକାର । ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ନେତା ସୁରେଶ ରାଉତରାୟ ।

ଅର୍ଚ୍ଚନା ମାମଲା ନେଇ ଶାସକଙ୍କୁ ଘେରିବ କଂଗ୍ରେସ: ସୁର

ବିଧାୟକ ସୁରେଶ ରାଉତରାୟ କହିଛନ୍ତି, "ରାଜ୍ୟ ସରକାର ଆଇନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ କରିବାରେ ବିଫଳ ରହିଛନ୍ତି । ତେଣୁ ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଇଛି । ସେହିଭଳି ଉତ୍କଟ ବେକାରୀ ସମସ୍ୟା ଯୋଗୁଁ ଚିନ୍ତାରେ ଯୁବଗୋଷ୍ଠୀ । କୃଷି ଆଉ କୃଷକଙ୍କ କଥା ନକହିଲେ ଭଲ । ଦୁର୍ନୀତି ସବୁ ସ୍ତରରେ ରହିଛି । ଏ ସବୁ ଘଟଣାକୁ ନେଇ ଗୃହରେ ଆଲୋଚନା ସରଗରମ କରିବୁ ।"

ନଭେମ୍ବର ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ । ନଭେମ୍ବର ୨୪ରୁ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବ । ଶୀତ ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିଛି । ଏହି ଅଧିବେଶନରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଆଗତ କରିପାରନ୍ତି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ABOUT THE AUTHOR

...view details