ଓଡିଶା

odisha

ETV Bharat / state

ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସ କରିବ ରଥଯାତ୍ରା - Awareness campaign by congress

ଗାଁ ଗାଁ ରେ ବୁଲିବ କଂଗ୍ରସେର ପରିବର୍ତ୍ତନ ରଥ। ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଫଳତାକୁ ଜନସାଧାରଣଙ୍କ ପାଖକୁ ନିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ

କଂଗ୍ରେସ କରିବ ରଥଯାତ୍ରା
କଂଗ୍ରେସ କରିବ ରଥଯାତ୍ରା

By

Published : Jul 13, 2023, 10:29 PM IST

କଂଗ୍ରେସ କରିବ ରଥଯାତ୍ରା

ଭୁବନେଶ୍ବର: 2024 ନିର୍ବାଚନ ପାଇଁ ପୁରା ଦମରେ ଅଣ୍ଟା ଭିଡ଼ିଛି କଂଗ୍ରେସ। ବିଜେଡିର ନିର୍ବାଚନ କ୍ୟାମ୍ପେନ ଶେଷ ପର୍ଯ୍ୟାୟରେ ପହଞ୍ଚିବାକୁ ଯାଉଥିବାବେଳେ କଂଗ୍ରେସ ଏବେ ପ୍ରଚାର ମୈଦାନକୁ ଓହ୍ଲାଇବ। ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଖୁବଶୀଘ୍ର ରଥଯାତ୍ରା କରିବ କଂଗ୍ରେସ। ଗାଁ ଗାଁ ରେ ବୁଲିବ ପରିବର୍ତ୍ତନ ରଥ। ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଫଳତାକୁ ଜନସାଧାରଣଙ୍କ ପାଖକୁ ନିଆଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ତେବେ ଭୋଟରଙ୍କ ଆସ୍ଥା ଭାଜନ ହେବା ପାଇଁ ପରିବର୍ତ୍ତନ ରଥ ବୁଲାଇବ ଦଳ।


ଖୋର୍ଦ୍ଧା ଜିଲ୍ଲା ଏବଂ ଭୁବନେଶ୍ୱର ଜିଲ୍ଲା ପାଇଁ ବିଜେଡି କାର୍ଯ୍ୟକାରିଣୀ ବୈଠକ ହୋଇଥିବାବେଳେ କଂଗ୍ରେସ ମଧ୍ୟ ପ୍ରସ୍ତୁତି ଚଳାଇଛି। ତେବେ "ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତ ରହିଥିବାବେଳେ ଆଗକୁ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ବସିବ" ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ସେ କହିଛନ୍ତି, "ସରକାରଙ୍କ ବିଭିନ୍ନ ଜନବିରୋଧୀ ନୀତିକୁ କଂଗ୍ରେସ ବିରୋଧ କରିବ। ସରକାରଙ୍କ 35 ପ୍ରତିଶତ ଜଳସେଚନ କଥା ପାଣିର ଗାର ହୋଇଛି, ବେକାରୀ ସମସ୍ୟା ଚରମ ସୀମାରେ ପହଞ୍ଚିଥିବା ଭଳି ଅନେକ ପ୍ରସଙ୍ଗ ନେଇ ସାଧାରଣ ଲୋକଙ୍କ ପାଖକୁ ଯିବ କଂଗ୍ରେସ।"

ଏହାସହ ମହିଳା ସଶକ୍ତିକରଣ ଉପରେ କଂଗ୍ରେସ ଗୁରୁତ୍ୱ ଦେବା ସହ ପିସି କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ କଂଗ୍ରେସ ମୁଦ୍ଦା କରିଛି। ତେବେ ଆଗୁଆ ନିର୍ବାଚନ ପ୍ରସଙ୍ଗରେ ପିସିସି ସଭାପତି କହିଛନ୍ତି, "ସାଧାରଣ ନିର୍ବାଚନ ନିର୍ଦ୍ଧାରିତ ସମୟ ପୂର୍ବରୁ ହେବ ବୋଲି ମୋର ବିଶ୍ୱାସ ନାହିଁ। ଯଦି ହୁଏ, ତେବେ କଂଗ୍ରେସ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ରାଜ୍ୟର ପ୍ରତ୍ୟକ ଅଞ୍ଚଳରେ ବୁଲିବ ପରିବର୍ତ୍ତନ ରଥ। ବିଗତ 23 ବର୍ଷ ଧରି ଯେଉଁ ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାର ତଥା କୁଶାସନ ଚାଲିଛି ତାର ପ୍ରଚାର କରିବ ରଥ। ଘରକୁ ଘର ଯିବ କଂଗ୍ରେସ। ଲୋକେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ସମସ୍ତେ ଚାହୁଁଛନ୍ତି କଂଗ୍ରେସ ଉଠୁ, ବିଜେଡି ବିଜେପିର ବିକଳ୍ପ ହେବ କଂଗ୍ରେସ ଏବଂ ରଥର ପ୍ରଭାବ ପଡିବ। " ବୋଲି କହିଛନ୍ତି ପିସିସି ସଭାପତି।

ଏହା ମଧ୍ୟ ପଢନ୍ତୁ...5T Secretary Issue: ପାଣ୍ଡିଆନଙ୍କ ସୁରକ୍ଷାରେ ମୁଖ୍ୟମନ୍ତ୍ରୀ ! ସଂସଦରେ ପ୍ରସଙ୍ଗ ଉଠାଇବ କଂଗ୍ରେସ


ଆଜି ଭୂବନେଶ୍ୱର ଶଙ୍ଖ ଭବନରେ ବିଜେଡ଼ି ପକ୍ଷରୁ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବସିଛି। ଭୁବନେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ସଂଗଠନକୁ ସୁଦୃଢ କରିବା ସହ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନାକୁ ଜନସାଧାରଣଙ୍କ ପାଖକୁ ପହଞ୍ଚାଇବା ବୈଠକର ମୂଳ ଲକ୍ଷ ବୋଲି କୁହାଯାଇଛି। ସେପଟେ ବିଜେପି ପ୍ରଭାରୀ ସୁନୀଲ ବଂଶଲ ଆଜି ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ପହଞ୍ଚିଛନ୍ତି। ଏହାରି ଭିତରେ କଂଗ୍ରେସ ମଧ୍ୟ ସଂଗଠନକୁ ସୁଦୃଢ଼ କରିବାକୁ ରଥଯାତ୍ରା କରିବା ନେଇ ପ୍ରସ୍ତୁତ ହୋଇସାରିଛି ।

ଓଡ଼ିଶାରେ ନିଜ ଅସ୍ଥିତ୍ବ ଖୋଜୁଛି କଂଗ୍ରେସ।ଦୀର୍ଘ 24 ବର୍ଷ ଧରି କ୍ଷମତା ବାହାରେ ଥିବା ଦଳ ଏବେ ତୃତୀୟ ସ୍ଥାନକୁ ଖସି ଆସିଛି। ଦୁର୍ବଳ ନେତୃତ୍ୱ, ଗୋଷ୍ଠୀ କନ୍ଦଳ ଆଦି ଦଳର ପରାଜୟର ମୁଖ୍ୟ କାରଣ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି। ଓଡ଼ିଶାରେ କଂଗ୍ରେସ ନିଜ ସ୍ଥିତି ଜାହିର କରିବା ପାଇଁ ତୃଣମୂଳ ସ୍ତରରୁ ସାଙ୍ଗଠନିକ ପରିବର୍ତ୍ତନ କରିବା ସହ ଦଳର ମଙ୍ଗୁଆଳଙ୍କୁ ମଧ୍ୟ ପରିବର୍ତ୍ତନ କରିସାରିଛି। 2024 ସାଧାରଣ ନିର୍ବାଚନ ପାଇଁ ଦଳ ପୁରା ଦମରେ ପ୍ରସ୍ତୁତି ଚଳାଇଥିବାବେଳେ ଏହି ନୂଆ ରଣନୀତି ଦଳକୁ କେତେ ଫାଇଦା ଦେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details