ଓଡିଶା

odisha

ETV Bharat / state

'୨୦୨୪ ନିର୍ବାଚନରେ ଗୋଟିଏ ସରଳରେଖାରେ ଥିବେ ନରେନ୍ଦ୍ର, ନବୀନ ଓ ନୀତିଶ' - ତାରା ବାହିନୀ ପତି

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଭେଟ ନେଇ କଟାକ୍ଷ କଲେ କଂଗ୍ରେସ ବିଧାୟକ ତାରା ବାହିନୀ ପତି । ନବୀନ ହେଉଛନ୍ତି କି-ମ୍ୟାନ । ମୋଦି ଓ ନୀତିଶଙ୍କୁ ଯୋଡ଼ା ଯୋଡି କରିବାକୁ ଦିଲ୍ଲୀ ଯାଇଛନ୍ତି ନବୀନ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

Tara Prasad Bahinipati
Tara Prasad Bahinipati

By

Published : May 11, 2023, 9:08 PM IST

'୨୦୨୪ ନିର୍ବାଚନରେ ଗୋଟିଏ ସରଳରେଖାରେ ଥିବେ ନରେନ୍ଦ୍ର, ନବୀନ ଓ ନୀତିଶ'

ଭୁବନେଶ୍ବର:ସାମ୍ପ୍ରତିକ ସମୟରେ ବଦଳିବାରେ ଲାଗିଛି ବିଭିନ୍ନ ରାଜନୈତିକ ସମୀକରଣ । ୨୦୨୪ ପୂର୍ବରୁ ଏହା ଆହୁରି ଜୋରଦାର ହେବାରେ ଲାଗିବ । ରାଜନୈତିକ ଫାଇଦା ପାଇଁ ବିଭିନ୍ନ ରାଜନୈତିକ ଦଳ ମେଣ୍ଟ ମଧ୍ୟ କରିବେ । କିଏ କାହା ସପକ୍ଷରେ ବା ବିପକ୍ଷରେ ରହିବେ ଆଗାମୀ କିଛିଦିନରେ ସ୍ପଷ୍ଟ ହେବ । ଦେଶର ଅନ୍ୟତମ ଚତୁର ରାଜନେତା ନବୀନ ପଟ୍ଟନାୟକଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ୯ ତାରିଖରେ ନବୀନ ଓ ନୀତିଶ ଓ ଆଜି ନରେନ୍ଦ୍ର ଓ ନବୀନ ଭେଟଘାଟ ହୋଇଛି । ଏହାକୁ ନେଇ କଟାକ୍ଷ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

ଏନେଇ ତାରା କହିଛନ୍ତି, "ଓଡିଶାରେ ବିଜେଡି-ବିଜେପି ଦୁଇ ସଉତୁଣୀ । ଓଡିଶାରେ କଳି, ଦିଲ୍ଲୀରେ ମେଳି ଓ କୋଳାକୋଳି । ନବୀନ ବାବୁ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କ ସହ କୋଳାକୋଳି ହେବେ । ଗତ ୯ ତାରିଖରେ ନବୀନ ନିବାସରେ ନୀତିଶଙ୍କୁ ଭେଟିବା ପରେ ରାଜ୍ୟ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରିଥିଲେ ବିଜେପି ନେତା । ଏବେ ଦିଲ୍ଲୀରେ ଅଲଗା ପ୍ରମାଣିତ କଲେ । ନରେନ୍ଦ୍ର-ନବୀନ ଗୋଟେ । ନବୀନ-ନୀତିଶ ଗୋଟେ । ମୋଦି ଓ ନୀତିଶଙ୍କୁ ଯୋଡ଼ା ଯୋଡି କରିବାକୁ ଦିଲ୍ଲୀ ଯାଇଛନ୍ତି ନବୀନ ।"

ଏହା ବି ପଢନ୍ତୁ- Naveen meets PM Modi: ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗରେ ଆଲୋଚନା: ନବୀନ

ତାରା ଆହୁରି କହିଛନ୍ତି, "ବିହାରରେ ବିଜେପି ଓ ଜେଡିୟୁ ସରକାର ଭାଙ୍ଗିଯାଇଛି । ବର୍ତ୍ତମାନ ନୀତିଶ କୁମାରଙ୍କୁ ମୋଦି କୋଳେଇବା ପାଇଁ ବ୍ୟବସ୍ଥା କରିବାକୁ ନବୀନ ବାବୁ ଦିଲ୍ଲୀ ଯାଇଥାଇପାରନ୍ତି । ନବୀନ ବାବୁଙ୍କର ସବୁ ଆଡେ କି ରୋଲ ରହିଛି । ନବୀନ ବାବୁ ସବୁବେଳେ ବିଜେପି ସହିତ ଅଛନ୍ତି । ନବୀନ ୯ ତାରିଖରେ ନୀତିଶଙ୍କ ସହିତ ଆଲୋଚନା କରିଛନ୍ତି । ଆଜି ନରେନ୍ଦ୍ର ମୋଦିଙ୍କ ସହ କୋଳାକୋଳି ହୋଇଛନ୍ତି ନବୀନ । ଏହାର ଅର୍ଥ ହେଉଛି ନବୀନ ହେଉଛନ୍ତି କି-ମ୍ୟାନ । ନରେନ୍ଦ୍ର ଓ ନୀତିଶଙ୍କ ମିଳାମିଶା କରାଇବେ ନବୀନ । ୨୦୨୪ ନିର୍ବାଚନରେ ନରେନ୍ଦ୍ର ମୋଦି, ନବୀନ ପଟ୍ଟନାୟକ ଓ ନୀତିଶ କୁମାର ଗୋଟିଏ ସରଳ ରେଖାରେ ଥିବେ । ଏବେ ରାଜ୍ୟ ବିଜେପି ପାଟି ଚୁପ । ଆଗକୁ ବି ଚୁପ ରହିବ ।"

ସୂଚନା ଥାଉ କି ଗତ ୯ ତାରିଖରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓଡ଼ିଶା ଗସ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଥିଲେ । ନୀତିଶ ଏହା ପୂର୍ବରୁ ବିଜେପି-ବିରୋଧୀ ନେତାମାନଙ୍କୁ ମଧ୍ୟ ଭେଟୁଥିଲେ । ତେବେ ୨୦୨୪ ପୂର୍ବରୁ ବିଜେପି ବିରୋଧରେ ତୃତୀୟ ସାମ୍ମୁଖ୍ୟ ଗଠନ କରିବାକୁ ନୀତିଶ ଏପରି କ୍ରମାଗତ ଭାବେ ବିଭିନ୍ନ ଦଳର ସୁପ୍ରିମୋଙ୍କୁ ଭେଟୁଥିବା ଚର୍ଚ୍ଚା ହେଉଥିଲା । ହେଲେ ଭେଟଘାଟ ପରେ ନୀତିଶ ଓ ନବୀନ କୌଣସି ରାଜନୈତିକ ଆଲୋଚନା ହୋଇନାହିଁ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ । ସେପଟେ ଆଜି ନବୀନ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ନବୀନଙ୍କୁ କି-ମ୍ୟାନ କହିଛନ୍ତି ତାରା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details