ଭୁବନେଶ୍ବର:ଶ୍ରୀମନ୍ଦିର ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । 4 ଦ୍ଵାର ଖୋଲିବା ଓ ରତ୍ନଭଣ୍ଡାର ଖୋଲି ଏହାର ଗଣନା କାରିବାକୁ ଦାବି ଜୋର ଧରିଛି । ଗୋଟିଏ ପଟେ ଚାରି ଦ୍ବାର ଖୋଲିବା ଦାବିରେ ଆନ୍ଦୋଳନ କଂଗ୍ରେସ କରିଛି । ସେପଟେ ରତ୍ନଭଣ୍ଡାର ଖୋଲିବା ପାଇଁ ସରକାରଙ୍କ ଉପରେ ଚାପ ପକାଇବା ଲାଗି ଗଜପତି ମହାରାଜାଙ୍କୁ ଭେଟିଛି ବିଜେପି । ବିଜେପି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଗଜପତି ମହାରାଜଙ୍କୁ ଭେଟି ଆଲୋଚନା କରିଛି । ତେବେ ବିଜେପି ଶ୍ରୀମନ୍ଦିର ଘଟଣାର ଆଭିମୁଖ୍ୟକୁ ନେଇ ସମାଲୋଚନା କରିଛି ରାଜ୍ୟ କଂଗ୍ରେସ ।
କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ଯେ,"ବିଜେଡି ଏବଂ ବିଜେପି ଗୋଟିଏ ଏଜେଣ୍ଟରେ କାମ କରୁଛନ୍ତି । କିନ୍ତୁ କଂଗ୍ରେସ ଦଳ କାହାକୁ ଅନୁକରଣ କରେ ନାହିଁ । ରତ୍ନ ଭଣ୍ଡାର ଖୋଲି ସମସ୍ତ ରତ୍ନର ହିସାବ କରିଵା ସହ ବେଦାନ୍ତ ଜମି ସାଧାରଣ ଲୋକମାନଙ୍କୁ ଫେରେଇ ଦିଆଯାଉ ଦାବି କରି ଆନ୍ଦୋଳନ କରିଥିଲା କଂଗ୍ରେସ ଦଳ । ଏହାପରେ ଉଭୟ ବିଜେଡି ଏବଂ ବିଜେପି ଦଳ ଭୟଭୀତ ହୋଇପଡିଛି । ସେଥିପାଇଁ ବିଜେପି ଗଜପତିଙ୍କୁ ଭେଟିଛି । ଆଗାମୀ ଦିନରେ ଯଦି ସରକାର 4 ଦ୍ଵାର ଖୋଲିବା ପାଇଁ ଉଦ୍ୟମ ନକରନ୍ତି ତେବେ ଆମେ ରାଜ୍ୟବ୍ୟାପି ଆନ୍ଦୋଳନ କରିବୁ ।"