ଓଡିଶା

odisha

ETV Bharat / state

ଗୋଷ୍ଠୀ ତିଆରି ଯୋଗୁଁ ଦଳର ଏଭଳି ଅବସ୍ଥା: ତାରା ବାହିନୀପତି - ପଦ୍ମପୁର ଉପନିର୍ବାଚନ

ଧାମନଗର ଭଳି ପଦ୍ମପୁରରେ ଅମାନତ ହରାଇବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଦଳୀୟ ନେତା ଓ କର୍ମୀଙ୍କୁ ଏକଜୁଟ ହେବାକୁ ଆହ୍ବାନ୍‌ ଦେଇଛନ୍ତି । ଅଧିକ ପଢ଼ନ୍ତୁ

congress MLA Tara Prasad Bahinipati calls party workers to unite after defeat in Padmapur by poll
ଗୋଷ୍ଠୀ ତିଆରି ଯୋଗୁଁ ଦଳର ଏଭଳି ଅବସ୍ଥା: ତାରା ବାହିନୀପତି

By

Published : Dec 9, 2022, 6:11 PM IST

ଭୁବନେଶ୍ବର:ଧାମନଗର ଭଳି ପଦ୍ମପୁରରେ ଅମାନତ ହରାଇବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଦଳୀୟ ନେତା ଓ କର୍ମୀଙ୍କୁ ଏକଜୁଟ ହେବାକୁ ଆହ୍ବାନ୍‌ ଦେଇଛନ୍ତି । ଆମ ଭୋଟ ବିଜେଡ଼ିକୁ ଯାଇଛି । ବହୁ ଲୋକ କହୁଛନ୍ତି କଂଗ୍ରେସ ଭୋଟ ବିକି ଖାଇଦେଲେ । ମୁଁ ଦେଖିନି କିନ୍ତୁ ଶୁଣୁଛି । ଆମ ଲୋକ ମଧ୍ୟ ଫେସବୁକରେ ବି ଲେଖୁଛନ୍ତି । କିଏ କଂଗ୍ରେସ ଭୋଟ ବିକିଲା, ସେ ନେଇ ପ୍ରଶ୍ନ ଉଠୁଛି । ଦୁଇଟି ଉପ ନିର୍ବାଚନରେ ଆମର ଅମାନତ ଗଲାଣି । ଆମ ପାଇଁ ଲଜ୍ଜାଜନକ କଥା । ମୋ ପାଇଁ ଲଜ୍ୟା ଓ ଦୁଃଖର କଥା । ପିସିସି ସଭାପତି ତର୍ଜମା କରିବା ସହ ବୈଠକ ଡାକିବା ଦରକାର । ନିଜକୁ ପରଖିବା ଦରକାର ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

ଗୋଷ୍ଠୀ ତିଆରି ଯୋଗୁଁ ଦଳର ଏଭଳି ଅବସ୍ଥା: ତାରା ବାହିନୀପତି

ତାରା କହିଛନ୍ତି, "ବିଧାନସଭା ଥିବାରୁ ପ୍ରଚାରକୁ ଯାଇ ପାରିନାହିଁ । 2019ରେ ଧାମନଗରରେ ପ୍ରାୟ 8 ହାଜର ଭୋଟ ମିଳିଥିଲା । ତାହା ଏବେ 3 ହଜାର ହୋଇଛି । ପଦ୍ମପୁରରେ ପ୍ରାୟ 35 ହାଜର ଥିଲା, ଏଥର 4 ହଜାର ଟପିଲାନି । ଆଜି ଯାଏଁ ପିସିସି କମିଟି ହୋଇପାରିନି । ପିସିସି କମିଟି ହୋଇଥିଲେ ଲୋକ ତାଙ୍କର ମତ ଦେଇଥାନ୍ତେ । ହାଇକମାଣ୍ଡ ତାଙ୍କୁ ବିଶ୍ବାସକୁ ନେଇ ପିସିସି ସଭାପତି କରିଛନ୍ତି, ତାଙ୍କର ସମ୍ନାନ ରହିବା ଦରକାର । ଯଦି ଏପରି ଭୋଟ ମିଳେ ତାହାଲେ କଂଗ୍ରେସ ଦଳ ଲୋପ ପାଇଯିବ । କଂଗ୍ରେସ ଉପରେ ଲୋକଙ୍କର ଯେଉଁ ବିଶ୍ବାସ ରହୁଥିଲା ତାହା ଆଉ ରହିବ ନାହିଁ । ଲୋକଙ୍କ ସ୍ବାର୍ଥ ପାଇଁ ବ୍ୟକ୍ତିଗତ ସ୍ବାର୍ଥକୁ ଜଳାଞ୍ଜଳି ଦେବାକୁ ପଡ଼ିବ ।"

ତୃଣମୂଳରୁ ରାଜ୍ୟ ସ୍ତରୀୟ କର୍ମୀଙ୍କର ଚିନ୍ତା କରିବାର ସମୟ ଆସିଛି । ଫଳାଫଳ ବାହାରିବାର ଦିନ ପୂର୍ବରୁ ସଭାପତି କେମିତି ଜାଣିଲେ ଆମେ ହାରିଯିବୁ ? ହେଉ ହେଲା, ତାଙ୍କ କଥା ରହିଲା । ପିସିସି ସଭାପତିମାନେ ନିଜନିଜ ଗୋଷ୍ଠୀ ତିଆରି କରି ଚାଲୁଛନ୍ତି । ଯେଉଁଥିପାଇଁ ଦଳର ଏଭଳି ଅବସ୍ଥା ହେଉଛି । ସେମାନେ ଗୋଷ୍ଠୀର ସଭାପତି ନୁହଁନ୍ତି, ଦଳର ସଭାପତି । ଆମେ ଏକଜୁଟ ହେବାର ଆବଶ୍ୟକତା ରହିଛି । ପଦ୍ମପୁର ନିର୍ବାଚନ ଫଳ 2024 ଉପରେ ପଡ଼ିବନି । ରାତିକରେ ସରକାର ବଦଳିପାରେ । 2024ରେ ବିଜେପି କେନ୍ଦ୍ରରେ ରହିବ ନା ନାହିଁ ସେମାନେ ଚିନ୍ତା କରନ୍ତୁ । ରାଜ୍ୟରେ କଣ ହେବ ପରେ ଦେଖାଯିବ । ଆଛା ଦିନ ଚାଲିଗଲାଣି, ବିଜେପିର ବୁରା ଦିନ ଆସିଲାଣି । ନବୀନ ସରକାର ଏଠି ବିଜେପି ସହ ମାଡଗୋଳ, ଦିଲ୍ଲୀରେ କୋଳାକୋଳି । ଯେଉଁଟା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details